ମୁମ୍ବାଇ: ଦୀର୍ଘ ଦିନ ହେବ ଟିଭି ଦୁନିଆରୁ ଦୂରରେ ଥିବା କମେଡି କିଙ୍ଗ କପିଲ ଶର୍ମା ନିକଟରେ ତାଙ୍କ ପୁଅର ନାଁ ଘୋଷଣା କରିଛନ୍ତି। ନିଜ ଇନଷ୍ଟାଗ୍ରାମରେ ପୋଷ୍ଟରେ କପିଲ ଜୁନିଅର ଶର୍ମାଙ୍କ ନାଁ ଘୋଷଣା କରିଥିବା ଦେଖିବାକୁ ମିଳିଛି।
ନିକଟରେ ଏପ୍ରିଲ ୨ ତାରିଖରେ କମେଡି କିଙ୍ଗ କପିଲ ଶର୍ମା ତାଙ୍କ ଜନ୍ମ ଦିନ ପାଳନ କରିଛନ୍ତି। ଏହି ଅବସରରେ ବଲିଉଡ ଗାୟିକା ନୀତି ମୋହନ୍ ତାଙ୍କୁ ଜନ୍ମ ଦିନର ଶୁଭେଚ୍ଛା ଜଣାଇଥିଲେ। ଏଥିସହ ତାଙ୍କ ପୁଅର ନାଁ ପଚାରିଥିଲେ। ଏହାର ଉତ୍ତରରେ କପିଲ ଏବେ ତାଙ୍କ ପୁଅର ନାଁ ଖୁଲାସା କରିଛନ୍ତି। ସେ ନୀତିଙ୍କୁ ଧନ୍ୟବାଦ ଜଣାଇବା ସହ ପୁଅର ନାଁ କହିଛନ୍ତି।
କପିଲ ତାଙ୍କ ପୁଅର ନାଁ ଭଗବାନ କୃଷ୍ଣଙ୍କ ନାଁ ଆଧାରରେ ତ୍ରିଷ୍ଣା ରଖିଛନ୍ତି। ଏନେଇ ସେ ନିଜେ ଟୁଇଟ୍ କରି ସୋଶାଲ ମିଡିଆ ଜରିଆରେ ଜଣାଇଛନ୍ତି। କପିଲଙ୍କ ଏହି ଟୁଇଟ୍ ଏବେ ଭାଇରାଲ ହେବାରେ ଲାଗିଛି।
ସୂଚନାଯୋଗ୍ୟ ଯେ, ଫେବ୍ରୁଆରୀ ୧ ତାରିଖରେ ପୁଅର ବାପା ହୋଇଥିଲେ। ପୂର୍ବରୁ ତାଙ୍କର ଗୋଟିଏ ଝିଅ ମଧ୍ୟ ଅଛି। ଏବେ କପିଲ ଟିଭି ଦୁନିଆ ଠାରୁ କିଛି ଦିନ ପାଇଁ ବ୍ରେକ ନେଇଛନ୍ତି। ସେ ନିଜ ପରିବାର ସହ ସମୟ ବିତାଉଛନ୍ତି। ଖୁବ୍ଶୀଘ୍ର କପିଲ ଓଟିଟି ପ୍ଲାଟଫର୍ମ ଡେବ୍ୟୁ ମଧ୍ୟ କରିବାକୁ ଯାଉଥିବା ସୂଚନା ମିଳିଛି।
Thank you neeti hope ur taking well care of urself we named him trishaan https://t.co/776HlHVm0f
— Kapil Sharma (@KapilSharmaK9) April 4, 2021
The post ପୁଅର ନାଁ ଘୋଷଣା କଲେ କମେଡି କିଙ୍ଗ କପିଲ appeared first on Odisha Reporter.
from Odisha Reporter https://ift.tt/2Rb5o7X
No comments:
Post a Comment