୩ କୋଟି ସ୍ୱାସ୍ଥ୍ୟକର୍ମୀ ଓ ସମ୍ମୁଖ ଯୋଦ୍ଧାଙ୍କ ଟିକାକରଣ ପାଇଁ ୧୮୭୨ କୋଟି ଟଙ୍କା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, March 8, 2021

୩ କୋଟି ସ୍ୱାସ୍ଥ୍ୟକର୍ମୀ ଓ ସମ୍ମୁଖ ଯୋଦ୍ଧାଙ୍କ ଟିକାକରଣ ପାଇଁ ୧୮୭୨ କୋଟି ଟଙ୍କା

ନୂଆଦିଲ୍ଲୀ: ଜାନୁଆରୀ ୧୬ରୁ ଦେଶରେ କରୋନା ଟିକାକରଣ ଆରମ୍ଭ ହୋଇଥିଲା। ପ୍ରଥମ ଦଫାରେ କରୋନାର ସମ୍ମୁଖ ଯୋଦ୍ଧା ଓ ସ୍ୱାସ୍ଥ୍ୟକର୍ମୀଙ୍କୁ ମାଗଣାରେ ଟିକା ପ୍ରଦାନ କରାଯାଉଛି। ପ୍ରାୟ ୩ କୋଟି ସ୍ୱାସ୍ଥ୍ୟକର୍ମୀ ଓ ସମ୍ମୁଖ ଯୋଦ୍ଧାଙ୍କ ଟିକାକରଣ ପାଇଁ ଭାରତ ସରକାର ପ୍ରାୟ ୧୮୭୨ କୋଟି ଟଙ୍କା ବ୍ୟୟବରାଦ କରିଛନ୍ତି। ଏହା ମଧ୍ୟରୁ ଟିକାକରଣର ପରିଚାଳନା ବାବଦରେ ୪୮୦ କୋଟି ଟଙ୍କା ଓ ଟିକାର ଡୋଜ୍‌ଗୁଡ଼ିକ ପାଇଁ ୧୩୯୨ କୋଟି ଟଙ୍କା ଖର୍ଚ୍ଚ ହେବ। ଏ ସମ୍ପର୍କରେ କେନ୍ଦ୍ର ସ୍ୱାସ୍ଥ୍ୟ ରାଷ୍ଟ୍ରମନ୍ତ୍ରୀ ଅଶ୍ୱିନୀ ଚୌବେ ରାଜ୍ୟସଭାରେ ସୂଚନା ଦେଇଛନ୍ତି।

ସରକାର ଆଗକୁ ମାଗଣାରେ କେଉଁ ବର୍ଗର ଲୋକଙ୍କୁ ଟିକା ଦେବାକୁ ଯୋଜନା କରୁଛନ୍ତି କି ବୋଲି ଏକ ଲିଖିତ ପ୍ରଶ୍ନର ଉତ୍ତରରେ ଶ୍ରୀ ଚୌବେ କହିଛନ୍ତି, ବର୍ତ୍ତମାନ ସ୍ୱାସ୍ଥ୍ୟକର୍ମୀ ଓ ସମ୍ମୁଖ ଯୋଦ୍ଧାଙ୍କୁ ମାଗଣାରେ ଟିକା ଯୋଗାଇ ଦିଆଯାଉଛି। ଫେବୃଆରୀ ୪ ସୁଦ୍ଧା ମୋଟ ୯୬.୨୮ ଲକ୍ଷ ସ୍ୱାସ୍ଥ୍ୟକର୍ମୀ ଓ ୭୮.୫୧ ଲକ୍ଷ ସମ୍ମୁଖ ଯୋଦ୍ଧାଙ୍କୁ କରୋନା ଟିକା ପ୍ରଦାନ ପାଇଁ ଚିହ୍ନଟ କରାଯାଇଛି। କୋ-ୱିନ ଡିଜିଟାଲ ପ୍ଲାଟଫର୍ମରେ ସମ୍ମୁଖ ଯୋଦ୍ଧାଙ୍କ ତାଲିକା ଅପଡେଟ୍‌ କରାଯାଉଛି।

୩ କୋଟି ସ୍ୱାସ୍ଥ୍ୟକର୍ମୀ ଓ ସମ୍ମୁଖ ଯୋଦ୍ଧାଙ୍କର ଟିକାକରଣ ପାଇଁ ପରିଚାଳନା ଖର୍ଚ୍ଚ ୪୮୦ କୋଟି ଟଙ୍କା ହୋଇଥିବା ବେଳେ ଟିକାର ଡୋଜ୍‌ ପାଇଁ ୧୪୯୨.୮୨ କୋଟି ଟଙ୍କା ଖର୍ଚ୍ଚ ହେବ।

ଦେଶରେ ସେରମ ଇନଷ୍ଟିଚ୍ୟୁଟ ଉତ୍ପାଦନ କରୁଥିବା କୋଭିସିଲ୍ଡ ଓ ଭାରତ ବାୟୋଟେକ ଦ୍ୱାରା ନିର୍ମିତ କୋଭାକ୍ସିନକୁ ଭାରତରେ ଜରୁରୀ କାଳୀନ ବ୍ୟବହାର ପାଇଁ ଅନୁମତି ମିଳିଛି। ଜାନୁଆରୀ ୨୬ ସୁଦ୍ଧା କୋଭିସିଲ୍ଡର ୨୦୦ ଲକ୍ଷ ଡୋଜ୍‌ ଓ କୋଭାକ୍ସିନର ୨୮.୦୩ ଲକ୍ଷ ଡୋଜ୍‌ ବିଭିନ୍ନ ରାଜ୍ୟକୁ ପଠାଯାଇଛି ବୋଲି ସେ ସୂଚନା ଦେଇଛନ୍ତି।

The post ୩ କୋଟି ସ୍ୱାସ୍ଥ୍ୟକର୍ମୀ ଓ ସମ୍ମୁଖ ଯୋଦ୍ଧାଙ୍କ ଟିକାକରଣ ପାଇଁ ୧୮୭୨ କୋଟି ଟଙ୍କା appeared first on Odisha Reporter.



from Odisha Reporter https://ift.tt/3ctwtu3

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages