ମେଷ: କଥା ଉପରେ ନିୟନ୍ତ୍ରଣ ରଖନ୍ତୁ। ବୁଝିବିଚାରି କାମ କରନ୍ତୁ। କୌଣସି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବା ବେଳେ ବନ୍ଧୁ ଅବା ଘରର ବରିଷ୍ଠ ବ୍ୟକ୍ତିଙ୍କ ପରାମର୍ଶ ନିଅନ୍ତୁ।
ବୃଷ:କାହା ସହିତ ମତାନ୍ତର ହୋଇପାରେ। କଥା ଉପରେ ନିୟନ୍ତ୍ରଣ ରଖନ୍ତୁ। ଆର୍ଥିକ ସ୍ଥିତି ଭଲ ରହିବ।
ମିଥୁନ: ଧନହାନି ଯୋଗ ରହିଛି। ପରିବାରରେ ହସଖୁସିର ବାତାବରଣ ରହିବ। ସ୍ୱାସ୍ଥ୍ୟ ଭଲ ରହିବ।
କର୍କଟ: ଦାୟିତ୍ୱ ବଢ଼ିବ। ଅଧିକ ପରିଶ୍ରମ କରିପାରନ୍ତି। ସୁସ୍ଥ ରହିବେ। ସୁସ୍ୱାଦୁ ଭୋଜନ ଖାଇବେ।
ସିଂହ: ଅଳସୁଆ ଅନୁଭବ କରିବେ। କୌଣସି କାମ କରିବାକୁ ଇଚ୍ଛା ହେବ ନାହିଁ। ଖର୍ଚ୍ଚ ବଢ଼ିବ। ସୁସ୍ଥ ରହିବେ।
କନ୍ୟା: ହଠାତ୍ କୌଣସି ଶୁଭ ଖବର ଶୁଣି ପାରନ୍ତି। ମାନ-ସମ୍ମାନ ମିଳିବ। ଉପହାର ମିଳିବ। ପରିବାରରେ ହସଖୁସିର ପରିବେଶ ରହିବ।
ତୁଳା: ଆର୍ଥିକ ସ୍ଥିତି ଭଲ ରହିବ। ବ୍ୟବସାୟ କରୁଥିବା ଲୋକେ ଆୟ ବଢ଼ାଇବାକୁ ନୂଆ ଯୋଜନ ପ୍ରସ୍ତୁତ କରିବେ। ଘରକୁ ବନ୍ଧୁ ଆସିପାରନ୍ତି।
ବିଚ୍ଛା: କ୍ୟାରିଅରରେ ସଫଳତା ପାଇବେ। ଅନାବଶ୍ୟକ ଦାୟିତ୍ୱ ନିଅନ୍ତୁ ନାହିଁ। ପରିବାର ଲୋକଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତିତ ହେବେ।
ଧନୁ: ବ୍ୟସ୍ତତା ଭିତରେ ଦିନ କଟିବ। ଉପହାର ମିଳିବ। ଧୈର୍ଯ୍ୟର ସହ କାମ କରନ୍ତୁ।
ମକର: କିଛି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇପାରନ୍ତି। କାର୍ଯ୍ୟରେ ସଫଳତା ପାଇବେ। ଅପରାହ୍ନ ପରେ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ି ପାରେ।
କୁମ୍ଭ: ସ୍ୱାସ୍ଥ୍ୟ ଭଲ ରହିବ। ସବୁ କାର୍ଯ୍ୟରେ ସଫଳତା ମିଳିବ। ଅଟକି ଥିବା କାର୍ଯ୍ୟ ସଂପନ୍ନ ହେବ।
ମୀନ: ରାସ୍ତାରେ ଯା’ଆସ କଲା ବେଳେ ସାବଧାନତା ଅବଲମ୍ବନ କରନ୍ତୁ। କାହା ସହିତ ଯୁକ୍ତିତର୍କ କରନ୍ତୁ ନାହିଁ। ଘରର କୌଣସି କଥାକୁ ନେଇ ଚିନ୍ତିତ ରହିବେ।
The post ଅନାବଶ୍ୟକ ଦାୟିତ୍ୱ ନିଅନ୍ତୁ ନାହିଁ appeared first on Odisha Reporter.
from Odisha Reporter https://ift.tt/3uah0GO
No comments:
Post a Comment