ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର ) କୋଭିଡ ଗାଇଡ଼ ଲାଇନ ଉଲ୍ଲଂଘନ ଅଭିଯୋଗରେ ଜୟଦେବ ବିହାର ଛକରେ ଥିବା ଘରୋଇ କୋଚିଂ ସେଣ୍ଟର ହାପି କ୍ଲସେସ ସିଲ୍ ହୋଇଛି। ବିଏମସି ଚଢାଉ କରି ଏହି କୋଚିଂ ସେଣ୍ଟର ସିଲ୍ କରିଛି। କୋଭିଡ ନିୟମ ଅନୁସାରେ କୋଚିଂ ସେଣ୍ଟରରେ ଛାତ୍ରାଛାତ୍ରୀ ମାନେ ବସିବା, ସାନିଟାଇଜେସନ ବ୍ୟବସ୍ଥା ନଥିବା ସହ ଛାତ୍ରଛାତ୍ରୀ ମାସ୍କ ପିନ୍ଧିନଥିବାରୁ ଏହାକୁ ସିଲ କରିଛି ବିଏମ୍ସି ।
ଏହି ଚଢାଉ ପରେ ଆଜି ଦିନ ତାମାମ ବିଏମସି ପକ୍ଷରୁ ବିଭିନ୍ନ ଶିକ୍ଷାନୁଷ୍ଠାନ ଉପରେ ଚଢ଼ାଉ ଜାରି ରହିବ। ବିଏମସିର ୩ଟି ଯାକ ଯୋନରେ ହେବ ଚଢ଼ାଉ। ଶିକ୍ଷାନୁଷ୍ଠାନ ଗୁଡ଼ିକରେ ସଂକ୍ରମଣ ବୃଦ୍ଧିକୁ ଚେକ ଦେବାକୁ ବିଏମସି ଏଭଳି ପଦକ୍ଷେପ ନେଉଥିବା କହିଛି।
ସେହିପରି ଭୁବନେଶ୍ୱର ସିଲିକନ ଇନଷ୍ଟିଚ୍ୟୁଟ୍କୁ ସୋ’ କଜ୍ ନୋଟିସ ଜାରି କରାଯାଇଛି। କୋଭିଡ୍ ନିୟମ ଉଲ୍ଲଙ୍ଘନ ଅଭିଯୋଗରେ ନୋଟିସ ଜାରି କରିଛି ବିଏମସି। ଇନ୍ଷ୍ଟିଚ୍ୟୁଟ୍ର ଗୋଟିଏ ବେଞ୍ଚରେ ୫ରୁ ୭ ଜଣ ପିଲା ବସୁଥିବା ଅଭିଯୋଗ ହୋଇଛି। ସୂଚନା ଅନୁଯାୟୀ ଆଜି ଖୋର୍ଦ୍ଧା ଜିଲ୍ଲାରେ ୯୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
The post ନିୟମ ମାନିଲାନି, ‘ହାପି କ୍ଲାସେସ’ରେ ତାଲା ପକାଇଲା ବିଏମସି appeared first on Odisha Reporter.
from Odisha Reporter https://ift.tt/2PziCuC
No comments:
Post a Comment