ଦିଲ୍ଲୀ ପାଖରୁ ମୁମ୍ୱାଇ ହାରିବା ପରେ ରୋହିତଙ୍କୁ ଲାଗିଲା ଆଉ ଏକ ଝଟକା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, April 20, 2021

ଦିଲ୍ଲୀ ପାଖରୁ ମୁମ୍ୱାଇ ହାରିବା ପରେ ରୋହିତଙ୍କୁ ଲାଗିଲା ଆଉ ଏକ ଝଟକା

ଚେନ୍ନାଇ: ପାଞ୍ଚ ଥର ଆଇପିଏଲ ଜିତି ରେକର୍ଡ କରିଥିବା ମୁମ୍ୱାଇ ଇଣ୍ଡିଆନ୍ସ ମଙ୍ଗଳବାର ଦିଲ୍ଲୀ କ୍ୟାପିଟାଲ୍ସ ପାଖରୁ ୬ ଓ୍ୱିକେଟରେ ହାରିଛି। ଦିଲ୍ଲୀ ପାଖରୁ ହାରିବା ପରେ ମୁମ୍ୱାଇ ଇଣ୍ଡିଆନ୍ସର କ୍ୟାପଟେନ ରୋହିତ ଶର୍ମାଙ୍କୁ ଝଟକା ଲାଗିଛି।

ଧୀମା ଓଭର ପାଇଁ ରୋହିତଙ୍କ ଉପରେ ୧୨ ଲକ୍ଷ ଟଙ୍କାର ଜୋରିମାନା ଲଗାଯାଇଛି। କ୍ରିକବଜ ରିପୋର୍ଟ ଅନୁଯାୟୀ ଧୀମା ଓଭର ପାଇଁ ରୋହିତ ଶର୍ମାଙ୍କ ଉପରେ ଏହି ଜୋରିମାନା ଲଗାଯାଇଛି। ଦଳର ବୋଲର ନିର୍ଦ୍ଧାରିତ ସମୟରେ ବୋଲିଂ କରିବାରେ ବିଳମ୍ୱ କରିବାରୁ ଏହି ଆର୍ଥିକ ଜୋରିମାନା ଅଧିନାୟକ ରୋହିତ ଶର୍ମାଙ୍କ ଉପରେ ଲଗାଯାଇଛି।

ଯଦି ରୋହିତ ଶର୍ମା ଚଳିତ ଆଇପିଏଲରେ ଦ୍ୱିତୀୟ ଥର ପାଇଁ ଏଭଳି ଭୁଲ୍ କରିବେ ତାହେଲେ ତାଙ୍କୁ ୩୪ ଲକ୍ଷ ଟଙ୍କା ଜୋରିମାନା ଦେବାକୁ ହେବ। ଏହାବ୍ୟତୀତ ମୁମ୍ୱାଇ ଇଣ୍ଡିଆନ୍ସ ପ୍ଲେୟାରଙ୍କ ମ୍ୟାଚ ଫି ୨୫ ପ୍ରତିଶତ କଟାଯାଇପାରେ। ଆଉ ଏହି ଜୋରିମାନା ରାଶି ସର୍ବାଧିକ ୬ ଲକ୍ଷ ରହିପାରେ।

ରୋହିତ ଆହତ

ସେହିପରି ଫିଲ୍ଡଂ କରୁଥିବା ବେଳେ ରୋହିତ ଶର୍ମା ଆହାତ ହୋଇଥିବା ସୂଚନା ରହିଛି। ୧୩ ଓଭର ବେଳେ ରୋହିତ ଆହତ ହେବା ପରେ ପଡିଆକୁ ବାହାରକୁ ଯାଇଥିଲେ। ଆଉ କିରୋନ ପୋଲାର୍ଡ ଦଳର ନେତୃତ୍ୱ ନେଇଥିଲେ। ଆହତ ନେଇ ରୋହିତ ଶର୍ମା କହିଛନ୍ତି, ତାଙ୍କ ଅଙ୍ଗୁଳିରେ ଆଘାତ ଲାଗିଛି। ହେଲେ ଏହା ପରବର୍ତ୍ତୀ ମ୍ୟାଚ ବେଳକୁ ଠିକ୍ ହୋଇଯିବ ବୋଲି ସେ କହିଛନ୍ତି।

ମୁମ୍ବାଇ ୬ ୱିକେଟରେ ପରାସ୍ତ

ଦିଲ୍ଲୀ କ୍ୟାପିଟାଲ୍ସ ମୁମ୍ବାଇ ଇଣ୍ଡିଆନ୍ସକୁ ପରାସ୍ତ କରିଛି। ଚେନ୍ନାଇର ଏମ୍ ଚିଦାମ୍ବରମ ଷ୍ଟାଡିୟମରେ ଖେଳାଯାଇଥିବା ମ୍ୟାଚରେ ଦିଲ୍ଲୀ ମୁମ୍ବାଇକୁ ୬ ୱିକେଟରେ ପରାସ୍ତ କରିଛି। ମୁମ୍ବାଇ ୧୩୮ ରନର ଟାର୍ଗେଟ ଦେଇଥିଲା। ହେଲେ ଦିଲ୍ଲୀ ୪ ୱିକେଟ୍ ହରାଇ ୫ଟି ବଲ୍ ବାକି ଥିବା ବେଳେ ଟାର୍ଗେଟ ହାସଲ କରିନେଇଥିଲା।

ଦିଲ୍ଲୀ ପକ୍ଷରୁ ଓପନର୍ ଶିଖର ଧାୱନଙ୍କ ବ୍ୟାଟ୍ ପୁଣି ଥରେ କମାଲ କରିଛି। ଗତ ମ୍ୟାଚରେ ୯୨ ରନ୍ ସ୍କୋର କରିଥିବା ଧାୱନ ଏହି ମ୍ୟାଚରେ ୪୫ ରନ୍ ସଂଗ୍ରହ କରିଥିଲେ। ଧାୱନଙ୍କ ବ୍ୟତୀତ ଷ୍ଟିଭ ସ୍ମିଥ ୩୩, ଲଲିତ ଯାଦବ ଅପରାଜିତ ୨୨, ଶିମ୍ରନ୍ ହେଟମିୟର ଅପରାଜିତ ୧୪, ପ୍ରୀତି ଖାଁ ୭  ଏବଂ ଋଷଭ ପନ୍ତ ୭ ରନ୍ କରିଥିଲେ। ଦିଲ୍ଲୀ ଏବେ ଏହି ମ୍ୟାଚ ଜିତି ଆଇପିଏଲର ପଏଣ୍ଟ ଟେବୁଲରେ ୬ ପଏଣ୍ଟ ସହ ଦ୍ୱିତୀୟ ସ୍ଥାନରେ ରହିଥିବାବେଳେ ମୁମ୍ୱାଇ ଇଣ୍ଡିଆନ୍ସ ୪ ପଏଣ୍ଟ ସହ ଚତୁର୍ଥ ସ୍ଥାନରେ ରହିଛି।

The post ଦିଲ୍ଲୀ ପାଖରୁ ମୁମ୍ୱାଇ ହାରିବା ପରେ ରୋହିତଙ୍କୁ ଲାଗିଲା ଆଉ ଏକ ଝଟକା appeared first on Odisha Reporter.



from Odisha Reporter https://ift.tt/32v9B8z

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages