ରାୟପୁର: ଛତିଶଗଡରେ ନକ୍ସଲଙ୍କ ନରସଂହାର ପରେ କେନ୍ଦ୍ର ଗୃହ ବିଭାଗ ଆକ୍ସନ ମୋଡକୁ ଆସିଛି। ଛତିଶଗଡରେ ପହଞ୍ଚିଛନ୍ତି ଗୃହମନ୍ତ୍ରୀ ଅମିତ ଶାହ। ଜଗଦଳପୁରରେ ପହଁଚି ସେ ସହିଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି। ଏଥିସହ ଶାହ ହସ୍ପିଟାଲ ଯାଇ ଆହତ ଯବାନଙ୍କୁ ଭେଟିବା କାର୍ଯ୍ୟକ୍ରମ ରହିଛି।
କାହିଁକି ଫେଲ୍ ମାରିଲା ଗୁଇନ୍ଦା ରିପୋର୍ଟ । ଏନେଇ ପୁରା ଘଟଣାର ଅନୁଧ୍ୟାନ କରୁଛନ୍ତି ଅମିତ ଶାହ। ବରିଷ୍ଠ ଅଧିକାରୀଙ୍କ ସହିତ ବୈଠକ କରି କିଭଳି ପରିସ୍ଥିତିରେ ଏତେ ବଡ ଘଟଣା ଘଟିଲା, କାରଣ କଣ, ଭୁଲ ରହିଲା କେଉଁଠି, ଏହାକୁ କେମିତି ଭବିଷ୍ୟତରେ ଏଡ଼ାଇ ଦେଇହେବ, ଏହି ସବୁ ପ୍ରସଙ୍ଗ ଉପରେ ଆଲୋଚନା କରୁଛନ୍ତି। ନକ୍ସଲ ଦମନ ରଣନୀତିରେ ମଧ୍ୟ ପରିବର୍ତ୍ତନ ହୋଇପାରେ।
ଏହି ସମୀକ୍ଷା ବୈଠକରେ ଗୁଇନ୍ଦା ବିଭାଗର ବରିଷ୍ଠ ଅଧିକାରୀଙ୍କ ସମେତ ସିଆରପିଏଫର ଅଧିକାରୀମାନେ ସାମିଲ ହୋଇଛନ୍ତି । ଜଗଦଲପୁରର ପୋଲିସ ଲାଇନରେ ଏହି ବୈଠକ ଅନୁଷ୍ଠିତ ହୋଇଛି । ମୁଖ୍ୟମନ୍ତ୍ରୀ ଭୁପେଶ ବଘେଲ ମଧ୍ୟ ବୈଠକରେ ସାମିଲ ହୋଇଛନ୍ତି ।
ସୂଚନାଯୋଗ୍ୟ ଯେ, ଗତକାଲି ବିଜାପୁର-ସୁକମା ଜିଲ୍ଲା ସୀମାନ୍ତ ବସ୍ତର ଜଙ୍ଗଲରେ ନକ୍ସଲ-ସୁରକ୍ଷାକର୍ମୀଙ୍କ ସଂଘର୍ଷରେ ୨୩ ଜଣ ଯବାନ ସହିଦ ହୋଇଛନ୍ତି। ୩୦ ଯବାନ ଆହତ ମଧ୍ୟ ହୋଇଛନ୍ତି । ଆହତ ଯବାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇ ସେମାନଙ୍କ ଚିକିତ୍ସା ଚାଲିଛି।
Chhattisgarh: Union Home Minister Amit Shah and CM Bhupesh Baghel hold a meeting with top officials in Jagdalpur, over the naxal attack in which 14 security personnel lost their lives. pic.twitter.com/sF5FPp4Hr8
— ANI (@ANI) April 5, 2021
The post ନକ୍ସଲଙ୍କ ନରସଂହାର ପରେ ଛତିଶଗଡ଼ରେ ଅମିତ ଶାହ appeared first on Odisha Reporter.
from Odisha Reporter https://ift.tt/2OrFziU
No comments:
Post a Comment