ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଜାମିନରେ ଜେଲରୁ ମୁକୁଳିଲେ ନାଗାସାଧୁ ବୈଷ୍ଣବପୁରୀ । ଏକ ମାମଲାରେ ଗତ ମାସେ ହେବ ସେ ଚୌଦ୍ୱାର ଜେଲରେ ରହୁଥିଲେ। ନାଗାସାଧୁ ବୈଷ୍ଣବପୁରୀ ଗତକାଲି ଜେଲରୁ ମୁକୁଳିଛନ୍ତି ତାଙ୍କୁ ନେବା ପାଇଁ ଚୌଦ୍ୱାର ଜେଲ ଆଗରେ ବହୁ ସଂଗଠନ ଓ ଦେବସେନାର କର୍ମକର୍ତ୍ତାମାନେ ଭିଡ ଲଗାଇଥିଲେ।
ଜେଲ ଭିତରେ ବହୁ ସମସ୍ୟାରେ ଜେଲ ଅନ୍ତେବାସୀ ରହୁଛନ୍ତି। ଯେପରି ଭାବେ ସରକାର ତାଙ୍କୁ ଏହି ଦଣ୍ଡ ଦେଇଛନ୍ତି ତାହା ଉଚିତ୍ ନୁହେଁ ବୋଲି କହିଛନ୍ତି ବାବା।
ଅନ୍ୟପଟେ ଜେଲରୁ ବାହାରିବା ବେଳେ ନାଗାସାଧୁ ଜଣଙ୍କ ବାପା ମଧ୍ୟ ସେଠାରେ ଉପସ୍ଥିତ ଥିଲେ। ଜେଲ ଆଗରେ ପୁଅକୁ ଦେଖି ସେ ଖୁସି ହୋଇଯାଇଥିଲେ। ନାଗାସାଧୁ ଜଣଙ୍କ ବାପାଙ୍କ ପାଦ ତଳେ ପଡି ବିଭୁତି ବୋଳି ହୋଇ ଜେଲ ଫାଟକ ଆଗରେ ଗଡିଥିଲେ।
ନାଗାସାଧୁ ଜଣଙ୍କର ବାପା କହିଛନ୍ତି, ଯଦି ତାଙ୍କ ପୁଅ ଭୁଲ୍ ବାଟରେ ଗଲା ତେବେ ତାକୁ ବୁଝାସୁଝା କରିବା କିଛି ଅସୁବିଧା ନୁହେଁ। କିନ୍ତୁ ତାଙ୍କ ପୁଅକୁ ମାଡ ଗାଡ ମାରିବା ଉଚିତ ନଥିଲା। ମୋ ମନ ଦୁଃଖ ହେଲା ବୋଲି। ସେ ଭଲରେ ଥିଲେ ମଆ ମନ ଖୁସି, କିନ୍ତୁ ସେ ଦୁଃଖ ପାଉଛି ଶୁଣି ମଆ ଆତ୍ମା ସହୁନି ବୋଲି ସେ କହିଛନ୍ତି।
ସେପଟେ ବାବାଙ୍କ ଭକ୍ତମାନେ ମଧ୍ୟ ସେ ଜଣେ ନାଗାସାଧୁ ଜେଲ ଯିବା କଥାକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି। ଜଣେ ସାଧୁ ବିନା ଦୋଷରେ ଜେଲ୍ ଯିବ ଓ ବେଲ୍ ପାଇବ, ଏହା ଠିକ୍ ନୁହେଁ ବୋଲି ସେମାନେ କହିଛନ୍ତି।
The post ଜେଲରୁ ମୁକୁଳିଲେ ନାଗାସାଧୁ appeared first on Odisha Reporter.
from Odisha Reporter https://ift.tt/3gxqY13
No comments:
Post a Comment