ବିଷ ବଳୟରେ ଷ୍ଟିଲ ସିଟି; କଲବଲ କରୁଛି ପ୍ରଦୂଷଣ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, March 8, 2021

ବିଷ ବଳୟରେ ଷ୍ଟିଲ ସିଟି; କଲବଲ କରୁଛି ପ୍ରଦୂଷଣ

ରାଉରକେଲା(ସତ୍ୟାନନ୍ଦ ମହାନ୍ତି): ବିଷ ବଳୟରେ ଏବେ ଷ୍ଟିଲ ସିଟି  ରାଉରକେଲା । ସହରବାସୀଙ୍କୁ କଲବଲ କରୁଛି ପ୍ରଦୂଷଣ।  ପ୍ରଦୂଷଣର ମାତ୍ରା ବହୁ ଗୁଣରେ ବଢି ଯାଇଥିବାରୁ ସହରରେ ଗତ ୩ ଦିନ ହେଲାଣି କୋହଲା ପାଗର ଭ୍ରମ ସୃଷ୍ଟି ହେଉଛି।  ଏପରି ସ୍ଥିତିରେ ଲୋକେ ଘରୁ ବାହାରିବେ କି ନାହିଁ ଚିନ୍ତା କରୁଛନ୍ତି।  ଯଦିଓ ଆଞ୍ଚଳିକ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଅଧିକାରୀ ସହରରେ ହଠାତ ପ୍ରଦୂଷଣ ବଢିବାର କୌଣସି ସଠିକ କାରଣ କହିପାରୁନାହାନ୍ତି ତେବେ ଏହି ବାୟୁ ପ୍ରଦୂଷଣ ଶିଳ୍ପ ଏବଂ ଖରାପ ସଡ଼କ ଦ୍ୱାରା ହେଉଥିବା ଅନୁମାନ କରାଯାଉଛି ।

ଦିନ ଦ୍ୱିପ୍ରହରରେ ବି ସହର କୁହୁଡ଼ି ଦ୍ୱାରା ଆଚ୍ଛାଦିନ ହେବା ପରି ଦେଖାଯାଉଛି।

ସହର ର ମୁଖ୍ୟ ରାସ୍ତା , ହକି ଛକରୁ ଆରମ୍ଭ ହୋଇଥିବା ମହତାବ ରୋଡ଼ରେ ବାୟୁ ପ୍ରଦୂଷଣ ବଢିଯାଇଥିବାରୁ ଯାତାୟାତ ନିମନ୍ତେ ଅସୁବିଧା ହେଉଛି । ବାସନ୍ତୀ କଲୋନୀ ,ସିଭିଲ ଟାଉନଶିପ , ଛେଣ୍ଡ ,  ଆବାସିକ କଲୋନୀ ରେ ମଧ୍ୟ ସେହି ଅବସ୍ଥା । ରାଉରକେଲା ମହାନଗର ନିଗମ , ସ୍ମାର୍ଟ ସିଟି ଲିମିଟେଡ଼ , ରାଉରକେଲା ଇସ୍ପାତ କାରଖାନା ଏବଂ ପ୍ରଦୂଷଣ ବିଭାଗ ଏଥିପ୍ରତି ଦୃଷ୍ଟି ଦେବାକୁ ଦାବି ହେଉଛି ।

ଦିନ ଦିପ୍ରହରରେ ବି ଖରା ପଡ଼ୁନି, କି ସୂର୍ଯ୍ୟକିରଣ ଦେଖାଯାଉନି।  ପ୍ରଦୂଷଣ ଲୋକଙ୍କ ମନରେ କୁହୁଡ଼ିର ଭ୍ରମ ସୃଷ୍ଟି କରୁଛି। ଲୋକମାନେ ପ୍ରଦୂଷଣ ଯୋଗୁ ଘରେ ରହିବାକୁ ବାଧ୍ୟ ହେଉଛନ୍ତି । ଆଞ୍ଚଳିକ ପ୍ରଦୂଷଣ ବିଭାଗ ପ୍ରଦୂଷଣ ବୃଦ୍ଧିକୁ ସ୍ୱୀକାର କରୁଥିବା ବେଳେ ଏହାର ନିରାକରଣ ଲାଗି ଉଦ୍ୟମ କରା ଯାଉଥିବା କହିଛନ୍ତି ।

ରାଉରକେଲା ସହରରେ ପ୍ରଦୂଷଣର ମାତ୍ର ବଢ଼ିଯାଇଛି।

ଏନେଇ ରାଉରକେଲା ବାସିନ୍ଦା କହିଛନ୍ତି, ସକାଳୁ ମେଘୁଆ ପାଗ ଭଳି ଲାଗୁଛି। ସୂର୍ଯ୍ୟ କିରଣ ପଡ଼ୁନି। ମାସ୍କ ଏବେ ଆହୁରି ଜରୁରୀ ହୋଇପଡ଼ିଛି। ସବୁଠି ରାସ୍ତା ଖୋଳାହୋଇପଡ଼ିଥିବାରୁ ବହୁ ମାତ୍ରାରେ ଧୂଳି ଉଡ଼ୁଛି। ଏହାଦ୍ୱାରା ବହୁ ରୋଗ ହେବା ଆଶଙ୍କା କରାଯାଉଛି। ଷ୍ଟିଲ ପ୍ଲାଣ୍ଟରୁ ବାହାରୁଥିବା ଆବର୍ଜନାକୁ ଖୋଲା ସ୍ଥାନରେ ପକାଯାଉଛି।

ରାଉରକେଲା ସହରରେ ପ୍ରଦୂଷଣ ରୋକିବାକୁ ପ୍ରଶାସନ ସମ୍ପୂର୍ଣ୍ଣ ବିଫଳ ହୋଇଛି। ବିଷ ବଳୟରେ ଅଛି ରାଉରକେଲା। ପ୍ରଦୂଷଣ ବିଭାଗ ଏହା ଉପରେ କୌଣସି ଅଙ୍କୁଶ ଲଗାଉ ନାହିଁ। ପ୍ରଶାସନ ଖୁବ୍‌ ଶୀଘ୍ର ପଦକ୍ଷେପ ନ ନେଲେ ରାଉରକେଲା ଦେଶର ୧ ନମ୍ବର ପ୍ରଦୂଷଣ ସହରରେ ପରିଷଣ ହେବ। ପ୍ରଦୂଷଣ ଯୋଗୁ  ସହରବାସୀ ଅତିଷ୍ଠ ହେଉଥିବା ବେଳେ ଏ ଦିଗରେ ଖୁବ୍‌ ଶୀଘ୍ର ପ୍ରଶାସନ ବ୍ୟବସ୍ଥା ନ କଲେ ଜନଆନ୍ଦୋଳନ ହେବ।

ରାଉରକେଲା ସହରରେ ଦିନରେ ବି ସୂର୍ଯ୍ୟକିରଣ ପଡ଼ୁ ନାହିଁ।

ଏନେଇ ଆଞ୍ଚଳିକ ପ୍ରଦୂଷଣ ବୋର୍ଡ ଡାଇରେକ୍ଟର ପ୍ରକାଶ କୁମାର ମହାପାତ୍ର  କହିଛନ୍ତି, ଚିମିନର ଧୂଆଁ, ସଡ଼କ କାମ ଯୋଗୁ ପ୍ରଦୂଷଣ ମାତ୍ରା ବଢ଼ିଛି। ଏହାବ୍ୟତୀତ ଏବେ ଧୂଆଁ, ଧୂଳି ଉପରକୁ ଯାଇ ନ ପାରି ଆବଦ୍ଧ ହୋଇ ରହିଯାଉଛି। ଏହାକୁ ଦୂର କରିବାକୁ ପଦକ୍ଷେପ ନିଆଯିବ।

The post ବିଷ ବଳୟରେ ଷ୍ଟିଲ ସିଟି; କଲବଲ କରୁଛି ପ୍ରଦୂଷଣ appeared first on Odisha Reporter.



from Odisha Reporter https://ift.tt/30tvRi4

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages