ଏଲ୍‌ଏଲ୍‌ ଓ ଡିଏଲ୍‌ ଟେଷ୍ଟ୍‌ ବାତିଲ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, April 20, 2021

ଏଲ୍‌ଏଲ୍‌ ଓ ଡିଏଲ୍‌ ଟେଷ୍ଟ୍‌ ବାତିଲ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବର୍ଦ୍ଧିତ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟ ପରିବହନ କର୍ତ୍ତୃପକ୍ଷ (ଏସ୍‌ଟିଏ) ପକ୍ଷରୁ ସମସ୍ତ ଲର୍ଣ୍ଣର୍ସ ଲାଇସେନ୍ସ (ଏଲ୍‌ଏଲ) ଓ ଡ୍ରାଇଭିଂ ଲାଇସେନ୍ସ (ଡିଏଲ୍‌) ଟେଷ୍ଟକୁ ବାତିଲ କରି ଦିଆଯାଇଛି। ଏପ୍ରିଲ୍‌ ୨୨ ତାରିଖ ଠାରୁ ରାଜ୍ୟରେ ଏଲ୍‌ଏଲ୍‌ ଓ ଡିଏଲ୍‌ ଟେଷ୍ଟ ହେବ ନାହିଁ ବୋଲି ଏସ୍‌ଟିଏ ପକ୍ଷରୁ ନିର୍ଦ୍ଦେଶ ଜାରି କରାଯାଇଛି। କରୋନା ସଂକ୍ରମଣକୁ ରୋକିବାକୁ ଏଭଳି ପଦକ୍ଷେପ ନିଆଯାଇଥିବା କୁହାଯାଇଛି।

ସମସ୍ତ ଆର୍‌ଟିଓ ଗୁଡ଼ିକୁ ଏଲ୍‌ଏଲ୍‌ ଓ ଡିଏଲ୍ ଟେଷ୍ଟ୍ ବାତିଲ ସଂପର୍କିତ ସୂଚନା ଫେସ୍‌ବୁକ୍ ଓ ଟ୍ୱିଟ୍‌ରରେ ଶେଆର କରିବାକୁ ଏସ୍‌ଟିଏ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ଫଳରେ ସମସ୍ତେ ଏନେଇ ଅବଗତ ହୋଇପାରିବେ। ଏସ୍‌ଟିଏ ପକ୍ଷରୁ ଏ ସଂପର୍କିତ ନିର୍ଦ୍ଦେଶନାମାକୁ ଟ୍ୱିଟ୍ ମଧ୍ୟ କରାଯାଇଛି।

ସୂଚନାଯୋଗ୍ୟ, ରାଜ୍ୟରେ ଦୈନିକ କରୋନ ସଂକ୍ରମଣ ଏବେ ୫ ହଜାର ମୁହାଁ ହୋଇଛି। ଆଜି ଆସିଥିବା ରିପୋର୍ଟ ଅନୁଯାୟୀ, ରାଜ୍ୟରେ ଗତ ୨୪ ଘଣ୍ଟାରେ ୪,୭୬୧ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୮୨୦ ଚିହ୍ନଟ ହୋଇଥିବା ବେଳେ ସୁନ୍ଦରଗଡ଼ ଜିଲ୍ଲାରୁ ୬୭୩ ଓ ନୂଆପଡ଼ାରୁ ୫୩୪ ଜଣ ଚିହ୍ନଟ ହୋଇଛନ୍ତି।

ବର୍ଦ୍ଧିତ ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ସମସ୍ତ ସହରାଞ୍ଚଳରେ ସପ୍ତାହାନ୍ତ ଶଟ୍ ଡାଉନ୍ ଘୋଷଣା କରିଛନ୍ତି। ସେହିଭଳି ଏବେ ନାଇଟ୍ କର୍ଫ୍ୟୁ ମଧ୍ୟ ଜାରି ରହିଛି। ଶିକ୍ଷାନୁଷ୍ଠାନ ଗୁଡ଼ିକୁ ମଧ୍ୟ ବନ୍ଦ କରାଯାଇଛି।

The post ଏଲ୍‌ଏଲ୍‌ ଓ ଡିଏଲ୍‌ ଟେଷ୍ଟ୍‌ ବାତିଲ appeared first on Odisha Reporter.



from Odisha Reporter https://ift.tt/2QAgkLU

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages