ଉଗ୍ର ରୂପ ନେଲା କିନ୍ନରଙ୍କ ଝଗଡ଼ା, ପୁଲିସ୍‌ ହଟହଟା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, March 25, 2021

ଉଗ୍ର ରୂପ ନେଲା କିନ୍ନରଙ୍କ ଝଗଡ଼ା, ପୁଲିସ୍‌ ହଟହଟା

ଭଦ୍ରକ(ପାର୍ଥସାରଥୀ ନାୟକ): ମୁହାଁମୁହିଁ ହେଲେ ୨ କିନ୍ନର ଗୋଷ୍ଠି। ଝଗଡ଼ା ଉଗ୍ର ରୂପ ନେବାରୁ ଉଭୟ ପକ୍ଷ ମଧ୍ୟରେ ହେଲା ରକ୍ତାକ୍ତ ସଂଘର୍ଷ। କିନ୍ନରମାନଙ୍କର ହୋ ହାଲ୍ଲାରେ ଭଦ୍ରକ ଟାଉନ ଥାନା ସମ୍ମୁଖରେ ଗତକାଲି ବିଳମ୍ବିତ ରାତିରେ ସୃଷ୍ଟି ହୋଇଥିଲା ଅସ୍ୱାଭାବିକ ପରିସ୍ଥିତି।

ସୂଚନା ଅନୁଯାୟୀ, ଭଦ୍ରକ ଜିଲ୍ଲା ଚରମ୍ପା ଅଞ୍ଚଳରେ କିନ୍ନରମାନେ ରହୁଥିବା ଅଞ୍ଚଳରେ କୌଣସି କାରଣ ପାଇଁ ଉଭୟ ଗୋଷ୍ଠୀ ମଧ୍ୟରେ ଝଗଡା ହୋଇଥିଲା। ପରେ ଏହି ଝଗଡା ଉଗ୍ର ରୂପ ନେବାରୁ, ଉଭୟ ପକ୍ଷ ମଧ୍ୟରେ ବାଡ଼ି ଠେଙ୍ଗାରେ ବାଡାବାଡ଼ି ହେବାରୁ ରକ୍ତାକ୍ତ ସଂଘର୍ଷ ହୋଇଥିଲା। ।

ପରେ ଟାଉନ ଥାନା ପୁଲିସ୍‌ ସୂଚନା ପାଇ ଘଟଣାସ୍ଥଳରେ ପହଞ୍ଚିଥିଲା। କିନ୍ତୁ ଘଟଣାସ୍ଥଳରେ ଉତ୍ତେଜନା  ଦେଖାଦେବାରୁ ପୁଲିସ୍‌ ସେଠାରେ ପହଞ୍ଚି ହଟହଟା ହୋଇଥିଲା। ଏହାପରେ ପୁଲିସ୍‌ କିଛି କିନ୍ନରଙ୍କୁ ଥାନାକୁ ଆଣିଥିଲା ।

ପୁଲିସ୍‌ ବାଡ଼େଇଥିବା ଅଭିଯୋଗ କରି ଟାଉନ ଥାନା ସମ୍ମୁଖରେ କିନ୍ନରମାନେ ହଙ୍ଗାମା କରିଥିଲେ। ଏହି ସଂଘର୍ଷରେ ଆହତ ହୋଇଥିବା ଦୁଇ ଜଣ କିନ୍ନର ଭଦ୍ରକ ମେଡିକାଲରେ ଭର୍ତ୍ତି ହୋଇଛନ୍ତି। ଟାଉନ ପୋଲିସ ଘଟଣାର ଅନୁସନ୍ଧାନ ଚଳାଇଥିବା ସୂଚନା ମିଳିଛି ।

The post ଉଗ୍ର ରୂପ ନେଲା କିନ୍ନରଙ୍କ ଝଗଡ଼ା, ପୁଲିସ୍‌ ହଟହଟା appeared first on Odisha Reporter.



from Odisha Reporter https://ift.tt/3tWnc4B

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages