ମଉଳିଗଲା ମହିଳାଙ୍କ ଆଶା; ୩ ଦିନ ଧାରଣା ପରେ ବି ଖୋଲିଲାନି ଶାଶୁ ଘର କବାଟ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, March 24, 2021

ମଉଳିଗଲା ମହିଳାଙ୍କ ଆଶା; ୩ ଦିନ ଧାରଣା ପରେ ବି ଖୋଲିଲାନି ଶାଶୁ ଘର କବାଟ

ବାରିପଦା(ରାଜେଶ କୁମାର ଶର୍ମା): ସୁଖର ସଂସାର ଗଢ଼ିବେ ବୋଲି ହାତ ଧରିଥିଲେ। ହେଲେ ବେଶି ଦିନ ତିଷ୍ଠି ପାରିଲାନି ଖୁସି। ଯୌତୁକ ନିଆଁରେ ଜଳିଗଲା ସଂସାର। ସମ୍ପର୍କରେ ଫାଟ ପଡ଼ିବାରୁ ନିଜ ୬ ବର୍ଷର ପୁଅକୁ ଧରି ସ୍ତ୍ରୀ ଏବେ ବାପଘରେ ।  ଏନେଇ କୋର୍ଟରେ ଛାଡ଼ପତ୍ର ମାମଲା ଚାଲିଥିବା ବେଳେ ପୁଣି ଥରେ ସ୍ୱାମୀ ପାଖକୁ ଫେରିବାକୁ ଆଶା ରଖି ଶାଶୁ ଘର ଦୁଆର ମୁହଁକୁ ଆସିଥିଲେ ମହିଳା। ନିଜ ଛୁଆକୁ ଧରି ୩ ଦିନ କାଳ ଶାଶୁ ଘର ଦୁଆର ମୁହଁରେ ପଡ଼ି ରହିଲେ ମଧ୍ୟ ସେମାନେ କବାଟ ଖୋଲିଲେ ନାହିଁ। ଶେଷରେ ନିରାଶ ହୋଇ ବାପ ଘରକୁ ଫେରିଲେ ମହିଳା। ଏପରି ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ବଡ଼ାମ୍ତଳିଆରେ ।

ବିଦୁସ୍ମିତା ଓ ସିଦ୍ଧାର୍ଥଙ୍କ ବିବାହ ବେଳର ଫଟୋ।

ସୂଚନା ମୁତାବକ, ୨୦୧୪ରେ ସିଦ୍ଧାର୍ଥ ପରିଡ଼ାଙ୍କ ସହ ବାଲେଶ୍ୱରର ବିଦୁସ୍ମିତା ରଣାଙ୍କ ବିବାହ ହୋଇଥିଲା। ୨୦୧୬ ମସିହାରେ ପାରିବାରିକ ଅଶାନ୍ତିରୁ ସେ ବାପ ଘରକୁ ପଳାଇଥିଲେ। ଏବେ କୋର୍ଟରେ କେସ୍‌ ଚାଲିଛି। ତେବେ ୩ ଦିନ ତଳେ ବିଦୁସ୍ମିତା  ନିଜ ପୁଅ ସହ ପୁଣି ଶାଶୁଘରେ ରହିବାକୁ ଆସିଥିଲେ ମଧ୍ୟ ତାଙ୍କୁ କେହି ଘରେ ପୁରାଇନଥିଲେ  । ଏହାର ପ୍ରତିବାଦରେ ସେ ଶାଶୁ ଘର ଆଗରେ ଧାରଣା ଦେଇଥିଲେ  । ପୋଲିସ ସୂଚନା ପାଇଁ ସିଦ୍ଧାର୍ଥଙ୍କ ବିରୋଧରେ ମାମଲା ରୁଜୁ କରିବା ସହ ବିଦୁସ୍ମିତାଙ୍କୁ ବୁଝାଇ ତାଙ୍କ ବାପାଘରକୁ ପଠାଇଛି  ।

The post ମଉଳିଗଲା ମହିଳାଙ୍କ ଆଶା; ୩ ଦିନ ଧାରଣା ପରେ ବି ଖୋଲିଲାନି ଶାଶୁ ଘର କବାଟ appeared first on Odisha Reporter.



from Odisha Reporter https://ift.tt/3vXEb8w

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages