କରୋନାରେ ଆକ୍ରାନ୍ତ ହେଲେ ଭୂମି ଓ ଭିକ୍କି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, April 5, 2021

କରୋନାରେ ଆକ୍ରାନ୍ତ ହେଲେ ଭୂମି ଓ ଭିକ୍କି

ମୁମ୍ବାଇ: ବି-ଟାଉନରେ ମାଡି ଚାଲିଛି ମହାମାରୀ।  ଜଣଙ୍କ ପରେ ଜଣେ ଅଭିନେତା ଓ ଅଭିନେତ୍ରୀ ପଜିଟିଭ ଚିହ୍ନଟ ହେଉଛନ୍ତି। ଏବେ ଅକ୍ଷୟ କୁମାରଙ୍କ ପରେ ଅଭିନେତା ଭିକ୍କି କୌଶଲ ଓ ଅଭିନେତ୍ରୀ ଭୂମି ପେଡନେକରଙ୍କ ପାଳି ପଡିଛି। ଦୁହେଁ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଏନେଇ ଉୟଭ ନିଜ ନିଜ ଇନ୍‌ଷ୍ଟାଗ୍ରାମରେ ଫଟୋ ଶେଆର କରି ସୂଚନା ଦେଇଛନ୍ତି।

ଅଭିନେତ୍ରୀ ଭୂମି ପେଡନେକର କହିଛନ୍ତି, ସେ ସୁସ୍ଥ ଅନୁଭବ କରୁଛନ୍ତି, କିନ୍ତୁ ତାଙ୍କଠାରେ କରୋନାର ସାମାନ୍ୟ ଲକ୍ଷଣ ଅଛି। ସେ ଏବେ ହୋମ୍‌ ଆଇସୋଲେସନରେ ଅଛନ୍ତି। ଗତ କିଛି ଦିନ ହେବ ଯେଉଁମାନେ ତାଙ୍କ ସମ୍ପର୍କରେ ଆସିଥିଲେ ସେମାନଙ୍କୁ କରୋନା ଟେଷ୍ଟ କରାଇବା ପାଇଁ ଭୂମି ପରାମର୍ଶ ଦେଇଛନ୍ତି। ଏଥିସହ କରୋନାର ସମସ୍ତ ପଟ୍ରୋକଲକୁ ସେ ପାଳନ କରି ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ଘରେ ରହି ନିଜର ଚିକିତ୍ସା କରାଉଥିବା ସେ କହିଛନ୍ତି।

ଅନ୍ୟପଟେ ଅଭିନେତା ଭିକ୍କି କୌଶଲ ମଧ୍ୟ ନିଜ ଇନଷ୍ଟାଗ୍ରାମରେ ଏକ ଫଟୋ ଶେଆର କରି ସେ କରୋନା ପଜିଟିଭ ଚିହ୍ନଟ ହୋଇଥିବା ନେଇ ନିଜ ପ୍ରଶଂସକଙ୍କୁ ସୂଚନା ଦେଇଛନ୍ତି। ସେ କହିଛନ୍ତି, ସବୁ ପ୍ରକାରର ନିୟମ ପାଳନ କରିବା ପରେ ମଧ୍ୟ ସେ କରୋନାରେ ସଂକ୍ରମିତ ହୋଇଛନ୍ତି। ସେ ହୋମ ଆଇସୋଲେସନ୍‌ ଅଛନ୍ତି। ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ଔଷଧ ଖାଉଛନ୍ତି। ଯେଉଁମାନେ ତାଙ୍କ ସଂସ୍ପର୍ଶରେ ଆସିଛନ୍ତି ସେମାନେ ନିଜ ନିଜର କୋଭିଡ ଟେଷ୍ଟ କରାଇନେବା ପାଇଁ ଭିକ୍କି ପରାମର୍ଶ ଦେଇଛନ୍ତି। ଏଥିସହ ସେ ଘରେ ରୁହନ୍ତୁ ସୁରକ୍ଷିତ ରୁହନ୍ତୁ ବୋଲି ଲୋକଙ୍କୁ ସେ ଅନୁରୋଧ କରିଛନ୍ତି।

ବଲିଉଡ ଜଗତରେ କରୋନା ତାର କାୟା ବିସ୍ତାର କରିଚାଲିଛି। ଭୂମି ପେଡନେକର ଓ ଭିକ୍କି କୌଶଲଙ୍କ ପୂର୍ବରୁ ଅକ୍ଷୟ କୁମାର, ଆମୀର ଖାନ୍‌, କାର୍ତ୍ତିକ ଆର୍ଯ୍ୟନ, ମିଲିନ୍ଦ ସୋମେନ, ଗୋବିନ୍ଦା, ଦଙ୍ଗଲ ଗାର୍ଲ ଫାତିମା ସନା ଶେଖ୍‌, ବଲିଉଡ ଗାୟକ ଆଦିତ୍ୟ ନାରାୟଣ ଓ ତାଙ୍କ ପତ୍ନୀ ପ୍ରମୁଖ କରୋନାରେ ଆକ୍ରାନ୍ତ ହୋଇସାରିଛନ୍ତି।

 

View this post on Instagram

 

A post shared by Bhumi (@bhumipednekar)

 

View this post on Instagram

 

A post shared by Vicky Kaushal (@vickykaushal09)

The post କରୋନାରେ ଆକ୍ରାନ୍ତ ହେଲେ ଭୂମି ଓ ଭିକ୍କି appeared first on Odisha Reporter.



from Odisha Reporter https://ift.tt/31OyQ5r

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages