ଆଉ ୪ ଜିଲ୍ଲାକୁ ବଢ଼ିଲା ରବିବାରିଆ ଲକଡାଉନ୍ ନିୟମ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, March 24, 2021

ଆଉ ୪ ଜିଲ୍ଲାକୁ ବଢ଼ିଲା ରବିବାରିଆ ଲକଡାଉନ୍ ନିୟମ

ଭୋପାଲ: ମାହାମାରୀ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ମଧ୍ୟପ୍ରଦେଶ ସରକାର ରବିବାର ଲାଗୁ କରୁଥିବା ଲକଡାଉନ ନିୟମକୁ ଆଉ ୪ ଜିଲ୍ଲାକୁ ବଢ଼ାଇଛନ୍ତି। ବେଟୁଲ, ଛିଣ୍ଡୱାରା, ରତଲାମ ଓ ଖାରଗୋନେ ଜିଲ୍ଲାରେ ରବିବାର ଲକଡାଉନ ଲାଗୁ କରିବାକୁ ସ୍ଥାନୀୟ ପ୍ରଶାସନ ଘୋଷଣା କରିଛି। ପୂର୍ବରୁ ଭୋପାଲ, ଇନ୍ଦୋର ଓ ଜବଲପୁରରେ କରୋନା ସଂକ୍ରମଣ ବଢ଼ୁଥିବାରୁ ରାଜ୍ୟ ସରକାର ରବିବାରିଆ ଲକଡାଉନ ନିୟମ ଲାଗୁ କରିଥିଲେ।

ଘୋଷଣା ଅନୁଯାୟୀ, ଶନିବାର ରାତି ୧୦ଟାରୁ ଲକଡାଉନ ଲାଗୁ ହେବ ଓ ଏହା ସୋମବାର ସକାଳ ୬ଟା ଯାଏ ବଳବତ୍ତର ରହିବ। ଲକଡାଉନ ବେଳେ କେବଳ ଜରୁରୀ ଓ ଅତ୍ୟାବଶ୍ୟକ ସାମଗ୍ରୀ ସେବାକୁ ଛାଡ଼ି ଦେଲେ ଆଉ ସବୁ କିଛି ବନ୍ଦ ରହିବ। ସେହିପରି ଲୋକଙ୍କୁ ଅଯଥା ବାହାରେ ବୁଲିବାକୁ ମଧ୍ୟ ସରକାର ମନା କରିଛନ୍ତି।

ଅନ୍ୟପକ୍ଷରେ ଯେଉଁ ସହରରେ ଦୈନିକ ସଂକ୍ରମଣ ୨୦ ଉପରେ ରହୁଥିବ ସେଠାରେ ସମସ୍ତ ବାହାଘର କାର୍ଯ୍ୟକ୍ରମରେ ସର୍ବାଧିକ ୫୦ ଜଣ ଓ ଶୁଦ୍ଧିକ୍ରିୟାରେ ୨୦ ଜଣ ଲୋକ ଯୋଗ ଦେଇପାରିବେ। ସେହିପରି ଯେଉଁ ଜିଲ୍ଲାରେ ସପ୍ତାହିକ ସଂକ୍ରମଣର ହାର ୨୦ରୁ ଅଧିକ ରହୁଥିବ, ସେଠାରେ ମଧ୍ୟ ଏହି ନିୟମ ଲାଗୁ କରାଯିବ।

ଏହି ସବୁ ଜିଲ୍ଲା ଓ ସହରରେ ଥିବା ସୁଇମିଂ ପୁଲ, ସିନେମା ହଲ ଓ ମଲ୍‌ ବନ୍ଦ ରହିବ। ରେଷ୍ଟୁରାଣ୍ଟ ଖୋଲା ରଖିବାକୁ କୁହାଯାଇଥିଲେ ହେଁ କେବଳ ପାର୍ସଲ ଲୋକମାନେ ନେଇପାରିବେ। ସର୍ବସାଧାରଣ ହଲ୍‌ଗୁଡ଼ିକ କେବଳ ୫୦% ଲୋକଙ୍କୁ ନେଇ କାର୍ଯ୍ୟକ୍ଷମ ହୋଇପାରିବ।

ବର୍ତ୍ତମାନ ସୁଦ୍ଧା ମଧ୍ୟପ୍ରଦେଶରେ ୨୬,୯୦,୬୪୬ ଜଣ ଲୋକଙ୍କୁ କରୋନା ଟିକାର ଡୋଜ୍‌ ଦିଆଯାଇଛି। ଦୈନିକ ୩ ଲକ୍ଷ ଲୋକଙ୍କର ଟିକାକରଣ କରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି।

The post ଆଉ ୪ ଜିଲ୍ଲାକୁ ବଢ଼ିଲା ରବିବାରିଆ ଲକଡାଉନ୍ ନିୟମ appeared first on Odisha Reporter.



from Odisha Reporter https://ift.tt/3skT6rh

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages