ସକାଳୁ ସକାଳୁ ୩ ଜଣଙ୍କୁ ଦଳି ଦେଲା ହାତୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, April 20, 2021

ସକାଳୁ ସକାଳୁ ୩ ଜଣଙ୍କୁ ଦଳି ଦେଲା ହାତୀ

ପଦ୍ମପୁର(ସୋମେଶ ମହାନ୍ତି): ହାତୀ ହାବୁଡ଼ରେ ପଡ଼ି ଆଜି ସକାଳୁ ସକାଳୁ ଗଲାଣି ୪ ଜୀବନ। ବଲାଙ୍ଗିର ଜିଲ୍ଲା ଲୋଇସିଂହା ଥାନା ଭରସୂଜା ପଂଚାୟତ ଅନ୍ତର୍ଗତ ଦର୍ଲିପାଲି ଗାଁରେ ହାତୀ ପାଦ ତଳେ ପଡ଼ି ଜଣଙ୍କ ଜୀବନ ଯାଇଥିବା ବେଳେ ବରଗଡ଼ ଜିଲ୍ଲା ପଦ୍ମପୁର ନିକଟରେ  ଆଜି ସକାଳୁ ହାତୀ ୩ ଜଣଙ୍କୁ ଦଳି ଦେଇଥିବା ଜଣାଯାଇଛି।  ଏପରି ଅଘଟଣ ନିମନ୍ତେ  ବନ ବିଭାଗର ନିଷ୍କ୍ରିୟତାକୁ ଦାୟୀ କରି ଅସନ୍ତୋଷ ବ୍ୟକ୍ତ କରିଛନ୍ତି ଅଞ୍ଚଳବାସୀ।

ସୂଚନା ଅନୁଯାୟୀ, ଗାଇସିଲଟ ବ୍ଲକ ଉମରଟ ଗାଁର ୩ ଜଣ ଆଜି ସକାଳୁ ଶୌଚ ପାଇଁ ଗାଁ ନିକଟ ଜମିକୁ ଯାଇଥିବା ବେଳେ ଏକ ହାତୀ ହାବୁଡ଼ରେ ପଡ଼ି ଯାଇଥିଲେ। ହାତୀଟି ଦଳି ଦେବାକୁ ଘଟଣାସ୍ଥଳରେ ୩ ଜଣ ଆଖି ବୁଜିଥିଲେ। ମୃତକଙ୍କ ପରିଚୟ ମିଳି ନ ଥିବା ବେଳେ ସେମାନଙ୍କ ମଧ୍ୟରୁ ୨ ଜଣ ସ୍ଥାନୀୟ ଅଞ୍ଚଳର ବୋଲି ଜଣାଯାଇଛି। ଅନ୍ୟ ଜଣେ ସମ୍ପର୍କୀୟଙ୍କ ଘରକୁ ଆସି ଆଜି ସକାଳେ ଶୌଚ ପାଇଁ ଯାଇଥିବା ବେଳେ ଏପରି ଅଘଟଣର ସମ୍ମୁଖୀନ ହେଲେ।

ଖବର ପ୍ରଚାରିତ ହେବା ପରେ ଗାଁରେ ଚାପା ଉତ୍ତେଜନା ଦେଖାଦେଇଛି। ଫରେଷ୍ଟରଙ୍କ ସମେତ ବନ ବିଭାଗ କର୍ମଚାରୀ ପହଞ୍ଚି ଲୋକଙ୍କୁ ବୁଝାଶୁଝା କରିଥିଲେ ମଧ୍ୟ ଉତ୍ତେଜନା ଥମିବା ନାଁ ଧରୁନି। ଗ୍ରାବବାସୀ ମୃତକଙ୍କ ପରିବାରବର୍ଗଙ୍କ ନିମନ୍ତେ କ୍ଷତିପୂରଣ ଦାବି କରୁଥିବା ବେଳେ ବନ ବିଭାଗ କିପରି ପୂର୍ବରୁ ହାତୀଙ୍କ ଗତିବିଧୀ ସମ୍ପର୍କରେ ପୂର୍ବରୁ ଖବର ପାଇପାରୁନି ତଥା ଲୋକଙ୍କୁ ସଚେତନ କରିପାରୁନି ତାକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି।

ଏନେଇ ଫରେଷ୍ଟର କହିଛନ୍ତି, ଏହି ରାସ୍ତା ହାତୀ ଚଲାପଥ ହୋଇ ନ ଥିବା ବେଳେ ଭୁଲବଶତଃ ପାଣି, କିମ୍ବା ଖାଦ୍ୟ  ପାଇଁ ସେମାନେ ବାଟ ହୁଡ଼ି ଏ ଦିଗକୁ ପଳାଇ ଆସିଛନ୍ତି।  ଏବେ ସେମାନେ  ବଲାଙ୍ଗିର ଜିଲ୍ଲା ସୀମାବର୍ତ୍ତୀ ଅଞ୍ଚଳକୁ ପଳାଇଥିବା ଜଣାଯାଇଛି। ମୃତକଙ୍କ ପରିବାରବର୍ଗଙ୍କୁ କ୍ଷତିପୂରଣ ଦେବାକୁ ପ୍ରକ୍ରିୟା ଆରମ୍ଭ ହୋଇଛି।

ସୂଚନାଯୋଗ୍ୟ, ନିଜ ଜମିକୁ ଯାଉଥିବା ବେଳେ ଆଜି ସକାଳେ ବଲାଙ୍ଗିର ଜିଲ୍ଲା ଲୋଇସିଂହା ଥାନା ଭରସୂଜା ପଂଚାୟତ ଅନ୍ତର୍ଗତ ଦର୍ଲିପାଲି ଗାଁର  ଚାଷୀ ବିରଚିଂ ସାହୁ ହାତୀ ହାବୁଡ଼ରେ ପଡ଼ି ପ୍ରାଣ ହରାଇଛନ୍ତି। ତୁରନ୍ତ ଚାଷୀଙ୍କ ପରିବାରକୁ କ୍ଷତିପୂରଣ ପ୍ରଦାନ ନିମନ୍ତେ ଦାବୀ କରିଛନ୍ତି ସ୍ଥାନୀୟ ସରପଂଚ ଏବଂ ଗାଁ ଲୋକେ ।

The post ସକାଳୁ ସକାଳୁ ୩ ଜଣଙ୍କୁ ଦଳି ଦେଲା ହାତୀ appeared first on Odisha Reporter.



from Odisha Reporter https://ift.tt/3aq98ZG

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages