ଜୁମାଟୋ ବୟଙ୍କ ସମର୍ଥନରେ ବାହାରିଲେ ପରିଣିତି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, March 13, 2021

ଜୁମାଟୋ ବୟଙ୍କ ସମର୍ଥନରେ ବାହାରିଲେ ପରିଣିତି

ମୁମ୍ବାଇ: ଅନ୍‌ଲାଇନ ଖାଦ୍ୟ ଡେଲିଭରି କମ୍ପାନୀ ଜୁମାଟୋକୁ ନେଇ ଏବେ ଚର୍ଚ୍ଚା । ଡେଲିଭରି ବୟ ଏବଂ ମହିଳା ଗ୍ରାହକଙ୍କ ମଧ୍ୟରେ ହୋଇଥିବା ମାରପିଟ ମାମଲା ଚାରିଆଡେ ହେଡ୍‌ଲାଇନ ଖବର ପାଲଟିଛି। କିଛି ଲୋକେ ଡେଲିଭରି ବୟ ଦେଇଥିବା ବୟାନକୁ ସତ ବୋଲି କହୁଥିବା ବେଳେ ଆଉ କିଛି ଉକ୍ତ ମହିଳାଙ୍କୁ ସମର୍ଥନ କରୁଛନ୍ତି। ଏହାରି ଭିତରେ ଏବେ ବଲିଉଡ ଅଭିନେତ୍ରୀ ପରିଣିତି ଚୋପ୍ରା ଜୁମାଟୋ ଡେଲିଭରି ବୟଙ୍କ ସମର୍ଥନରେ ସ୍ୱର ଉଠାଇଛନ୍ତି। ସେ ଟୁଇଟ୍ କରି ପୁରା ସତ ଘଟଣା କ’ଣ ତାହା ସାମ୍ନାକୁ ଆଣିବା ପାଇଁ ଜୁମାଟୋ କମ୍ପାନୀକୁ ଅପିଲ କରିଛନ୍ତି।

ପରିଣିତି ଟୁଇଟ୍ କରି କହିଛନ୍ତି, “ଜୁମାଟୋ ଇଣ୍ଡିଆ- ଦୟାକରି ପୁରା ଘଟଣାର ସତ କ’ଣ ତାହାର ତଦନ୍ତ କରନ୍ତୁ। ଯଦି ଉକ୍ତ ଜୁମାଟୋ ବୟ ନିର୍ଦ୍ଦୋଶ ତା’ହେଲେ ସେହି ମହିଳାଙ୍କୁ ଦଣ୍ଡ ଦେବା ପାଇଁ ସହାୟତା କରନ୍ତୁ। ଏହି ଘଟଣା ସବୁଠାରୁ ଅମାନବୀୟ ଓ ଲଜ୍ୟାଜନକ। ମୁଁ ଆପଣଙ୍କୁ କିଭଳି ସହାୟତା କରିପାରିବି ମୋତେ ଦୟାକରି କୁହନ୍ତୁ।” ପରିଣିତଙ୍କ ଏଭଳି ନିବେଦନକୁ ୟୁଜର୍ସମାନେ ପ୍ରଶଂସା କରିଛନ୍ତି।  ଜୁମାଟୋ ଡେଲିଭରି ବୟଙ୍କ ସମର୍ଥନରେ ପରିଣିତି ଠିଆ ହୋଇଥିବାରୁ ୟୁଜର୍ସମାନେ ତାଙ୍କ ପ୍ରତି ସମ୍ମାନ ଜାହିର କରିଛନ୍ତି।

ଏହି ଡେଲିଭରି ବୟ ଜଣକ ଉକ୍ତ ମହିଳାଙ୍କୁ ମାରପିଟ କରିଥିବା ଅଭିଯୋଗ ହୋଇଛି।

ସୂଚନାଯୋଗ୍ୟ ଯେ, କିଛି ଦିନ ପୂର୍ବେ ଅର୍ଡର କ୍ୟାନ୍‌ସଲ କରିବା ପରେ ଜୁମାଟୋ ଡେଲିଭରି ବୟ ମାଡ ମାରିଥିବା ନେଇ ଭିଡିଓ ସେଆର କରି ଜଣେ ମହିଳା ଅଭିଯୋଗ ଆଣିଥିଲେ। ତାଙ୍କର ଏହି ଭିଡିଓ ବେଶ୍ ଭାଇରାଲ ହୋଇଥିଲା। ଏହାପରେ କମ୍ପାନୀ ଉକ୍ତ ଜୁମାଟୋ ଡେଲିଭରି ବୟଙ୍କୁ ଚାକିରିରୁ ବିଦା କରିବା ସହ ପୁଲିସ ତାଙ୍କୁ ଗିରଫ ମଧ୍ୟ କରିଥିଲା।

ପରେ ଡେଲିଭରି ବୟ ଏ ଘଟଣାକୁ ନେଇ ନିଜ ପ୍ରତିକ୍ରିୟା ରଖିଥିଲେ। ମହିଳା ଆଣିଥିବା ଅଭିଯୋଗକୁ ସେ ଖଣ୍ଡନ କରିବା ସହ ଏସବୁ ମିଥ୍ୟା ବୋଲି କହିଥିଲେ। ମହିଳା ଜଣଙ୍କ ତାଙ୍କୁ ଚପଲରେ ମାଡ ମାରିଥିଲେ। ଏଥିରୁ ରକ୍ଷା ପାଇବା ପାଇଁ ଯେତେବେଳେ ସେ ହାତ ଉଠାଇଥିଲେ ସେତେବେଳେ ମହିଳା ଜଣଙ୍କୁ ନିଜ ମୁଦି ହିଁ ତାଙ୍କ ନାକରେ ବାଜି ଆଘାତ ଲାଗିଥିଲା ବୋଲି ସେ କହିଥିଲେ।

ଉକ୍ତ ମହିଳା ଏବଂ ଡେଲିଭରି ବୟଙ୍କ ଉଭୟଙ୍କ ପକ୍ଷ ଏବେ ସାମ୍ନାକୁ ଆସିବା ପରେ ସୋଶାଲ ମିଡିଆ ଦୁଇ ଭାଗରେ ବାଣ୍ଟି ହୋଇଯାଇଛି। ଅନେକ ସୋଶାଲ ମିଡିଆ ୟୁଜର୍ସ ମହିଳାଙ୍କ ସପୋର୍ଟ ଥିବା ବେଳେ ଆଉ କେତେକ ଉକ୍ତ ଜୁମାଟୋ ଡେଲିଭରି ବୟଙ୍କୁ ନ୍ୟାୟ ଦେବା ପାଇଁ ଦାବି କରୁଛନ୍ତି।

The post ଜୁମାଟୋ ବୟଙ୍କ ସମର୍ଥନରେ ବାହାରିଲେ ପରିଣିତି appeared first on Odisha Reporter.



from Odisha Reporter https://ift.tt/3qKDcEM

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages