ମେ’ ୩୧ ଯାଏ ଭାରତରୁ ବିଦେଶକୁ ଉଡ଼ିବନି ବିମାନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, April 30, 2021

ମେ’ ୩୧ ଯାଏ ଭାରତରୁ ବିଦେଶକୁ ଉଡ଼ିବନି ବିମାନ

ନୂଆଦିଲ୍ଲୀ: ମହମାରୀ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଅନ୍ତର୍ଜାତୀୟ ବିମାନ ସେବାରେ ଲାଗିଥିବା କଟକଣାକୁ କେନ୍ଦ୍ର ସରକାର ଆଉ ମାସେ ବୃଦ୍ଧି କରିଛନ୍ତି। ସଂକ୍ରମଣ ବ୍ୟାପୁଥିବାରୁ ମେ’ ୩୧ ଯାଏ ବିଦେଶୀକୁ ବିମାନ ଉଡ଼ାଣ ବନ୍ଦ ରହିବ ବୋଲି ଆଜି ଡିଜିସିଏ ପକ୍ଷରୁ ଘୋଷଣା କରାଯାଇଛି। ପୂର୍ବରୁ ଗାଇଡଲାଇନରେ ଆଜି ରାତି ୧୨ଟା ଯାଏ ଅନ୍ତର୍ଜାତୀୟ ବିମାନ ସେବାକୁ ବନ୍ଦ ରଖାଯାଇଥିଲା। ଏବେ ଏହି କଟକଣା ଅବଧିକୁ ମେ’ ୩୧ ଯାଏ ବୃଦ୍ଧି କରାଯାଇଛି।


ତେବେ ଏହି କଟକଣା ମାଲ ପରିବହନ ଓ ଔଷଧ ନେବା ଆଣିବା କରୁଥିବା ବିମାନ ଗୁଡ଼ିକ ଉପରେ ଲାଗୁହେବନାହିଁ। ସେହିପରି ଦରକାର ପଡ଼ିଲେ ପ୍ରଶାସନିକ ଅନୁମତିକ୍ରମେ କିଛି ନିର୍ଦ୍ଦିଷ୍ଟ ରୁଟ୍‌ରେ ଅନ୍ତର୍ଜାତୀୟ ବିମାନ ସେବାକୁ ଗ୍ରୀନ ସିଗ୍ନାଲ ମିଳିପାରିବ।

ଘରୋଇ ବିମାନ ସେବା ପୂର୍ବଭଳି ଚାଲୁ ରହିବ। କିନ୍ତୁ ବିମାନରେ ସମସ୍ତେ କରୋନା ପାଇଁ ଜାରି କଟକଣାକୁ ପାଳନ କରିବେ ବୋଲି ଡିଜିସିଏ କହିଛି।

ଗତବର୍ଷ ମାର୍ଚ୍ଚ ୨୩ରୁ କରୋନା ସଂକ୍ରମଣ ପାଇଁ ଅନ୍ତର୍ଜାତୀୟ ବିମାନ ସେବାକୁ ବନ୍ଦ କରାଯାଇଥିଲା। ସେବେଠାରୁ ପର୍ଯ୍ୟାୟକ୍ରମେ ଡିଜିସିଏ କଟକଣା ଅବଧିକୁ ବୃଦ୍ଧି କରି ଚାଲିଛି। ନିୟମିତ ଅନ୍ତର୍ଜାତୀୟ ବିମାନ ସେବା ବନ୍ଦ ରହିଥିଲେ ହେଁ ଗତବର୍ଷ ମେ’ ମାସରୁ ସ୍ୱତନ୍ତ୍ର ବିମାନ ଓ ଜୁଲାଇ ମାସରୁ ଦ୍ୱିପାକ୍ଷିକ ଏୟାର ବବଲ୍ସ ଚୁକ୍ତି ମାଧ୍ୟରେ କିଛି ସ୍ଥାନକୁ ବିମାନ ଉଡ଼ାଣ ଆରମ୍ଭ ହୋଇଛି।

ଅନ୍ୟପକ୍ଷରେ ଭାରତରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ଅଷ୍ଟ୍ରେଲିଆ, ବ୍ରିଟେନ ଓ ୟୁଏଇ ଭଳି ଦେଶ ସେମାନଙ୍କ ଦେଶରୁ ନୂଆଦିଲ୍ଲୀ ଆସୁଥିବା ବିମାନ ଉପରେ କଟକଣା ଲଗାଇଛନ୍ତି। ଅଷ୍ଟ୍ରେଲିଆ ସଂକ୍ରମଣ ପାଇଁ ଭାରତ ସହ ବିମାନ ସମ୍ପର୍କ ସଂପୂର୍ଣ୍ଣ ଭାବେ ଚ୍ଛିନ୍ନ ମଧ୍ୟ କରିଦେଇଛି।

The post ମେ’ ୩୧ ଯାଏ ଭାରତରୁ ବିଦେଶକୁ ଉଡ଼ିବନି ବିମାନ appeared first on Odisha Reporter.



from Odisha Reporter https://ift.tt/3e5nEIH

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages