ଏଣିିକି ଷ୍ଟେସନ ଓ ଟ୍ରେନ୍‌ରେ ନାକ ତଳକୁ ଖସିଲେ ଫାଇନ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, April 17, 2021

ଏଣିିକି ଷ୍ଟେସନ ଓ ଟ୍ରେନ୍‌ରେ ନାକ ତଳକୁ ଖସିଲେ ଫାଇନ୍‌

ନୂଆଦିଲ୍ଲୀ: ମାସ୍କ ପିନ୍ଧୁନଥିବ ବ୍ୟକ୍ତି ସାବଧନ। ଏଣିକି ରେଲୱେ ଷ୍ଟେସନ ଓ ଟ୍ରେନ୍‌ରେ ମାସ୍କ ନ ପିନ୍ଧିଲେ ଗଣିବାକୁ ପଡିବ ମୋଟା ଅଙ୍କର ତଣ୍ଡ। ଷ୍ଟେସନ ପରିସରରେ ତଥା ଟ୍ରନ୍‌ରେ ଯାତ୍ରା କରିବା ସମୟରେ ଯଦି ମାସ୍କ ପିନ୍ଧିନଥିବେ କିମ୍ବା ଏହାକୁ ସଠିକ ରୂପେ ମୁହଁରେ ଘୋଡାଇ ନ ରଖିଥିବେ ତେବେ ୫୦୦ ଟଙ୍କା ଫାଇନ୍‌ ଗଣିବାକୁ ପଡିବ। କରୋନା ମହାମାରୀକୁ ଦୃଷ୍ଟି ରଖି ରେଳ ମନ୍ତ୍ରାଳୟ ଏଭଳି ବଡ ନିଷ୍ପତ୍ତି ନେଇଛି।

ରେଳ ମନ୍ତ୍ରାଳୟର ସବୁ ଜୋନ୍‌କୁ ଏହି ନିର୍ଦ୍ଦେଶ ଜାରି ହୋଇଛି। ନିର୍ଦ୍ଦେଶ ମୁତାବକ,ସମସ୍ତ ଯାତ୍ରୀଙ୍କୁ ରେଳ ଷ୍ଟେସନରେ ପ୍ରବେଶ ସମୟରେ ଏବଂ ଟ୍ରେନରେ ଯାତ୍ରା କରିବା ସମୟରେ ସଠିକ୍‌ ରୂପେ ମାସ୍କ ପିନ୍ଧିବାକୁ ପରାମର୍ଶ ଦିଆଯାଇଛି। କେବଳ ଏତିକି ନୁହେଁ, ରେଳବାଇ ପରିଷ୍କାର ପରିଚ୍ଛନ୍ନତାର ସହ ଯାତ୍ରୀ କିମ୍ବା ଅନ୍ୟ କର୍ମଚାରୀଙ୍କ ଦ୍ୱାରା ଛେପ ପକାଇବାକୁ ମଧ୍ୟ ବାରଣ କରିଛି।  ଯେଉଁମାନେ  ଛେପ ପକାଇବେ ଏବଂ ମାସ୍କ ପିନ୍ଧି ନଥିବେ ସେମାନଙ୍କୁ ୫୦୦ ଟଙ୍କା ଜୋରିମାନା ଦେବାକୁ ପଡିବ ବୋଲି ରେଳ ମନ୍ତ୍ରଣାଳୟ କହିଛି।

ଦେଶରେ ଉଗ୍ର ହୋଇଛି କରୋନା ମହାମାରୀ। କରୋନା ସହ ଲଢ଼ିବା ପାଇଁ ସରକାର କୋଭିଡ ପ୍ରଟୋକଲ ତିଆରି କରିଛନ୍ତି। କିନ୍ତୁ ଅନେକ ଏହାକୁ ପାଳନ କରୁନାହାନ୍ତି। ଏହି କାରଣ ଯୋଗୁଁ ଲଗାତର ସଂକ୍ରମିତଙ୍କ ସଂଖ୍ୟା ବଢ଼ି ଚାଲିଛି। ଏହାକୁ ଦୃଷ୍ଟିରେ ରଖି ରେଳ ମନ୍ତ୍ରାଳୟ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି। ଆସନ୍ତା ୬ ମାସ ପାଇଁ ରେଳବାଇ ଏହି ନିର୍ଦ୍ଦେଶ ଜାରି କରିଛି।

The post ଏଣିିକି ଷ୍ଟେସନ ଓ ଟ୍ରେନ୍‌ରେ ନାକ ତଳକୁ ଖସିଲେ ଫାଇନ୍‌ appeared first on Odisha Reporter.



from Odisha Reporter https://ift.tt/3ag6eXG

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages