ମତଦାନ ବେଳେ ହିଂସା, ସିଆଇଏସଏଫ ଗୁଳିରେ ୪ ଜଣଙ୍କର ମୃତ୍ୟୁ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, April 10, 2021

ମତଦାନ ବେଳେ ହିଂସା, ସିଆଇଏସଏଫ ଗୁଳିରେ ୪ ଜଣଙ୍କର ମୃତ୍ୟୁ

କୋଲକାତା: ଚତୁର୍ଥ ପର୍ଯ୍ୟାୟ ମତଦାନ ବେଳେ ପଶ୍ଚିମବଙ୍ଗରେ ହିଂସା। ସିଆଇଏସଫ ଯବାନଙ୍କ ଗୁଳିରେ ୪ ସାଧାରଣ ଲୋକଙ୍କ ମୃତ୍ୟୁ ଅଭିଯୋଗ ହୋଇଛି। ସକାଳେ କୁଚ ବିହାର ସ୍ଥିତ ସିତଲକୁଚୀ ବୁଥରେ ଆନନ୍ଦ ବରମାନ (୧୮-୨୦ ବର୍ଷ) ନାମକ ଯୁବକଙ୍କ ମୃତ୍ୟୁ ହୋଇଛି। ଏବେ ମୃତକଙ୍କୁ ହସ୍ପିଟାଲରେ ରଖାଯାଇଛି। ଏହାରି ଭିତରେ ମୋଟ ୫ ସାଧାରଣ ଲୋକଙ୍କର ମୃତ୍ୟୁ ହୋଇଥିବା ପିଟିଆଇ ସୂତ୍ରରୁ ସୂଚନା ମିଳିଛି।

ମୃକକଙ୍କ ପରିବାର ଲୋକେ ହତ୍ୟା ପଛରେ ଟିଏମସିକୁ ଦାୟୀ କରିଛନ୍ତି। ଧାଡ଼ିରେ ଯୁବକ ଜଣଙ୍କ ସାଙ୍ଗମାନଙ୍କ ସହିତ ଛିଡ଼ା ହୋଇଥିବା ବେଳେ ଟିଏମସିର ଗୁଣ୍ଡାମାନେ ପାଖକୁ ଆସି ଗୁଳି କରିଥିବା ମୃତକଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି। ମୃତକ ଜଣଙ୍କ ବିଜେପି ସମର୍ଥକ ବୋଲି ଜଣାପଡ଼ିଛି।

ନିର୍ବାଚନ କମିଶନ ଏବେ ଏହାକୁ ନେଇ ରିପୋର୍ଟ ତଲବ କରିଛନ୍ତି। ଟିଏମସି ସମର୍ଥକମାନେ ଅଭିଯୋଗ କରିଛନ୍ତି ଯେ ସିଆଇଏସଏଫ ଯବାନଙ୍କ ଗୁଳିରେ ଏହି ଯୁବକଙ୍କ ମୃତ୍ୟୁ ଘଟିଛି। ଏହାପରେ ଉତ୍ତେଜନା ଦେଖାଦେଇଛି।

କେନ୍ଦ୍ରୀୟ ଡେପୁଟି ନିର୍ବାଚନ କମିଶନର ସୁଦୀପ ଜୈନ ରାଜ୍ୟର ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ସହ ଏ ବାବଦରେ ଫୋନରେ କଥା ହୋଇଥିବା ସୂଚନା ରହିଛି। କେଉଁ ପରିସ୍ଥିତିରେ ଗୁଳି ଚଳାଇଥିଛନ୍ତି ଯବାନ ଜଣଙ୍କ ସେ ବାବଦରେ ସବିଶେଷ ରିପୋର୍ଟ ମାଗିଛନ୍ତି। ଏହା ସହିତ ଘଟଣା ସ୍ଥଳର ଭିଡିଓ ରେକର୍ଡିଂ ମଧ୍ୟ ମଗାଇଛନ୍ତି।

ଟିଏମସି ମଧ୍ୟ ଏହାକୁ ନେଇ ପ୍ରେସ ବିଜ୍ଞପ୍ତି ଜାରି କରିଛି। ସକାଳୁ ବିଜେପି କର୍ମୀମାନେ ଲୋକଙ୍କୁ ଭୋଟ୍ ଦେବାକୁ ବାରଣ କରୁଥିବାବେଳେ ସିଆଇଏସଏଫ ବିଜେପି ସପକ୍ଷରେ ମତଦାନ କରିବାକୁ ଚାପ ପକାଉଛି ବୋଲି ଅଭିଯୋଗ କରିଛି। ଏହି ଘଟଣା ସିତଲକୁଚୀ ମଥାଭଙ୍ଗା ୧ ନମ୍ୱର ବ୍ଲକର ୧୨୬ ନମ୍ବର ବୁଥରେ ଘଟିଛି।

ଅନ୍ୟପକ୍ଷରେ, ସିତଲକୁଚୀରେ ସିଆଇଏସଏଫ ଗୁଳି ଚଳାଇଥିବା ଘଟଣା ସମ୍ପର୍କରେ ସ୍ୱତନ୍ତ୍ର ପୁଲିସ ସୁପରଭାଇଜର ସୂଚନା ଦେଇଛନ୍ତି। ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟିଥିବା ରିପୋର୍ଟରେ କୁହାଯାଇଛି। ଭିଡ଼ ହଟାଇବା ପାଇଁ ଏବଂ ଲୋକଙ୍କୁ ଉଦ୍ଧାର କରିବାକୁ ଯାଇ ସିଆଇଏସଏଫ ଯବାନ ଗୁଳି ଚଳାଇଛନ୍ତି। କେନ୍ଦ୍ରୀୟ ସୁରକ୍ଷା ବଳର ଅସ୍ତ୍ରଶସ୍ତ୍ର ଛଡ଼ାଇ ନେବାକୁ ହିଂସାରେ ସାମିଲ ଥିବା ଲୋକ ଉଦ୍ୟମ କରିଥିଲେ ଏବଂ ମତଦାନ କେନ୍ଦ୍ରରେ ନିଯୁକ୍ତ ଥିବା ଅଧିକାରୀଙ୍କୁ ମାଡ ମରାଯାଇଛି ବୋଲି ପୁଲିସ ସୁପରଭାଇଜର ସୂଚନା ଦେଇଛନ୍ତି।

The post ମତଦାନ ବେଳେ ହିଂସା, ସିଆଇଏସଏଫ ଗୁଳିରେ ୪ ଜଣଙ୍କର ମୃତ୍ୟୁ appeared first on Odisha Reporter.



from Odisha Reporter https://ift.tt/3t7P5Xw

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages