ଶ୍ରୀନଗର: ପାକିସ୍ତାନର ଜଣେ ବ୍ୟକ୍ତି ସୀମା ଅତିକ୍ରମ କରି ଭାରତରେ ପ୍ରବେଶ କରି ଆସିଥିଲେ। ଏପ୍ରିଲ ୧୧ ତାରିଖରେ ପ୍ରବେଶ କରି ଆସିଥିଲେ ପାକିସ୍ତାନର ଗୁଲାମ କାଦିର। ଭାରତୀୟ ସେନା ହାତରେ କାଦିର ଧରାପଡ଼ିବା ପରେ ବିଭିନ୍ନ ପ୍ରକାର ଜେରା ହୋଇଥିଲା। ଆଉ ଶେଷରେ ଭାରତୀୟ ସେନା ଜାଣିବାକୁ ପାଇଥିଲେ ଏହି ବ୍ୟକ୍ତି ଜଣଙ୍କର କୌଣସି ମନ୍ଦ ଉଦ୍ଦେଶ୍ୟ ନଥିଲା। ସେ ଭୁଲରେ ସୀମା ଅତିକ୍ରମ କରି ଭାରତରେ ପଶିଆସିଥିଲେ। ସେ ପେଶାରେ ଜଣେ ଚା ବିକାଳି।
ଏବେ ଗୁଲାମ କାଦିରଙ୍କୁ ଭାରତୀୟ ସେନା ପୁଣି ଥରେ ପିଓକେକୁ ପଠାଇ ଦେଇଛନ୍ତି। ପିଓକେର କଶ୍ମୀର ଗାଁର ଘିୟାଲ ବାସିନ୍ଦା ଗୁଲାମ କାଦିର ବୋଲି ଭାରତୀୟ ସେନା ପକ୍ଷରୁ କୁହାଯାଇଛି। ଏପ୍ରିଲ ୧୧ ତାରିଖ ଦିନ ଏହି ବ୍ୟକ୍ତି ଭାରତ ସୀମାରେ ଭୁଲରେ ପ୍ରବେଶ କରି ଆସିଥିଲେ ବୋଲି ଜଣାପଡ଼ିଛି। ଗୁରୁବାର ଭାରତୀୟ ସେନା ସକାଳ ୧୧ଟା ୫୫ ମିନିଟରେ ଗୁଲାମ କାଦିରଙ୍କୁ ମାନବିକତା ଆଧାରରେ ପାକିସ୍ତାନ ସେନା ଅଧିକାରୀଙ୍କୁ ହସ୍ତାନ୍ତର କରିଛି।
ତେବେ ଏହା ପ୍ରଥମ ଘଟଣା ନୁହେଁ। ପୂର୍ବରୁ ଡିସେମ୍ୱର ୨୦୨୦ରେ ଦୁଇ ନାବାଳିକା ଭାରତ ସୀମାରେ ଅଜାଣତରେ ପ୍ରବେଶ କରିଆସିଥିଲେ। ଏହାପରେ ଜମ୍ମୁ କଶ୍ମୀରର ପୁଞ୍ଚ ଜିଲ୍ଲାର କ୍ରସିଂ ପଏଣ୍ଟ ଦେଇ ପାକିସ୍ତାନକୁ ପଠାଯାଇଥିଲା। ଦୁଇ ନାବାଳିକା ହେଲେ ଲାଇବା (୧୭) ଏବଂ ଜବୈର (୧୩)।
The post ଭାରତରେ ପଶି ଆସିଥିଲେ ପାକିସ୍ତାନର ଚା ବିକାଳି appeared first on Odisha Reporter.
from Odisha Reporter https://ift.tt/3dmEDGf
No comments:
Post a Comment