ଧାୱନ ଓ ସ୍ମିଥଙ୍କ ଜବରଦସ୍ତ ବ୍ୟାଟିଂ, ମୁମ୍ବାଇ ୬ ୱିକେଟରେ ପରାସ୍ତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, April 20, 2021

ଧାୱନ ଓ ସ୍ମିଥଙ୍କ ଜବରଦସ୍ତ ବ୍ୟାଟିଂ, ମୁମ୍ବାଇ ୬ ୱିକେଟରେ ପରାସ୍ତ

ଚେନ୍ନାଇ:  ଚଳିତ ଆଇପିଏଲରେ ମଙ୍ଗଳବାର ଦିଲ୍ଲୀ କ୍ୟାପିଟାଲ୍ସ ମୁମ୍ବାଇ ଇଣ୍ଡିଆନ୍ସକୁ ପରାସ୍ତ କରିଛି। ଚେନ୍ନାଇର ଏମ୍ ଚିଦାମ୍ବରମ ଷ୍ଟାଡିୟମରେ ଖେଳାଯାଇଥିବା ମ୍ୟାଚରେ ଦିଲ୍ଲୀ ମୁମ୍ବାଇକୁ ୬ ୱିକେଟରେ ପରାସ୍ତ କରିଛି। ମୁମ୍ବାଇ ୧୩୮ ରନର ଟାର୍ଗେଟ ଦେଇଥିଲା। ହେଲେ ଦିଲ୍ଲୀ ୪ ୱିକେଟ୍ ହରାଇ ୫ଟି ବଲ୍ ବାକି ଥିବା ବେଳେ ଟାର୍ଗେଟ ହାସଲ କରିନେଇଥିଲା।

ଦିଲ୍ଲୀ ପକ୍ଷରୁ ଓପନର୍ ଶିଖର ଧାୱନଙ୍କ ବ୍ୟାଟ୍ ପୁଣି ଥରେ କମାଲ କରିଛି। ଗତ ମ୍ୟାଚରେ ୯୨ ରନ୍ ସ୍କୋର କରିଥିବା ଧାୱନ ଏହି ମ୍ୟାଚରେ ୪୫ ରନ୍ ସଂଗ୍ରହ କରିଥିଲେ। ଧାୱନଙ୍କ ବ୍ୟତୀତ ଷ୍ଟିଭ ସ୍ମିଥ ୩୩, ଲଲିତ ଯାଦବ ଅପରାଜିତ ୨୨, ଶିମ୍ରନ୍ ହେଟମିୟର ଅପରାଜିତ ୧୪, ପ୍ରୀତି ଖାଁ ୭  ଏବଂ ଋଷଭ ପନ୍ତ ୭ ରନ୍ କରିଥିଲେ। ଦିଲ୍ଲୀ ଏବେ ଏହି ମ୍ୟାଚ ଜିତି ଆଇପିଏଲର ପଏଣ୍ଟ ଟେବୁଲରେ ୬ ପଏଣ୍ଟ ସହ ଦ୍ୱିତୀୟ ସ୍ଥାନରେ ରହିଥିବାବେଳେ ମୁମ୍ୱାଇ ଇଣ୍ଡିଆନ୍ସ ୪ ପଏଣ୍ଟ ସହ ଚତୁର୍ଥ ସ୍ଥାନରେ ରହିଛି।

ଏହାପୂର୍ବରୁ ମୁମ୍ବାଇ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିଲା। ୨୦ ଓଭରରେ ୯ ୱିକେଟ୍ ହରାଇ ୧୩୭ ରନ୍ ସ୍କୋର୍ କରିଥିଲା ରୋହିତ ଶର୍ମାଙ୍କ ନେତୃତ୍ୱରେ ଖେଳୁଥିବା ଏହି ଟିମ୍। ରୋହିତ ଶର୍ମା ୪୪ ରନ୍ କରିଥିବା ବେଳେ ଇଶାନ କିଶନ ୨୬, ସୂର୍ଯ୍ୟକୁମାର ଯାଦବ ୨୪ ଏବଂ ଜୟନ୍ତ ଯାଦବ ୨୩ ରନ୍ କରିଥିଲେ।

ଏଥି ସହ ରାହୁଲ ଚହର ୬, କିରେନ ପୋଲାର୍ଡ ୨, ହାର୍ଦ୍ଦିକ ପାଣ୍ଡ୍ୟା କୌଣସି ରନ୍ ସଂଗ୍ରହ କରିନପାରି ଆଉଟ୍ ହୋଇଥିବା ବେଳେ କ୍ୱିଣ୍ଟନ୍ ଡିକକ୍ ମାତ୍ର ୨ ରନ କରି ଆଉଟ୍ ହୋଇଥିଲେ ଏବଂ କ୍ରୁନାଲ ପାଣ୍ଡ୍ୟା ୧ ରନ୍ କରି ଆଉଟ୍ ହୋଇଥିଲେ। ଜସପ୍ରୀତ ବୁମ୍ରା ଅପରାଜିତ ୩ ରନ୍ କରିଥିବାବେଳେ  ଟ୍ରେଣ୍ଟ ବୋଲ୍ଟ ୧ ରନ କରି ନଟ୍ ଆଉଟ୍ ରହିଥିଲେ।

ଦିଲ୍ଲୀ ପକ୍ଷରୁ ଅମିତ ମିଶ୍ର ୪ ଓଭରରେ ୨୪ ରନ୍ ଦେଇ ୪ ୱିକେଟ୍ ନେଇଥିଲେ। ଷ୍ଟୋଇନିସ୍, ରାବାଡା ଏବଂ ଲଲିତ ଯାଦବ ଗୋଟିଏ ଲେଖାଏଁ ୱିକେଟ୍ ନେଇଥିବା ବେଳେ ଆବେଶ ଖାନ ଦୁଇଟି ୱିକେଟ୍ ନେଇଥିଲେ।

The post ଧାୱନ ଓ ସ୍ମିଥଙ୍କ ଜବରଦସ୍ତ ବ୍ୟାଟିଂ, ମୁମ୍ବାଇ ୬ ୱିକେଟରେ ପରାସ୍ତ appeared first on Odisha Reporter.



from Odisha Reporter https://ift.tt/3xaTZW0

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages