ଇସଲାମାବାଦ: ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ କହିଛନ୍ତି ଦୁଷ୍କର୍ମ ପାଇଁ ଭାରତୀୟ ସଂସ୍କୃତି ଦାୟୀ। ଜଣେ ଫୋନ୍ କଲରଙ୍କ ସହ କଥା ହେବା ବେଳେ ଓ୍ୱାଜିରେ ଆଜମ ଏଭଳି ବିବାଦୀୟ ମନ୍ତବ୍ୟ ଦେଇଛନ୍ତି। ତେବେ ଏହାକୁ ନେଇ ବିବାଦ ବଢ଼ିବା ପରେ ପାକିସ୍ତାନର ମାନବାଧିକାର କମିଶନ କହିଛନ୍ତି ଇମ୍ରାନଙ୍କ ମନ୍ତବ୍ୟ ସମସ୍ତଙ୍କୁ ଚକିତ କରିଛି।
ରବିବାର ପ୍ରଧାନମନ୍ତ୍ରୀ ଇମ୍ରାନ୍ ବିଭିନ୍ନ ଫୋନ କଲରଙ୍କ ସହ କଥା ହେଉଥିଲେ। ଏହି ସମୟରେ ଜଣେ କଲର ପଚାରିଥିଲେ ବଢ଼ୁଥିବା ଦୁଷ୍କର୍ମ ପାଇଁ ଦାୟୀ କିଏ? ଆଉ ଜବାବ ଦେବାକୁ ଯାଇ ଇମ୍ରାନ୍ କହିଛନ୍ତି ଅଶ୍ଳୀଳତା, ଓ୍ୱେଷ୍ଟନ କଲଚର, ଏବଂ ଭାରତୀୟ ସଂସ୍କୃତି ପାଇଁ ଦୁଷ୍କର୍ମ ବଢ଼ୁଛି।
ଏହାପରେ ମାନବାଧିକାର କମିଶନ ବୟାନ ଜାରି କରି କହିଛନ୍ତି, ଜନତାଙ୍କ ନେତା ଭାବରେ ଇମ୍ରାନ ଯାହା କହିଛନ୍ତି ତାହା ଗ୍ରହଣୀୟ ନୁହେଁ। ଏଭଳି ମନ୍ତବ୍ୟ ଦେଇ ଇମ୍ରାନ୍ ନିଜର ଅଜ୍ଞତାକୁ ପରିପ୍ରକାଶ କରିଛନ୍ତି। ଏଥିସହ ସେ ଦେଇଥିବା ମନ୍ତବ୍ୟରେ ସେ ପରୋକ୍ଷରେ ପୀଡ଼ିତାଙ୍କୁ ଦୋଷୀ ବୋଲି କହୁଛନ୍ତି। ଦୁଷ୍କର୍ମ ପଛର କାରଣ ଛୋଟିଆ ଛୁଆ ବି ଜାଣିଛନ୍ତି ହେଲେ ପ୍ରଧାନମନ୍ତ୍ରୀ ହୋଇ ଏଭଳି ଯୁକ୍ତି ରଖିବା ଗ୍ରହଣୀୟ ନୁହେଁ। ଏଥିପାଇଁ ସେ କ୍ଷମା ମାଗିବ ଦରକାର ବୋଲି କମିଶନ କହିଛନ୍ତି। ଅନ୍ୟପଟେ ଏହି ପ୍ରସଙ୍ଗରେ ସୋଶାଲ ମିଡିଆରେ ଇମ୍ରାନଙ୍କୁ କଡ଼ା ସମାଲୋଚନା କରିଛନ୍ତି ପାକିସ୍ତାନବାସୀ।
ସୂଚନାଯୋଗ୍ୟ, ପ୍ରତି ସପ୍ତାହର ଛୁଟି ଦିନରେ ଫୋନ୍ ଇନ୍ କାର୍ଯ୍ୟକ୍ରମ ଜରିଆରେ ଇମ୍ରାନ୍ ଦେଶବାସୀଙ୍କ ପ୍ରଶ୍ନର ଜବାବ ଦିଅନ୍ତି। ଏହି ସମୟରେ ଜଣେ ଫୋନ୍ କଲର ପଚାରିଥିଲେ ତାଙ୍କ ସରକାର ଦୁଷ୍କର୍ମ, ନାରୀ ନିର୍ଯାତନା ରୋକିବାରେ କେତେ ସଫଳ। ଆଉ ଜବାବରେ ଇମ୍ରାନ୍ ଛୋଟ ଛୁଆ ଏବଂ ମହିଳାଙ୍କ ବିରୋଧରେ ହେଉଥିବା ନିର୍ଯାତନାକୁ ସେ ନାପସନ୍ଦ କରିଥିଲେ।
ତେବେ ଏହିସବୁ ବଢ଼ିବା ପଛର କାରଣ ‘ଅଶ୍ଳୀଳତା’ ବୋଲି ଇମ୍ରାନ୍ କହିଥିଲେ। ଆଉ ଏହି ଅଶ୍ଳୀଳତା ପଶ୍ଚିମ ସଂସ୍କୃତି ଏବଂ ଭାରତୀୟ ସଂସ୍କୃତିରୁ ଆସୁଛି ବୋଲି ଇମ୍ରାନ୍ କହିଥିଲେ। ଏହାପରେ ଧର୍ମ ବାବଦରେ କହିବାକୁ ଯାଇ ଇମ୍ରାନ୍ କହିଥିଲେ ଇସଲାମ ଧର୍ମ ‘ପ୍ରଲୋଭନ’କୁ ନିୟନ୍ତ୍ରଣ କରେ।
The post ଭାରତୀୟ ସଂସ୍କୃତି ପାଇଁ ଦୁଷ୍କର୍ମ ବଢ଼ୁଛି କହିଲେ ଇମ୍ରାନ୍ appeared first on Odisha Reporter.
from Odisha Reporter https://ift.tt/3wy0kKQ
No comments:
Post a Comment