ଡାକ୍ତର କହିଲେ ବଞ୍ଚିନି, ଗୁଣିଆ କହିଲା ମୁଁ ପାରିବି, ଚାଲିଲା ପୂଜାର୍ଚ୍ଚନା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, April 5, 2021

ଡାକ୍ତର କହିଲେ ବଞ୍ଚିନି, ଗୁଣିଆ କହିଲା ମୁଁ ପାରିବି, ଚାଲିଲା ପୂଜାର୍ଚ୍ଚନା

ନୟାଗଡ଼(ଆର୍ତ୍ତତ୍ରାଣ ପ୍ରଧାନ):୨ ଦିନ ତଳେ ଦଣ୍ଡରେ ମିଶିଥିବା ଜଣେ ବ୍ୟକ୍ତି ହଠାତ୍‌ ଅସୁସ୍ଥ ହୋଇ ମେଡିକାଲ ଯିବାରୁ ଡାକ୍ତର ଶୁଣାଇଦେଲେ ନିରାଶବାଣୀ। ରୋଗୀର ମୃତ୍ୟୁ ହୋଇସାରିଥିବା କହି ଡାକ୍ତର ପୋଷ୍ଟମର୍ଟମ ବି କରିଦେଲେ । ମାତ୍ର ଏହାକୁ ବିଶ୍ୱାସ ନ କରି ରୋଗୀକୁ ବଞ୍ଚାଇବାକୁ ପ୍ରଥମେ ଆଗଭର ହେଲେ ଦଣ୍ଡୁଆ।

ଦୀର୍ଘ ଘଣ୍ଟା ପୂଜାର୍ଚ୍ଚନା ପରେ ଦଣ୍ଡୁଆ ନ ପାରିବାରୁ ଆସିଲା ଗୁଣିଆ । ମାତ୍ର ଗୁଣିଆର ମନ୍ତ୍ରପାଠ ବି ଫେଲ୍‌ ମାରିଲା। ଶେଷରେ ଗତ ରାତିରୁ ଚାଲିଥିବା ପୂଜାର୍ଚ୍ଚନାରେ ପଡ଼ିଲା ଯବନିକା। ମୃତଦେହରେ ଆଉ ଜୀବନ ଫେରିପାରିବନି ବୋଲି ପୁଲିସ୍‌ ପହଞ୍ଚି ବୁଝାଶୁଝା କରିବା ପରେ ଆଜି ସକାଳୁ ମୃତଦେହ ସତ୍କାର କରାଯାଇଥିବା ଜଣାଯାଇଛି।  ଏପରି ଅନ୍ଧବିଶ୍ୱାସ ନୟାଗଡ ଜିଲ୍ଲା ଶରଣକୂଳ ଥାନା ସିଙ୍ଗରପୁର ଗାଁରେ ଦେଖିବାକୁ ମିଳିଛି ।

ଗାଁର ରବି ନାହାକ ୨ ଦିନ ତଳେ ଦଣ୍ଡରେ ମିଶିଥିବା ବେଳେ ଗତକାଲି ତାଙ୍କର ମୃତ୍ୟୁ ହୋଇଥିଲା । ପୋଷ୍ଟମର୍ଟମ ପରେ ମଧ୍ୟ ମୃତଦେହ ବଞ୍ଚିବ ଭାବି ଦଣ୍ଡୁଆମାନେ ରାତି ତମାମ ପୂଜାର୍ଚ୍ଚନା କରିଥିଲେ। ମୃତକଙ୍କ ଦେହରେ ଭଗବାନ ଥିବା କହି ରାତି ତମାମ ପୂଜାର୍ଚ୍ଚନା କରିଥିଲେ  ।  ତା’ଉପରେ ଗରା ଗରା ପାଣି ଢାଳିଥିଲେ । ମୃତଦେହ ଚାରିପଟେ ନାମ ସଂକୀର୍ତ୍ତନ ବି କରାଯାଇଥିଲା । ଏହାପରେ କାଳିସୀ ଉଭା ହୋଇ ଲୋକଟି ବଞ୍ଚିଯିବ କହିଥିବା ପ୍ରତ୍ୟକ୍ଷଦର୍ଶୀ କହୁଛନ୍ତି। ମାତ୍ର କୌଣସି ସୁଫଳ ନ ମିଳିବାରୁ ଖୋଜା ପଡ଼ିଲା ତାନ୍ତ୍ରିକ ।

ଦୀର୍ଘ ସମୟ ଧରି ଦଣ୍ଡୁଆ କରିପାରି ନ ଥିବା କାମ କରିପାରିବ କରି  ତାନ୍ତ୍ରିକ ଆରମ୍ଭ କଲା ପୂଜାର୍ଚ୍ଚନା। ଦୀର୍ଘ ୪ ଘଣ୍ଟା ଚାଲିଲା ବିଭିନ୍ନ ମନ୍ତ୍ରପାଠ। ମାତ୍ର ପରିଣତି ନିରାଶଜନକ ହେଲା।

ଖବର ପାଇ ପୁଲିସ୍‌ ପହଞ୍ଚି ମୃତ ଲୋକ ବଞ୍ଚିବା ସମ୍ଭବ ନୁହେଁ ବୋଲି ଗାଁ ଲୋକଙ୍କୁ ବୁଝାଇବା ପରେ ସେମାନେ ସତ୍କାର କରିବାକୁ ରାଜି ହୋଇଥିଲେ।  ଏହାପରେ ଆଜି ସକାଳୁ ମୃତଦେହ ସତ୍କାର କରାଯାଇଥିବା ଜଣାଯାଇଛି।

ଏକବିଂଶ ଶତାବ୍ଦିରେ ବି ଲୋକ ଏପରି ଅନ୍ଧବିଶ୍ୱାସକୁ ନେଇ ବଞ୍ଚୁଛନ୍ତି, ଶୁଣିଲେ ଯେ କେହି ଆଶ୍ଚର୍ଯ୍ୟ ହେବା ସ୍ୱାଭାବିକ।

The post ଡାକ୍ତର କହିଲେ ବଞ୍ଚିନି, ଗୁଣିଆ କହିଲା ମୁଁ ପାରିବି, ଚାଲିଲା ପୂଜାର୍ଚ୍ଚନା appeared first on Odisha Reporter.



from Odisha Reporter https://ift.tt/3dxfSpD

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages