ମୁମ୍ବାଇ: ସମସ୍ତଙ୍କ ଆଗରେ ହାତ ଯୋଡିଲେ ବଲିଉଡ ଅଭିନେତା ବରୁଣ ଧୱନ। କାର୍ ଉପରେ ଚଢ଼ି ହାତ ଯୋଡି ନିବେଦନ କଲେ । ବରୁଣଙ୍କ ଏହି ନିବେଦନ କରିବାର ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।
ନିକଟରେ ବରୁଣ ଧୱନ ଫିଲ୍ମ ଶୁଟିଂ ପାଇଁ ହିମାଚଳ ପ୍ରଦେଶ ଯାଇଥିଲେ। ସେଠାରେ ସେ ପହଞ୍ଚିବା ପରେ ତାଙ୍କୁ ଦେଖିବା ପାଇଁ ପ୍ରଶଂସକଙ୍କ ପ୍ରବଳ ଭିଡ ଜମିଥିଲା। ଅସମ୍ଭାଳ ଭିଡ ଯୋଗୁଁ ଶୁଟିଂ କରିବା ମୁସକିଲ ହୋଇପଡିଥିଲା। ଏଭଳି ସ୍ଥିତିରେ ବରୁଣ ତାଙ୍କ ପ୍ରଶଂସକଙ୍କୁ କାର୍ ଉପରେ ଚଢ଼ି ହାତ ଯୋଡି ନିବେଦନ କରିଥିଲେ।
କିଛି ସମୟ ପାଇଁ ଶାନ୍ତି ବଜାୟ ରଖିଲେ ଶୁଟିଂ ହୋଇପାରିବ ବୋଲି ସେ ଲୋକଙ୍କୁ ଅପିଲ କରିଥିଲେ। ଏଥିସହ ଫ୍ରି ଟାଇମ ଦେଖି ଶୁଟିଂ ସରିବା ପରେ ସେ ସମସ୍ତ ପ୍ରଶଂସକଙ୍କୁ ଏକାଠି ସାକ୍ଷାତ କରିବେ ବୋଲି କଥା ଦେଇଥିଲେ । ଏହାପରେ ଯାଇ ଭିଡ ଶାନ୍ତ ପଡିଥିଲା। ଏହି ସମସ୍ତ ଘଟଣାର ଭଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହୋଇଛି।
ଫିଲ୍ମ ‘ଭେଡିଆ’ର ଶୁଟିଂ କରିବା ପାଇଁ ବରୁଣ ନିକଟରେ ହିମାଚଳ ପ୍ରଦେଶ ଗସ୍ତରେ ଯାଇଥିଲେ। ଏତିକି ବେଳେ ତାଙ୍କର ଗୋଟିଏ ଝଲକ୍ ପାଇବା ପାଇଁ ତାଙ୍କ ପ୍ରଶଂସକମାନେ ତାଙ୍କୁ ଘେରି ଯାଇଥିଲେ। ସୂଚନାଯୋଗ୍ୟ ଯେ, ଫିଲ୍ମ ‘ଭେଡିଆ’ର ଲିଡ୍ ରୋଲରେ ବରୁଣ ଧୱନ ଥିବା ବେଳେ ତାଙ୍କ ଅପୋଜିଟରେ କ୍ରିତି ସାନନ ନଜର ଆସିବେ। କେବଳ ସେତିକି ନୁହେଁ ଆଗକୁ ବରୁଣ ଧୱନଙ୍କୁ ‘ଜୁଗ ଜୁଗ ଜିଓ’ ଫିଲ୍ମରେ ମଧ୍ୟ ଦେଖିବାକୁ ମିଳିବ। ଏଥିରେ ତାଙ୍କ ଅପୋଜିଟରେ କିଆରା ଆଡଭାନୀ ଅଛନ୍ତି।
View this post on Instagram
The post ସର୍ବ ସମ୍ମୁଖରେ ହାତ ଯୋଡ଼ିଲେ ବରୁଣ appeared first on Odisha Reporter.
from Odisha Reporter https://ift.tt/3rH9r92
No comments:
Post a Comment