ଫସିପାରନ୍ତି ଆଲିଆ! କୋର୍ଟରେ ହାଜର ହେବାକୁ ନିର୍ଦ୍ଦେଶ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, March 24, 2021

ଫସିପାରନ୍ତି ଆଲିଆ! କୋର୍ଟରେ ହାଜର ହେବାକୁ ନିର୍ଦ୍ଦେଶ

ମୁମ୍ବାଇ: ଫସିପାରନ୍ତି ଅଭିନେତ୍ରୀ ଆଲିଆ ଭଟ୍ଟ। କୋର୍ଟରେ ହାଜର ହେବାକୁ ଆସିଲା ନିର୍ଦ୍ଦେଶ। ମୁମ୍ବାଇର ଏକ କୋର୍ଟ ଆଲିଆଙ୍କ ସମେତ ଆଉ ଦୁଇ ବଲିଉଡ ଷ୍ଟାର୍‌ଙ୍କୁ ହାଜର ହେବାକୁ ନିର୍ଦ୍ଦେଶ ଜାରି କରିଛନ୍ତି।

ମୁମ୍ବାଇର ଶିୱଡି କୋର୍ଟ ଫିଲ୍ମ `ଗଙ୍ଗୁବାଇ କାଠିଆବାଡି’କୁ ନେଇ ନିର୍ଦ୍ଦେଶକ ସଞ୍ଜୟ ଲୀଲା ଭଂସାଲି, ଆଲିଅ ଭଟ୍ଟ ଏବଂ ଲେଖକ ହୁସୈନ୍‌ ଜୈଦୀଙ୍କୁ ସମନ କରିଛନ୍ତି। ଏହି ୩ଜଣଙ୍କୁ ଆସନ୍ତା ମେ’ ୨୧ ତାରିଖରେ କୋର୍ଟରେ ହାଜର ହେବାକୁ ନିର୍ଦ୍ଦେଶ ଦିଆଯାଇଛି।

ଫିଲ୍ମରେ ଗଙ୍ଗୁବାଇକୁ ଜଣେ ଦେହଜୀବୀ ଭାବେ ଦର୍ଶାଯାଇଛି। ଏହାକୁ ନେଇ ଗଙ୍ଗୁବାଇଙ୍କ ପରିବାର ପକ୍ଷରୁ ମାନହାନୀ ଅଭିଯୋଗ ହୋଇଛି। ଗଙ୍ଗୁବାଇଙ୍କ ପୋଷ୍ୟପୁତ୍ର ଶିବାଡି କୋର୍ଟରେ ଏନେଇ ମାମଲା ରୁଜୁ କରିଛନ୍ତି।

ସୂଚନାଯୋଗ୍ୟ ଯେ, ନିର୍ଦ୍ଦେଶକ ସଞ୍ଜୟ ଲୀଲା ଭଂସାଳି ଗଙ୍ଗୁବାଇ କାଠିଆବାଡିଙ୍କ ଜୀବନୀ ଉପରେ ଏକ ଫିଲ୍ମ ତିଆରି କରିଛନ୍ତି, ଯିଏକି କମାଠିପୁରାରେ ଯୌନକର୍ମୀ ଥିଲେ। ପରେ ସେ ରେଡ୍‌ ଲାଇଟ୍‌ ଏରିଆରେ କାମ କରୁଥିବା ମହିଳାଙ୍କ ଉନ୍ନତି ପାଇଁ ନିଜ ଜୀବନକୁ ଉତ୍ସର୍ଗ କରିଥିଲେ।

ଏହି ଫିଲ୍ମର ଲିଡ୍‌ ରୋଲରେ ଆଲିଆ ଭଟ୍ଟ ଅଛନ୍ତି। ତାଙ୍କୁ ଗଙ୍ଗବାଇ ଚରିତ୍ରରେ ଦେଖିବାକୁ ମିଳିବ। ନିକଟରେ ଫଲ୍ମର ଟିଜର ରିଲିଜ ମଧ୍ୟ ହୋଇଥିଲା ଯାହାକୁ ଲୋକେ ବେଶ୍‌ ପସନ୍ଦ କରିଛନ୍ତି। ଫିଲ୍ମଟି ଆସନ୍ତା ଜୁଲାଇ ମାସ ୩୦ ତାରିଖରେ ବଡ ପରଦାକୁ ଆସିବ।

The post ଫସିପାରନ୍ତି ଆଲିଆ! କୋର୍ଟରେ ହାଜର ହେବାକୁ ନିର୍ଦ୍ଦେଶ appeared first on Odisha Reporter.



from Odisha Reporter https://ift.tt/2NO1mki

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages