`ଓକିଲ ସାବ’ଙ୍କ ପାଇଁ ହଙ୍ଗାମା, ହଲ୍‌ ଭିତରେ ଭଙ୍ଗାରୁଜା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, April 10, 2021

`ଓକିଲ ସାବ’ଙ୍କ ପାଇଁ ହଙ୍ଗାମା, ହଲ୍‌ ଭିତରେ ଭଙ୍ଗାରୁଜା

ହାଇଦ୍ରାବାଦ: ରାଗିଗଲେ ଫ୍ୟାନ୍‌। ହଲ୍‌ ଭିତରେ କଲେ ଭଙ୍ଗାରୁଜା।  `ଓକିଲ ସାବ’ ପାଇଁ ହେଲା ପ୍ରବଳ ହଙ୍ଗାମା। ତେଲେଙ୍ଗାନାର ଏକ ଥିଏଟରରେ ଦେଖିବାକୁ ମିଳିଛି କିଛି ଏଭଳି ଦୃଶ୍ୟ। ବହୁ ଦିନ ପରେ ବଡ ପରଦାକୁ ଫେରିଥିବା ସାଉଥ ସୁପରଷ୍ଟାର ପୱନ କଲ୍ୟାଣଙ୍କ ଫ୍ୟାନ୍‌ମାନେ ତେଲେଙ୍ଗାନର ଏକ ହଲ୍‌ ଭିତରେ ପ୍ରବଳ ଭଙ୍ଗାରୁଜା କରିଛନ୍ତି।

ନିକଟରେ ରିଲିଜ ହୋଇଥିବା ତାଙ୍କ ଫିଲ୍ମ `ଓକିଲ ସାବ’ ଦେଖିବା ପାଇଁ ବହୁ ସଂଖ୍ୟାରେ ଦର୍ଶକ ହଲ୍‌କୁ ଆସିଥିଲେ। ତେବେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଫିଲ୍ମଟି ଅଧାରେ ଅଟକି ଯାଇଥିଲା। ଏଥିରେ ଉତ୍ୟକ୍ତ ହୋଇ ପୱନ କଲ୍ୟାଣଙ୍କ ପ୍ରଶଂସକମାନେ ହଲ୍‌ ଭିତରେ ବ୍ୟାପକ ଭଙ୍ଗାରୁଜା କରିଥିଲେ। ଏହି ଘଟଣାର ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ସୂଚନାଯୋଗ୍ୟ, ଗତକାଲି ରିଲିଜ ହୋଇଛି ସାଉଥ ସୁପରଷ୍ଟାର ପୱନ କଲ୍ୟାଣଙ୍କ ଫିଲ୍ମ `ଓକିଲ ସାବ’। ଦୀର୍ଘ ୩ ବର୍ଷର ବ୍ରେକ ପରେ ସେ ଏହି ଫିଲ୍ମ ଜରିଆରେ ବଡ ପରଦାକୁ କମ୍‌ବ୍ୟାକ୍‌ କରିଛନ୍ତି।  ତେବେ ଫିଲ୍ମଟି ରିଲିଜ ହେବାର ଗୋଟିଏ ଦିନରେ ହିଁ ବକ୍ସ ଅଫିସ୍‌ ଧମାଲ କରିଛି। ପ୍ରଥମ ଦିନରେ ହିଁ ଏହି ଫିଲ୍ମଟି ୪୦ କୋଟିରୁ ଅଧିକ ଟଙ୍କାର ବ୍ୟବସାୟ କରିଥିବା ସୂଚନା ମିଳିଛି। ଏହି ଫିଲ୍ମଟି ଅମିତାଭ ବଚ୍ଚନଙ୍କ ହିନ୍ଦୀ ଫିଲ୍ମ `ପିଙ୍କ’ର ତେଲୁଗୁ ରିମେକ୍‌।

The post `ଓକିଲ ସାବ’ଙ୍କ ପାଇଁ ହଙ୍ଗାମା, ହଲ୍‌ ଭିତରେ ଭଙ୍ଗାରୁଜା appeared first on Odisha Reporter.



from Odisha Reporter https://ift.tt/2PPVSXn

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages