୪ ରାଜ୍ୟ ଓ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳରେ ମତଦାନ ଆରମ୍ଭ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, April 5, 2021

୪ ରାଜ୍ୟ ଓ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳରେ ମତଦାନ ଆରମ୍ଭ

ନୂଆଦିଲ୍ଲୀ: ୪ ରାଜ୍ୟ ଓ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳରେ ଆଜି ସକାଳ ୭ଟାରୁ ଭୋଟଗ୍ରହଣ ଆରମ୍ଭ ହୋଇଛି । କେରଳ, ତାମିଲନାଡୁ ଓ  ପୁଡୁଚେରୀରେ ଆଜି ଗୋଟିଏ ଦିନରେ ମତଦାନ ସରିବ । ତେବେ ପଶ୍ଚିମବଙ୍ଗରେ ଆଜି ତୃତୀୟ ପର୍ଯ୍ୟାୟ ନିର୍ବାଚନ ଲାଗି ମତଦାନ ହେଉଛି।

କେରଳର ୧୪୦ ଆସନ, ତାମିଲନାଡୁର ୨୩୪ ଆସନ, ଆସାମର ତୃତୀୟ ତଥା ଶେଷ ପର୍ଯ୍ୟାୟରେ ୪୦  ଆସନ, ପଶ୍ଚିମବଂଗର ତୃତୀୟ ପର୍ଯ୍ୟାୟରେ ୩୧ ଆସନ ସହ କେନ୍ଦ୍ରଶାସିତ ଅଂଚଳ ପୁଡୁଚେରୀରେ ୪୦ ଆସନ ଲାଗି ଭୋଟଗ୍ରହଣ ଆରମ୍ଭ ହୋଇଛି ।

ଆସାମର ୧୨ଟି ଜିଲ୍ଲାର ୪୦ଟି ଆସନରେ ମତଦାନ ନିଆଯିବ । ଏହି ପର୍ଯ୍ୟାୟରେ ୩୩୭ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ ହେବ । ବିଜେପିର ବରିଷ୍ଠ ନେତା ହିମନ୍ତ ବିଶ୍ୱଶର୍ମାଙ୍କର ଆଜି ଭାଗ୍ୟ ନିର୍ଦ୍ଧାରଣ କରିବେ ଭୋଟର । ବୋଡୋଲାଣ୍ଡ ଟେରିଟୋରିଆଲ ଅଞ୍ଚଳରେ ଥିବା ୩ଟି ଜିଲ୍ଲାରେ ନିର୍ବାଚନ ହେଉଥିବାରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ସେହିପରି ପଶ୍ଚିମବଙ୍ଗରେ ଆୟ଼ଜି ତୃତୀୟ ପର୍ଯ୍ୟାୟରେ    ୩୧ଟି ଆସନରେ ଚାଲିଛି ଭୋଟ୍  ।

ପଶ୍ଚିମବଙ୍ଗରେ ହେବାକୁ ଥିବା ୩୧ ବିଧାନସଭା ଆସନକୁ ନିର୍ବାଚନ ଆୟୋଗ ପକ୍ଷରୁ ସମ୍ବେଦନଶୀଳ ଘୋଷଣା କରି ସିଆରପିସିର ୧୪୪ ଧାରା ଲାଗୁ କରିଛନ୍ତି।  ସୋମବାରଠାରୁ ଏହି ଅଞ୍ଚଳରେ ନିଷେଧାଜ୍ଞ ଲାଗୁ କରାଯାଇଛି। ଫଳରେ ମଙ୍ଗଳବାର ହେବାକୁ ଥିବା ନିର୍ବାଚନରେ ବହୁ ସଂଖ୍ୟାରେ ଲୋକ ଏକତ୍ରିତ ହେବା ଉପରେ କଟକଣା ଲାଗୁ କରାଯାଇଛି।

The post ୪ ରାଜ୍ୟ ଓ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳରେ ମତଦାନ ଆରମ୍ଭ appeared first on Odisha Reporter.



from Odisha Reporter https://ift.tt/2PGy8Vr

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages