ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଟିମ୍ର ପୂର୍ବତନ କ୍ୟାପଟେନ୍ ତଥା ମହାନ ଖେଳାଳି ରାହୁଲ ଡ୍ରାଭିଡ ବେଶ୍ ସରଳ ଓ ଶାନ୍ତଶିଷ୍ଟ ବ୍ୟକ୍ତି। ଉଭୟ ପଡ଼ିଆ ଭିତରେ ଓ ବାହାରେ ସେ ଖୁବ୍ ଶାନ୍ତ ରହନ୍ତି। କିନ୍ତୁ ଏହି ଶାନ୍ତ ସ୍ୱଭାବର କ୍ରିକେଟରଙ୍କୁ ହଠାତ୍ ଦେଖିବାକୁ ମିଳିଛି ନୂଆ ରୂପରେ। ସେ କୁଲ୍ ମ୍ୟାନ୍ରୁ ପାଲଟିଛନ୍ତି ଆଙ୍ଗ୍ରି ମ୍ୟାନ୍।
ସାମ୍ନାକୁ ଆସିଛି ଡ୍ରାଭିଡ୍ଙ୍କ ଆକ୍ରମକ ରୂପ। ରାଗରେ ପୂରା ପଞ୍ଚମ ହୋଇଯାଇଛନ୍ତି ସେ। ରାହୁଲଙ୍କ ରାଗ ଏତେ ଯେ ସେ ବିଚ୍ ରାସ୍ତାରେ କରିଛନ୍ତି ହଙ୍ଗାମା। ରାସ୍ତା ମଝିରେ ଠିଆ ହୋଇ ବଡ଼ ପାଟିରେ କହୁଛନ୍ତି, ‘ମୁଁ ଇନ୍ଦିରାନଗରର ଗୁଣ୍ଡା’। ଏଥିସହ ବ୍ୟାଟ୍ ଧରି ରାସ୍ତାରେ ଠିଆ ହୋଇଥିବା ଏକ କାର୍ର ମିରର୍ ମଧ୍ୟ ଭାଙ୍ଗି ଦେଇଛନ୍ତି। ରହୁଲଙ୍କ ଏହି ଆଙ୍ଗ୍ରି ଅବତାରର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି।
ଭାରତୀୟ କ୍ରିକେଟ ଟିମ୍ର ଅଧିନାୟକ ବିରାଟ କୋହଲି ତାଙ୍କ ଟ୍ୱିଟର ହ୍ୟାଣ୍ଡେଲରେ ଏକ ଭିଡିଓକୁ ଶେଆର କରିଛନ୍ତି। ଭିଡିଓରେ ଭାରତୀୟ ଦଳର ପୂର୍ବତନ ଅଧିନାୟକ ରାହୁଲ ଡ୍ରାଭିଡ ଖୁବ୍ ରାଗି ଯାଇ କାରର ମିରର୍ ଭାଙ୍ଗୁଥିବା ଦେଖିବାକୁ ମିଳିଛି। ଏହି ଭିଡିଓକୁ ଟ୍ୱିଟ୍ କରି ବିରାଟ ନିଜ କ୍ୟାପସନ୍ରେ ଲେଖିଛନ୍ତି, “ରାହୁଲ ଭାଇଙ୍କ ଏଭଳି ଆଙ୍ଗ୍ରି ଅବତାର ମୁଁ କେବେ ଦେଖିନଥିଲି।”
ପ୍ରକୃତରେ ରାହୁଲଙ୍କ ଏହି ଭିଡିଓ ହେଉଛି ଏକ କ୍ରେଡିଟ କାର୍ଡ ବିଜ୍ଞାପନର। ଯାହାକୁ ବିରାଟ କୋହଲି ତାଙ୍କ ଟ୍ୱିଟର ହ୍ୟାଣ୍ଡେଲରେ ଅତି ମଜାଳିଆ ଢଙ୍ଗରେ ଶେଆର କରିଛନ୍ତି। ଡ୍ରାଭିଡଙ୍କ ଏହି ଭିଡିଓ ସାମ୍ନାକୁ ଆସିବା ପରେ ତାଙ୍କ ଫ୍ୟାନ୍ମାନେ ମଧ୍ୟ ପ୍ରତିକ୍ରିୟା ଦେଇଛନ୍ତି। ୪୮ ବର୍ଷୀୟ ଏହି କ୍ରିକେଟ୍ ଲିଜେଣ୍ଡଙ୍କ ଏଭଳି ନୂଆ ରୂପ ସମସ୍ତଙ୍କୁ ପସନ୍ଦ ଆସିଛି।
ସୂଚନାଯୋଗ୍ୟ, ରାହୁଲ ଡ୍ରାଭିଡ ଭାରତର ଅନ୍ୟତମ ସଫଳ ବ୍ୟାଟ୍ସମ୍ୟାନ୍ଙ୍କ ମଧ୍ୟରୁ ଜଣେ। ୧୬ ବର୍ଷ ଧରି ଟିମ୍ ଇଣ୍ଡିଆ ପାଇଁ ଖେଳିବା ପରେ ୨୦୧୨ରେ ସେ ଅବସର ନେଇଥିଲେ। ଉଭୟ ଟେଷ୍ଟ ଓ ଦିନିକିଆରେ ସେ ୨୪ ହଜାରରୁ ଅଧିକ ରନ୍ ସଂଗ୍ରହ କରିଥିଲେ।
Never seen this side of Rahul bhai pic.twitter.com/4W93p0Gk7m
— Virat Kohli (@imVkohli) April 9, 2021
Thank you to whoever came up with the idea of "Angry Dravid". pic.twitter.com/o6zXD9CrI1
— Abhijeet Dipke (@abhijeet_dipke) April 9, 2021
The post ରାଗିଗଲେ ଡ୍ରାଭିଡ୍, ବିଚ୍ ରାସ୍ତାରେ ବ୍ୟାଟ୍ ଧରି ଭାଙ୍ଗିଦେଲେ କାର୍! appeared first on Odisha Reporter.
from Odisha Reporter https://ift.tt/2QgTnNO
No comments:
Post a Comment