ଗୁଣପୁର/ବ୍ରହ୍ମପୁର/କେନ୍ଦୁଝର (ଓଡ଼ିଶା ରିପୋର୍ଟର): ରାୟଗଡ଼ା ଜିଲା ଗୁଡ଼ାରୀ ଥାନା ନାଇରା ଗାଁରେ ଜଣେ ବ୍ୟକ୍ତିଙ୍କୁ ଗୁଳି କରି ହତ୍ୟା କରାଯାଇଛି। ତାଙ୍କ ନାଁ କିରଣ ଟାକ୍ରୀ।
ଗତକାଲି ବିଳମ୍ବିତ ରାତିରେ ସେ ଘରେ ଶୋଇଥିବା ବେଳେ କେହି ତାଙ୍କୁ ଗୁଳି କରି ଦେଇଥିଲେ। ତାଙ୍କ ମୁହଁରେ ଗୁଳି କରାଯାଇଛି। ଗୁଡ଼ାରୀ ପୁଲିସ ଘଟଣାର ତଦନ୍ତ କରୁଛି। ତେବେ କିଏ କାହିଁକି ଏହି ହତ୍ୟା କଲା, ତାହା ଜଣାପଡ଼ିନାହିଁ।
ଗାଧୋଇବାକୁ ଯାଇଥିବା ବେଳେ ଆକ୍ରମଣ
ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଥାନା ଅନ୍ତର୍ଗତ ବନ୍ଥପଲ୍ଲୀ ଗାଁରେ ଜଣେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ କରାଯାଇଛି। ଆହତ ଯୁବକଙ୍କ ନାଁ ପଞ୍ଚୁ ଭୂୟାଁ। ତାଙ୍କ ଘର ବନ୍ଥପଲ୍ଲୀର ବାଲିସାହିରେ। ସେ ଆଜି ସକାଳେ ନିକଟସ୍ଥ ନାଳକୁ ଗାଧୋଇବାକୁ ଯାଇଥିବା ବେଳେ ୮ ଜଣ ଦୁର୍ବୃତ୍ତ ତାଙ୍କୁ ଆକ୍ରମଣ କରିଥିଲେ। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ତାଙ୍କୁ ହତ୍ୟା ଉଦ୍ୟମ କରାଯାଇଥିବା ଜଣାପଡ଼ିଛି।
ପଞ୍ଚୁଙ୍କୁ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରାଯାଇଛି। ତାଙ୍କ ଭାଇ ଜେଲ୍ରେ ଅଛନ୍ତି। ଗତ କିଛି ଦିନ ତଳେ ଘଟିଥିବା ବଚନ ସ୍ୱାଇଁ ହତ୍ୟାକାଣ୍ଡ ଘଟଣାରେ ସେ ଗିରଫ ହୋଇଥିଲେ।
ଡମ୍ପରେ ରଖି ସାରା ରାତି ଦୁଷ୍କର୍ମ
କେନ୍ଦୁଝର ଜିଲ୍ଲା ବଡ଼ବିଲ ଥାନା ଅନ୍ତର୍ଗତ ରୋଇଡା ଛକ ନିକଟରେ ଜଣେ ମହିଳାଙ୍କୁ ଗଣ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ଡମ୍ପର ଭିତରେ ରାତି ସାରା ରଖି ଦୁଇଜଣ ଡ୍ରାଇଭର ତାଙ୍କୁ ଦୁଷ୍କର୍ମ କରିଥିଲେ। ମହିଳା ଜଣଙ୍କ ଏନେଇ ଥାନାରେ ଅଭିଯୋଗ କରିବା ପରେ ପୁଲିସ୍ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି। ତା’ସହିତ ଡମ୍ପରଟିକୁ ଜବତ କରାଯାଇଛି।
ମହିଳା ଜଣଙ୍କ ଶୁକ୍ରବାର ରାତିରେ କାମ ସାରି ଘରକୁ ଫେରୁଥିବା ସମୟରେ ଅଭିଯୁକ୍ତ ଦ୍ୱୟ ତାଙ୍କୁ ଲିଫ୍ଟ ଦେବାକୁ କହି ଏଭଳି ଜଘନ୍ୟକାଣ୍ଡ ଭିଆଇ ଥିଲେ ବୋଲି ଅଭିଯୋଗ ହୋଇଛି।
ସୁନା ବିସ୍କୁଟ ଜବତ, ୨ ଗିରଫ
କଟକ ପୁରିଘାଟ ଥାନା ପୁଲିସ୍ ଏକ ବଡ଼ ଧରଣର ସୁନା ଠକେଇର ପର୍ଦାଫାସ କରିଛି। ଏଥିରେ ପୁଲିସ୍ ୨ ଜଣଙ୍କୁ ଗିରଫ କରିଥିବା ବେଳେ ୮୦୦ ଗ୍ରାମର ସୁନା ବିସ୍କୁଟ ଜବତ କରିଛି।
ଦୁଇ ଅଭିଯୁକ୍ତ ହେଲେ ଯାଜପୁରର ରାଜକିଶୋର ସାହୁ ଓ ଜିତେନ୍ଦ୍ର ସାହୁ। ଗତ ୯ ତାରିଖରେ ରେମୁଣାର ସୁନା ବ୍ୟବସାୟୀ ସନ୍ତୋଷ କୁମାର ରଣାଙ୍କ ଠାରୁ କଟକରୁ ସେମାନେ ଏହି ସୁନା ବିସ୍କୁଟ୍ ଠକି ନେଇ ଯାଇଥିଲେ।
The post ଶୋଇଥିବା ବେଳେ ଗୁଳି କରି ହତ୍ୟା appeared first on Odisha Reporter.
from Odisha Reporter https://ift.tt/3qGCsjX
No comments:
Post a Comment