କଟକରେ କଳା ପଲସର ଆତଙ୍କ, ଆକ୍ରମଣ କରି ଲୁଟିଲେ ଚେନ୍‌   - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, April 7, 2021

କଟକରେ କଳା ପଲସର ଆତଙ୍କ, ଆକ୍ରମଣ କରି ଲୁଟିଲେ ଚେନ୍‌  

କଟକ (ଓଡ଼ିଶା ରିପୋର୍ଟର) କଟକରେ କଳା ପଲସର ଆତଙ୍କ । ସକାଳୁ ସକାଳୁ କଳା ପଲସରରେ ଆସି ଦଂପତିଙ୍କୁ ଆକ୍ରମଣ କରି ଲୁଟିନେଲେ ଲକ୍ଷାଧିକ ଟଙ୍କାର ସୁନାଗହଣା । କଟକର ଭିଆଇପି ଏରିଆ ସିଡିଏ ସେକ୍ଟର-୧୦ରେ ଘଟିଛି ଏଭଳି ଘଟଣା।  ସକାଳେ ସ୍ୱାମୀ-ସ୍ତ୍ରୀ ମର୍ଣ୍ଣିଂ ଓ୍ୱାକ କରି ଫେରିବାବେଳେ ସେକ୍ଟର ୧୦ ଫୁଟବଲ୍  ପଡ଼ିଆ ପାଖରେ ଦୁହିଁଙ୍କୁ ଆକ୍ରମଣ କରିଥିଲେ ଦୁର୍ବୃତ୍ତ ।

ଗୋଟିଏ କଳା ପଲସରରେ ୩ ଜଣ ଆସି ପ୍ରଥମେ ସ୍ୱାମୀଙ୍କୁ ଖଣ୍ଡାରେ ଆକ୍ରମଣ କରିଥିଲେ। ଏହାପରେ ତାଙ୍କ ବେକରୁ ସୁନା ଚେନ୍  ଲୁଟିବା ପରେ ସ୍ତ୍ରୀଙ୍କୁ ଟାର୍ଗେଟ କରିଥିଲେ। ସ୍ତ୍ରୀଙ୍କ ବେକରେ ଖଣ୍ଡା ଲଗାଇଦେବାରୁ ସେ ନିଜର ଚେନ୍ ଓ କାନଫୁଲ କାଢ଼ି ଧରାଇ ଦେଇଥିଲେ।

ଏତିକି ବେଳେ ସ୍ୱାମୀ ସେମାନଙ୍କୁ ପ୍ରତିରୋଧ କରିବାରୁ ଦୁର୍ବୃତ୍ତମାନେ ଖଣ୍ଡାରେ ତାଙ୍କ ଜଙ୍ଘକୁ ଚୋଟ୍  ପକାଇଥିଲେ । ଫଳରେ ସେ ତଳେ ପଡ଼ି ଯାଇଥିଲେ । ତାଙ୍କର ହାତରେ ୨ଟି ଜାଗା କଟି ଯାଇଥିବାବେଳେ ଜଙ୍ଘ ମଧ୍ୟ ଖଣ୍ଡିଆ ହୋଇଛି । ତାଙ୍କୁ ଗୁରୁତର ଅବସ୍ଥାରେ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

The post କଟକରେ କଳା ପଲସର ଆତଙ୍କ, ଆକ୍ରମଣ କରି ଲୁଟିଲେ ଚେନ୍‌   appeared first on Odisha Reporter.



from Odisha Reporter https://ift.tt/39QTB4Z

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages