ମୁମ୍ୱାଇ: କରୋନାରେ ଜଣେ କଂଗ୍ରେସ ବିଧାୟକଙ୍କ ମୃତ୍ୟୁ ଘଟିଛି। ମୃତ ବିଧାୟକ ଜଣଙ୍କ ହେଉଛନ୍ତି ମହାରାଷ୍ଟ୍ରର ରାଓ୍ୱସାହେବ ଅନ୍ତପୁରକର। ୫୫ ବର୍ଷୀୟ ଏହି ଦିବଂଗତ ବିଧାୟକ ଦେଗଲୁର ବିଧାନସଭାର ବିଧାୟକ ଥିଲେ। ମାର୍ଚ୍ଚ ୧୭ରେ କରୋନାରେ ଆକ୍ରାନ୍ତ ହେବା ପରେ ରାଓ୍ୱସାହେବ ଅନ୍ତପୁରକର ହସ୍ପିଟାଲରେ ଚିକିତ୍ସାଧୀନ ଥିଲେ। ହେଲେ ଶୁକ୍ରବାର ତାଙ୍କର ସ୍ୱାସ୍ଥ୍ୟାବସ୍ଥା ଅଧିକ ଖରାପ ହୋବରୁ ମୁମ୍ୱାଇକୁ ଅଣାଯାଇଥିଲା। ପରେ ତାଙ୍କର ମୃତ୍ୟୁ ହୋଇଛି।
ଅନ୍ତପୁରକର ଜଣେ ଇଲେକ୍ଟ୍ରିକାଲ ଇଞ୍ଜିନିୟର ଥିଲେ। ଚାକିରି ଛାଡ଼ି ରାଜନୀତିରେ ପାଦ ଥାପିଥିଲେ। ୨୦୦୯ରେ ଅନ୍ତପୁରକର ଏହି ଆସନରୁ ପ୍ରଥମଥର ପାଇଁ ବିଧାୟକ ଭାବରେ ନିର୍ବାଚିତ ହୋଇଥିଲେ। ପରେ ୨୦୧୪ରେ ଶିବସେନାର ସୁଭାଷ ପିରାଜିରାଓ୍ୱଙ୍କ ପାଖରୁ ୮,୬୪୮ଟି ଭୋଟରେ ପରାଜୟ ହୋଇଥିଲେ। ପରେ ୨୦୧୯ରେ ସୁଭାଷଙ୍କୁ ୨୨ ହଜାର ଭୋଟରେ ହରାଇ ବିଜୟୀ ହୋଇଛନ୍ତି।
ରାଓ୍ୱସାହେବ ଅନ୍ତପୁରକର ହେଉଛନ୍ତି ମହାରାଷ୍ଟ୍ରର ଦ୍ୱିତୀୟ ବିଧାୟକ ଯିଏକି କରୋନାରେ ମୃତ୍ୟୁ ବରଣ କରିଛନ୍ତି। ଏହାପୂର୍ବରୁ ପାଣ୍ଢରପୁରର ଏନସିପି ବିଧାୟକ ଭାରତ ବାଲ୍କେଙ୍କର ମୃତ୍ୟୁ କରୋନାରେ ହୋଇଥିଲା। ଏପ୍ରିଲ ୧୭ରେ ପାଣ୍ଢରପୁର ଆସନ ପାଇଁ ଉପନିର୍ବାଚନ ହେବାକୁ ଯାଉଛି।
ମହାରାଷ୍ଟ୍ର ଏବେ କରୋନାର ହଟସ୍ପଟ ପାଲଟିଛି। ଗତ ୨୪ ଘଣ୍ଟାରେ ୫୮,୯୯୩ ଜଣ ସଂକ୍ରମିତ ହୋଇଥିବାବେଳେ ୩୦୧ ଜଣ ମୃତ୍ୟୁ ବରଣ କରିଛନ୍ତି। ଏବେ ମହାରାଷ୍ଟ୍ରରେ ୫ ଲକ୍ଷ ୩୪ ହଜାର ଆକ୍ରାନ୍ତ ଚିକିତ୍ସାଧୀନ ଥିବା ସୂଚନା ରହିଛି।
The post କରୋନାରେ ଚାଲିଗଲେ ଆଉ ଜଣେ ବିଧାୟକ appeared first on Odisha Reporter.
from Odisha Reporter https://ift.tt/2Qe1BWU
No comments:
Post a Comment