ଆନ୍ଧ୍ର ଅଧିକାରୀଙ୍କ ଔଦ୍ଧତ୍ୟ- ଓଡ଼ିଶା ଭିତରେ ପଶି କହିଲେ, ଏ ଜମି ଆମର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, April 10, 2021

ଆନ୍ଧ୍ର ଅଧିକାରୀଙ୍କ ଔଦ୍ଧତ୍ୟ- ଓଡ଼ିଶା ଭିତରେ ପଶି କହିଲେ, ଏ ଜମି ଆମର

କୋରାପୁଟ(ଓଡ଼ିଶା ରିପୋର୍ଟର): ମୁଁ ଗାଁ ଭିତରକୁ ଯିବି। କାହାର ସାହାସ ଅଛି ମୋତେ କିଏ ଅଟକାଇବ ମୁଁ ଦେଖିବି। ମୁଁ ଜଣେ ଏଡିଏମ୍‌, ଏ ଜମି ଆମର। ଏଠି କଣ୍ଟନମେଣ୍ଟ ଜୋନ କରିବାକୁ ତମେ କିଏ?  ଓଡ଼ିଶା ସୀମା ଭିତରେ ପ୍ରବେଶ କରି କିଛି ଏଭଳି ମୁହଁ ଟାଣ କରି କହିଛନ୍ତି ଜଣେ ଆନ୍ଧ୍ର ଅଧିକାରୀ। ଓଡ଼ିଶାର ଗାଁକୁ ନିଜର ବୋଲି ଦାବି କରୁଛନ୍ତି ଆନ୍ଧ୍ର ଅଧିକାରୀ। ଖାଲି ସେତିକି ନୁହେଁ, ୧୪୪ ଧାରା ଓ କଣ୍ଟେନମେଣ୍ଟ ଜୋନ୍ ଘୋଷଣା ସତ୍ତ୍ୱେ ମଧ୍ୟ ଗାଁ ଭିତରକୁ ଧଶେଇ ପଶିବାକୁ ଉଦ୍ୟମ ମଧ୍ୟ କରିଛନ୍ତି। କୋରାପୁଟ କୋଟିଆ ଧୁଳିପଦର ଗାଁରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ।

ଓଡ଼ିଶାର ଜଣେ ଅଧିକାରୀଙ୍କ ସହ ଯୁକ୍ତି ତର୍କ କରୁଛନ୍ତି ଆନ୍ଧ୍ରର ଅଧିକାରୀ।  ଧୁଳିପଦର ଗାଁକୁ ଆନ୍ଧ୍ରର ବୋଲି ଦାବି କରିବା ସହ ଗାଁ ଭିତରକୁ ଯିବା ପାଇଁ ଜିଦ୍ ଧରୁଛନ୍ତି ଆନ୍ଧ୍ର ଅଧିକାରୀ। ଯେତେ ଅଟକାଇଲେ ମଧ୍ୟ ଶୁଣୁନାହାନ୍ତି। ଏହାର ଏକ ଭିଡିଓ ଏବେ ସାମ୍ନାକୁ ଆସିଛି। ଏହି ଭିଡିଓ ଏବେ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଛି ।

ଏ ଦୃଶ୍ୟ ହେଉଛି ଗତ ୮ ତାରିଖର, ଯେଉଁଦିନ କୋରାପୁଟ ଜିଲ୍ଲା କୋଟିଆରେ ଜିଲ୍ଲା ପରିଷଦ ନିର୍ବାଚନ କରାଉଥିଲା ଆନ୍ଧ୍ର। ସେହିଦିନ ନାରାୟଣପାଟଣା ତହସିଲଦାର ଅଭିଷେକ ଦାସ ଓଡ଼ିଶା ପକ୍ଷରୁ ଘଟଣାସ୍ଥଳରେ ଉପସ୍ଥିତ ରହି ଏକ୍‌ଜିକ୍ୟୁଟିଭ୍‌ ମାଜିଷ୍ଟ୍ରେଟ୍ ଭାବେ ଦାୟିତ୍ୱ ତୁଲାଉଥିଲେ। ସେହି ସମୟରେ ଆନ୍ଧ୍ରର ପାର୍ବତୀପୁରମର ଆଇଟିଡିଏ ପ୍ରୋଜେକ୍ଟ  ଡାଇରେକ୍ଟର ଆର. କୁରୁମା ନାଥ ନିଜ ଅଧିକାରୀଙ୍କୁ ଧରି ଘଟଣାସ୍ଥଳରେ ପହଞ୍ଚିଥିଲେ।

ଧୁଳିପଦର ଗାଁକୁ ଆନ୍ଧ୍ରର ବୋଲି ଦାବି କରିବା ସହ ଗାଁ ଭିତରକୁ ପଶିବା ପାଇଁ ଉଦ୍ୟମ କରିଥିଲେ। ପାଖାପାଖି ୧୦ରୁ ୧୫ ମିନିଟ୍ ଧରି ଯୁକ୍ତି ତର୍କ ପରେ ଆନ୍ଧ୍ର ଅଧିକାରୀ ଗାଁ ଭିତରେ ପଶି ଭୋଟ୍ ଦେବା ପାଇଁ ଲୋକଙ୍କୁ ମନାଇଥିବା କୁହାଯାଉଛି।

ସେପଟେ ଏହି ଘଟଣାକୁ ନେଇ କୋରାପୁଟ୍‌ ଜିଲ୍ଲାପାଳ କହିଛନ୍ତି, ଡ୍ୟୁଟି କରୁଥିବା ବେଳେ ଆନ୍ଧ୍ରର ଆଇଟିଡିଏ ପ୍ରୋଜେକ୍ଟ  ଡାଇରେକ୍ଟର ଅପରାଧ କରିଛନ୍ତି। ଜଣେ ଏକ୍‌‌ଜିକ୍ୟୁଟିଭ୍ ମାଜିଷ୍ଟ୍ରେଟଙ୍କୁ ସେ ଧମକାଇଛନ୍ତି। ନିୟମ ଭାଙ୍ଗି ଓଡ଼ିଶା ଗାଁ ଭିତରେ ପଶିଛନ୍ତି। କୁରୁମା ନାଥ, ଯିଏ ନିଜକୁ ଆଡିସନାଲ ଡିଷ୍ଟ୍ରିକ୍ଟ ମାଜିଷ୍ଟ୍ରେଟ୍‌ କହି ନିୟମ ଭାଙ୍ଗିବା ସହ କଣ୍ଟେନମେଣ୍ଟ ଜୋନ୍‌ରେ ପଶିଛନ୍ତି, ତାଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନିଆଯାଉ। ତାଙ୍କ ବିରୋଧରେ କେସ୍‌ ରୁଜୁ କରାଯାଉ ବୋଲି ରାଜ୍ୟ ପ୍ରଶାସନଙ୍କୁ ଅନୁରୋଧ କରିଛନ୍ତି କୋରାପୁଟ୍‌ ଜିଲ୍ଲାପାଳ।

The post ଆନ୍ଧ୍ର ଅଧିକାରୀଙ୍କ ଔଦ୍ଧତ୍ୟ- ଓଡ଼ିଶା ଭିତରେ ପଶି କହିଲେ, ଏ ଜମି ଆମର appeared first on Odisha Reporter.



from Odisha Reporter https://ift.tt/2OCfE8d

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages