ମୁମ୍ବାଇ: ଆସୁଛି ଦିବଙ୍ଗତ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ବାୟୋପିକ୍ ଫିଲ୍ମ। ଏହି ଫିଲ୍ମର ନାଁ ରହିଛି `ନ୍ୟାୟ’। ନିକଟରେ ଏହାର ଟିଜର ରିଲିଜ ହୋଇଛି। ତେବେ ଏହି ଫିଲ୍ମ ଉପରେ ରୋକ୍ ଲଗାଇବା ପାଇଁ ଅପିଲ ହୋଇଛି। ଏଥିସହ ହାଇକୋର୍ଟ ନୋଟିସ ମଧ୍ୟ ଜାରି କରିଛନ୍ତି।
ଖୋଦ୍ ସୁଶାନ୍ତ ସିଂହ ରାଜପୁତଙ୍କ ବାପା କେକେ ସିଂହ ଏହି ବାୟୋପିକ୍ ଫିଲ୍ମ ଉପରେ ରୋକ ଲଗାଇବା ପାଇଁ ଦିଲ୍ଲୀ ହାଇକୋର୍ଟରେ ଅପିଲ କରିଛନ୍ତି। ତାଙ୍କ ପରିବାରର ବିନା ଅନୁମତିରେ ସୁଶାନ୍ତଙ୍କ ବାୟୋପିକ୍ ଫିଲ୍ମ ତିଆରି କରାଯାଇଥିବା ନେଇ ସେ ଅଭିଯୋଗ ଆଣିଛନ୍ତି। ଏହି ଆବେଦନର ଶୁଣାଣି କରି ଦିଲ୍ଲୀ ହାଇକୋର୍ଟ ଫିଲ୍ମ ନିର୍ମାତାଙ୍କୁ ନୋଟିସ ଜାରି କରିଛନ୍ତି।
ଦିଲୀପ ଗୁଲାଟିଙ୍କ ନିର୍ଦ୍ଦେଶନାରେ ତିଆରି ଏହି ଫିଲ୍ମକୁ ନେଇ ବିବାଦ ସୃଷ୍ଟି ହୋଇଛି। ଖବର ଅନୁଯାୟୀ, ଏହି ଫିଲ୍ମ ନିର୍ମାଣ ପାଇଁ ସୁଶାନ୍ତଙ୍କ ପରିବାର ପକ୍ଷରୁ କୌଣସି ଅନୁମତି ନିଆଯାଇ ନାହିଁ। ସେପଟେ ଫିଲ୍ମର ନିର୍ମାତାମାନେ କହିଛନ୍ତି ଯେ ସୁଶାନ୍ତଙ୍କ ମାମଲା ସର୍ବସାଧାରଣ ଡୋମେନରେ ଅଛି, ତେଣୁ ଅନୁମତିର କୌଣସି ପ୍ରଶ୍ନ ଉଠୁନାହିଁ। ଏହି ବିବାଦ ଭିତରେ ଫିଲ୍ମର ଟିଜର ରିଲିଜ ହେବା ପରେ ସୁଶାନ୍ତଙ୍କ ପରିବାର ଲୋକେ ଆହୁରି ରାଗି ଯାଇଛନ୍ତି। ବାଧ୍ୟ ହୋଇ ସୁଶାନ୍ତଙ୍କ ବାପା ଫିଲ୍ମ ଉପରେ ରୋକ୍ ଲଗାଇବା ପାଇଁ ଦିଲ୍ଳୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି।
ସୂଚନା ଯୋଗ୍ୟ ଯେ, ସୁଶାନ୍ତ ସିଂହଙ୍କ ବାୟୋପିକ୍ ଫିଲ୍ମ `ନ୍ୟାୟ: ଦ ଜଷ୍ଟିସ୍’ର ଲିଡ୍ ରୋଲରେ ଜୁବେର କେ ଖାନ୍ ଅଛନ୍ତି। ଏଥିରେ ତାଙ୍କୁ ସୁଶାନ୍ତ ସିଂହ ରାଜପୁତଙ୍କ ଚରିତ୍ରରେ ଦେଖିବାକୁ ମିଳିବ। ନିକଟରେ ରିଲିଜ ହୋଇଥିବା ଟିଜରରେ ସୁଶାନ୍ତ ସିଂହଙ୍କ ଫିଲ୍ମି କ୍ୟାରିଅର ଠାରୁ ଆରମ୍ଭ କରି ତାଙ୍କ ମୃତ୍ୟୁ ଏବଂ ତାଙ୍କ ମୃତ୍ୟୁକୁ ନେଇ ଚାଲିଥିବା ତଦନ୍ତ, ସବୁ କିଛିର ଝଲକ ରହିଛି। ଏହି ଫିଲ୍ମରେ ରିଆ ଚକ୍ରବର୍ତ୍ତୀଙ୍କ ଚରିତ୍ରରେ ଶ୍ରେୟା ସୁକ୍ଲା ନଜର ଆସିବେ।
The post ସୁଶାନ୍ତଙ୍କ ବାୟୋପିକ୍କୁ ନେଇ ରାଗିଗଲେ ବାପା appeared first on Odisha Reporter.
from Odisha Reporter https://ift.tt/3eg1aDB
No comments:
Post a Comment