ଆଜିଠୁ କଟକ ଓ ଭୁବନେଶ୍ୱର ନାଇଟ୍‌ କର୍ଫ୍ୟୁ, ଲାଗିବ ୧୪୪ ଧାରା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, April 17, 2021

ଆଜିଠୁ କଟକ ଓ ଭୁବନେଶ୍ୱର ନାଇଟ୍‌ କର୍ଫ୍ୟୁ, ଲାଗିବ ୧୪୪ ଧାରା

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆଜିଠାରୁ କଟକ ଓ ଭୁବନେଶ୍ୱରରେ ନାଇଟ୍‌ କର୍ଫ୍ୟୁ। ରାତି ୯ଟାରୁ ସକାଳ ୫ଟା ଯାଏ ଲାଗୁ ହେବ ନାଇଟ କର୍ଫ୍ୟୁ। ଆଉ ଏହି ସମୟରେ ଜାରି ହେବ ୧୪୪ ଧାରା।  ଏନେଇ ପୁଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ଦେଇଛନ୍ତି ସୂଚନା।

ସେ କହିଛନ୍ତି-“୧୪୪ ଲାଗୁ ହୋଇଥିବାରୁ ବାହାରେ ବୁଲିବାକୁ କଡ଼ା ବାରଣ କରାଯାଇଛି। ଅତ୍ୟାବଶ୍ୟକ ସେବା ଯୋଗାଣକାରୀଙ୍କ ବ୍ୟତୀତ ଅନ୍ୟମାନଙ୍କୁ ମନା କରାଯାଇଛି। କଟକରେ ନାଇଟ୍‌ କର୍ଫ୍ୟୁ ସମୟରେ ୨୩ଟି ସ୍ଥାନରେ ଚେକିଂ ପୋଷ୍ଟ ହେବ। ଏଥିପାଇଁ ୧୦ ପ୍ଲାଟୁନ ପୁଲିସ ମୁତୟନ ହେବେ। ଅମାନିଆଙ୍କ ବିରୋଧରେ କାଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।”

ଭୁବନେଶ୍ୱରରେ ନାଇଟ୍‌ କର୍ଫ୍ୟୁ ଓ ୧୪୪ ଧାରା ନେଇ ଡିସିପି ଉମାଶଙ୍କର ଦାଶ କହିଛନ୍ତି-“ନାଇଟ କର୍ଫ୍ୟୁ ଓ ୧୪୪ ଧାରାକୁ କଡ଼ାକଡ଼ି ଭାବେ ଲାଗୁ ହେବ। କେବଳ ଅତ୍ୟାବଶ୍ୟକ ସେବା ଯୋଗାଉଥିବା କର୍ମଚାରୀଙ୍କୁ ଯା’ଆସ ପାଇଁ ଅନୁମତି ମିଳିବ। ଯଥା- ମେଡିକାଲ, ମିଡିଆ, ପେଟ୍ରୋଲ ପମ୍ପ କର୍ମଚାରୀଙ୍କୁ ଅନୁମତି ମିଳିବ। ସେମାନେ ସଂସ୍ଥା ପକ୍ଷରୁ ଦିଆଯାଇଥିବା ପରିଚୟପତ୍ର ଦେଖାଇ ଯାଇପାରିବେ।ରେଳ ଷ୍ଟେସନ ଓ ଏୟାରପୋର୍ଟ ଯାଉଥିବା ପବ୍ଲିକ ଟ୍ରାନ୍ସପୋର୍ଟକୁ ଅନୁମତି। ଜରୁରୀ ସ୍ଥିତିରେ ମେଡିକାଲ ଯିବାର ଥିଲେ ତତ୍‌ସମ୍ବନ୍ଧୀୟ କାଗଜପତ୍ର ଦେଖାଇବ।”

ଶ୍ରୀ ଦାଶ ଆହୁରି କହିଛନ୍ତି-“ଭୁବନେଶ୍ୱରରେ ୨୫ଟି ସ୍ଥାନରେ ବ୍ଲକିଂ ପଏଣ୍ଟ କରାଯାଇଛି। ଏହା ବ୍ୟତୀତ ପିସିଆର୍‌ ଗାଡ଼ି, ପାଟ୍ରୋଲିଂ ଗାଡ଼ି ଓ କର୍ଫ୍ୟୁ ଏନ୍‌ଫୋସ୍‌ମେଣ୍ଟ ଗାଡ଼ି ମୁତୟନ କରାଯାଇଛି। ନାଇଟ୍‌ କର୍ଫ୍ୟୁ ସମୟରେ ସବୁ ସିନିୟର ଅଫିସରଙ୍କୁ ନିଯୁକ୍ତି ଦିଆଯାଇଛି। ଭୁବନେଶ୍ୱରରକୁ ୩ଟି ଜୋନରେ ବିଭକ୍ତ କରାଯାଇ ୩ ଜଣ ଡିଏସ୍‌ପି ପାହ୍ୟା ଅଫିସରଙ୍କୁ ଦାୟିତ୍ୱ ଦିଆଯାଇଛି।”

ବ୍ୟବସାୟ ପ୍ରତିଷ୍ଠାନଗୁଡ଼ିକୁ ଅନୁରୋଧ କରି ଡିସିପି କହିଛନ୍ତି-“ସୁରକ୍ଷା ଦୃଷ୍ଟିରୁ ରାତି ୮ଟାରେ ସମସ୍ତ ଦୋକାନ ବଜାର ବନ୍ଦ କରିବା ଆରମ୍ଭ କରନ୍ତୁ। ଯାହାଫଳରେ ରାତି ୯ଟା ସୁଦ୍ଧା ସମସ୍ତେ ନିଜେ ଘରେ ସୁରକ୍ଷିତ ଭାବେ ପହଞ୍ଚି ପାରିବେ। ଏହା ପରେ ନାଇଟ୍‌ କର୍ଫ୍ୟୁକୁ କଡ଼ାକଡ଼ି ଭାବେ ପାଳନ କରାଯାଇପାରିବ।”

ରାଜ୍ୟରେ କଢ଼ୁଥିବା କରୋନା ଆକ୍ରାନ୍ତକୁ ଦେଖି ପଶ୍ଚିମ ଓଡ଼ିଶାର ୧୦ ଜିଲ୍ଲା ଓ ଅନ୍ୟ ୨୦ ଜିଲ୍ଲାରେ କେବଳ ସହରାଞ୍ଚଳରେ ନାଇଟ୍‌ କର୍ଫ୍ୟୁ ଜାରି କରାଯାଇଛି। ପୂର୍ବରୁ ପଶ୍ଚିମ ଓଡ଼ିଶାରେ ନାଇଟ୍‌ କର୍ଫ୍ୟୁ ଜାରି ହୋଇଥିବା ବେଳେ ଆଜିଠାରୁ ଅନ୍ୟ ୨୦ ଜିଲ୍ଲାର ସହରାଞ୍ଚଳରେ ନାଇଟ୍‌ କର୍ଫ୍ୟୁ ଜାରି ହେଉଛି। ତେବେ ରାଜଧାନୀ ଭୁବନେଶ୍ୱର ଓ କଟକର ଅମାନିଆଙ୍କୁ ସାବାଡ଼ କରିବା ପାଇଁ ପୁଲିସ କମିଶନର କର୍ଫ୍ୟୁ ସମେତ ୧୪୪ ଧାରା ଜାରି କରିଛନ୍ତି।

The post ଆଜିଠୁ କଟକ ଓ ଭୁବନେଶ୍ୱର ନାଇଟ୍‌ କର୍ଫ୍ୟୁ, ଲାଗିବ ୧୪୪ ଧାରା appeared first on Odisha Reporter.



from Odisha Reporter https://ift.tt/3sl5cje

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages