ଦେଶରେ ବେକାବୁ ହେଲାଣି କରୋନା: ଦିନକରେ ୫୯ ହଜାର ସଂକ୍ରମିତ, ୨୫୭ ମୃତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, March 25, 2021

ଦେଶରେ ବେକାବୁ ହେଲାଣି କରୋନା: ଦିନକରେ ୫୯ ହଜାର ସଂକ୍ରମିତ, ୨୫୭ ମୃତ

ନୂଆଦିଲ୍ଲୀ: ମହାମାରୀ କରୋନା ଭାଇରସର ଦ୍ୱିତୀୟ ଲହର ଦିନକୁ ଦିନ ଦେଶରେ ବେକାବୁ ହେବାରେ ଲାଗିଛି। ପ୍ରତିଦିନ ରେକର୍ଡ ସଂଖ୍ୟକ କରୋନା ଆକ୍ରାନ୍ତ ଚିହ୍ନଟ ହେବା ସମସ୍ତଙ୍କ ଚିନ୍ତା ବଢ଼ାଇ ଦେଇଛି। ଗତକାଲି ୫୦ ହଜାରରୁ ଅଧିକ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଆଜି ଏହି ସଂଖ୍ୟା ୫୯ ହଜାର ପାର୍‌ କରି ଯାଇଛି।

ସେହିପରି ମୃତ୍ୟୁସଂଖ୍ୟା ମଧ୍ୟ କ୍ରମାଗତ ଭାବେ ବୃଦ୍ଧି ପାଇବାରେ ଲାଗିଛି। ଦୀର୍ଘ ୧୫୦ରୁ ଅଧିକ ଦିନ ପରେ ଆକ୍ଟିଭ କେସ୍‌ ସଂଖ୍ୟା ୪ ଲକ୍ଷ ଟପିଯାଇଛି। ସଂକ୍ରମଣ ସାଙ୍ଗକୁ ଆକ୍ଟିଭ କେସ୍‌ ସଂଖ୍ୟା ବୃଦ୍ଧି ପାଉଥିବାରୁ ସରକାର ନୂଆ କଟକଣା ଲଗାଇବାକୁ ଯୋଜନା କରୁଥିବା ଜଣାପଡ଼ିଛି।

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୫୯,୧୧୮ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ପ୍ରାୟ ୩୬ ହଜାର ଲୋକ କେବଳ ମହାରାଷ୍ଟ୍ରରୁ ଚିହ୍ନଟ ହୋଇଛନ୍ତି। ଆଜିର ନୂଆ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧,୧୮,୪୬,୬୩୭ରେ ପହଞ୍ଚି ଯାଇଛି।

ସେହିପରି ୧,୧୨,୬୪,୬୩୭ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏବେ ଭାରତରେ ଆକ୍ଟିଭ କେସ୍‌ ସଂଖ୍ୟା ୪,୨୧,୦୬୬ ରହିଛି। ଦିନକରେ ଏହି ପ୍ରାଣଘାତୀ ଭାଇରସ ଆଉ ୨୫୭ ଜଣଙ୍କ ମୁଣ୍ଡ ନେଇଛି। ଏହାକୁ ମିଶାଇ ଦେଶରେ କରୋନା ଜନିତ ମୋଟ ମୃତ୍ୟୁସଂଖ୍ୟା ୧,୬୦,୯୪୯କୁ ବୃଦ୍ଧି ପାଇଛି। ଗୋଟିଏ ଦିନ ପୂର୍ବରୁ ଦେଶରେ ୫୩,୪୭୬ ଜଣ କରୋନାରେ ଆକ୍ରାନ୍ତ ହୋଇଥିଲେ। ଏହା ୫ ମାସରେ ସର୍ବାଧିକ।

ଏଯାଏ ଭାରତରେ ୫,୫୫,୦୪,୪୪୦ ଜଣ ଲୋକଙ୍କୁ କରୋନା ଟିକା ଦିଆଯାଇଛି। ଏପ୍ରିଲ ମାସରେ ସଂକ୍ରମିତଙ୍କ ସଂଖ୍ୟା ସବୁଠାରୁ ଅଧିକ ରହିବ ବୋଲି ବିଶେଷଜ୍ଞମାନେ ଆକଳନ କରିଛନ୍ତି। ଏଥିରୁ ବର୍ତ୍ତିବା ପାଇଁ ଟିକା ହିଁ ଏକମାତ୍ର ଉପାୟ ବୋଲି ସେମାନେ କହିଛନ୍ତି। ଏହାକୁ ଦୃଷ୍ଟିରେ ରଖି ଭାରତରେ ଟିକାକରଣ କାର୍ଯ୍ୟକ୍ରମକୁ ଜୋରଦାର କରାଯାଉଛି।


ଦେଶରେ ଦୈନିକ ସଂକ୍ରମଣ ବୃଦ୍ଧି ପାଇବା ପଛରେ ମହାରାଷ୍ଟ୍ର ଅଧିକାଂଶ ପରିମାଣ ଦାୟୀ। କାରଣ ଭାରତରୁ ଚିହ୍ନଟ ହେଉଥିବା ମୋଟ ସଂକ୍ରମିତଙ୍କ ମଧ୍ୟରୁ କେବଳ ମହାରାଷ୍ଟ୍ରରୁ ୬୦ରୁ ଅଧିକ ପ୍ରତିଶତ ଲୋକ ରହିଛନ୍ତି। ୨୪ ଘଣ୍ଟା ମଧ୍ୟରେ ମହାରାଷ୍ଟ୍ରରେ ୩୫,୯୫୨ ଜଣଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି।

କରୋନା ମହାରାଷ୍ଟ୍ରରେ ପ୍ରବେଶ କରିବା ଦିନଠାରୁ କେବେ ହେଲେ ଗୋଟିଏ ଦିନରେ ଏତେ ସଂଖ୍ୟକ ଲୋକ ଏଥିରେ ଆକ୍ରାନ୍ତ ହୋଇ ନଥିଲେ। କେବଳ ଆକ୍ରାନ୍ତଙ୍କ ସଂଖ୍ୟା ନୁହେଁ, ରାଜ୍ୟରେ ମୃତକଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଉଛି। ଗୋଟିଏ ଦିନରେ କରୋନା ଏଠାରେ ୧୧୧ ଜଣଙ୍କ ମୁଣ୍ଡ ନେଇଛି। ଦେଶର ଆର୍ଥିକ ରାଜଧାନୀ ମୁମ୍ବାଇରେ ମଧ୍ୟ କ୍ରମାଗତ ଦ୍ୱିତୀୟ ଦିନରେ ୫ ହଜାରରୁ ଅଧିକ ଲୋକଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି। ଗତକାଲି ମୁମ୍ବାଇରେ ୫୦୦୪ ଜଣଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଥିଲା।

କେବଳ ମହାରାଷ୍ଟ୍ର ନୁହେଁ, ପଞ୍ଜାବ, ଛତିଶଗଡ଼, ଦିଲ୍ଲୀ, କେରଳ ଓ ମଧ୍ୟପ୍ରଦେଶ ଭଳି ରାଜ୍ୟରେ ମଧ୍ୟ କ୍ରମାଗତ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇଛି।

The post ଦେଶରେ ବେକାବୁ ହେଲାଣି କରୋନା: ଦିନକରେ ୫୯ ହଜାର ସଂକ୍ରମିତ, ୨୫୭ ମୃତ appeared first on Odisha Reporter.



from Odisha Reporter https://ift.tt/3spoVz6

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages