ଚଣ୍ଡିଗଡ଼: କୋଭିଡର ଦ୍ୱିତୀୟ ଲହର ଏବେ ସାରା ଦେଶ ପାଇଁ ଚିନ୍ତାର କାରଣ ପାଲଟିଛି। କେଉଁ କାରଣ ପାଇଁ କୋଭିଡ୍ ପୂର୍ବ ବର୍ଷ ତୁଳନାରେ ଅଧିକ ବ୍ୟାପୁଛି ସେ ନେଇ ସରକାରୀ ଭାବରେ କୌଣସି ଉତ୍ତର ମିଳି ପାରିନାହିଁ। ହେଲେ ୟୁକେ ଭେରିଆଣ୍ଟ ବା ପ୍ରକରଣ ପାଇଁ କୋଭିଡ୍ ଅଧିକ ବ୍ୟାପୁଛି ବୋଲି କୁହାଯାଉଛି।
ଏହାରି ଭିତରେ ଚଣ୍ଡିଗଡ଼ର ପୋଷ୍ଟ ଗ୍ରାଜୁଏଟ୍ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ (PGIMER) ଅଧୀନରେ ଥିବା ନ୍ୟାସନାଲ ସେଣ୍ଟର ଫର୍ ଡିଜିଜ କଣ୍ଟ୍ରୋଲରେ ୬୦ଟି ନମୁନା ପରୀକ୍ଷା ହୋଇଛି। ସେଥିମଧ୍ୟରୁ ୭୦% ନମୁନା ୟୁକେ ପ୍ରକରଣ ବୋଲି ଜଣାପଡ଼ିଥିବା ବେଳେ ୨୦% ନମୁନା ୬୮୧ଏଚ ମ୍ୟୁଟାଣ୍ଟ ବୋଲି ଜଣାପଡ଼ିଛି। ଚଣ୍ଡିଗଡ଼ PGIMER ଏହି ରିପୋର୍ଟ ସମସ୍ତଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି। ୟୁକେ ପ୍ରକରଣ ଏକ ପ୍ରକାର ଅତ୍ୟଧିକ ସଂକ୍ରାମକ ବୋଲି ଜଣାପଡ଼ିଛି। ଯାହାକି ପୂର୍ବ ତୁଳନାରେ ଅଧିକ ମାରାତ୍ମକ।
ଭାରତରେ କରୋନାର ତାଣ୍ଡବ; ‘ଡବଲ ମ୍ୟୁଟାଣ୍ଟ’ କ’ଣ ଓ ଏହାର ଲକ୍ଷଣ ଜାଣନ୍ତୁ
PGIMERର ନିର୍ଦ୍ଦେଶକ ଜଗତ୍ ରାମ କହିଛନ୍ତି, ୭୦ ପ୍ରତିଶତ ନମୁନାରେ କୋଭିଡ୍-୧୯ର ୟୁକେ ଭେରିଆଣ୍ଟ ଏବଂ ୨୦ ପ୍ରତିଶତ ନମୁନାରେ ୬୮୧ଏଚ୍ ମ୍ୟୁଟାଣ୍ଟ ରହିଛି। ଯେହେତୁ ୟୁକେ ଭେରିଆଣ୍ଟ ଦ୍ରୁତ ଗତିରେ ବ୍ୟାପୁଛି ତେଣୁ ଲୋକମାନେ ସାମାଜିକ ଦୂରତା ନିୟମ କଡ଼ାକଡ଼ି ଭାବରେ ପାଳନ କରିବା ଦରକାର। ସମସ୍ତେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ। ଯଦି ଲୋକମାନେ ଏହାକୁ ଗୁରୁତ୍ୱ ନଦେବେ ତାହେଲେ ଗୋଷ୍ଠୀ ସଂକ୍ରମଣ ହେବା ସୁନିଶ୍ଚିତ। ଯାହାକି କ୍ରମଶଃ କୋଭିଡର ହଟସ୍ପଟ ହେବ। ତେଣୁ ଲୋକମାନେ ଟିକାକରଣରେ ମଧ୍ୟ ସାମିଲ୍ ହୋଇ ନିଜକୁ ଆପତଃତ ସୁରକ୍ଷିତ ରଖିବା ଆବଶ୍ୟକ ବୋଲି ସେ କହିଛନ୍ତି।
ଗୁରୁବାର ଆସିଥିବା ରିପୋର୍ଟ ଅନୁଯାୟୀ ରାଜ୍ୟରେ ୨ ଲକ୍ଷ ୭୩୯ ଜଣ କରୋନାରେ ସଂକ୍ରମିତ ହୋଇଛନ୍ତି। ୧୦୩୭ ଜଣ ମୃତ୍ୟୁ ବରଣ କରିଛନ୍ତି। ହେଲେ ୧୦ ଦିନ ପୂର୍ବରୁ ଦେଶରେ ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ଥିଲା ୧ ଲକ୍ଷ। ଅର୍ଥାତ୍ ୧୦ ଦିନରେ ସଂକ୍ରମିତଙ୍କ ସଂଖ୍ୟା ଡବଲ ହୋଇଛି। ଏହାପୂର୍ବରୁ କରୋନାରେ ସର୍ବାଧିକ ପ୍ରଭାବିତ ହୋଇଥିବା ଆମେରିକାରେ କୋଭିଡ ସଂକ୍ରମିତ ୧ ଲକ୍ଷରୁ ୨ ଲକ୍ଷ ହେବା ପାଇଁ ୨୧ ଦିନ ସମୟ ଲାଗିଥିଲା। worldometers.infoର ରିପୋର୍ଟ ଅନୁଯାୟୀ ଗତବର୍ଷ ଅକ୍ଟୋବର ୩୦ରେ ଆମେରିକାରେ ଗୋଟିଏ ଦିନରେ ୧ ଲକ୍ଷ କରୋନା ସଂକ୍ରମିତ ଚିହ୍ନଟ ହୋଇଥିଲେ। ଆଉ ୨୦ ନଭେମ୍ୱରରେ ୨ ଲକ୍ଷରୁ ଅଧିକ କରୋନାରେ ସଂକ୍ରମିତ ହୋଇଥିଲେ। ଏହାପରେ ଚଳିତ ବର୍ଷ ଜାନୁଆରୀ ୮ରେ ଗୋଟିଏ ଦିନରେ ୩ ଲକ୍ଷ ୩୫ ହଜାର ସଂକ୍ରମିତ ହୋଇଥିଲେ। ଯଦି ଆମେରିକାର ସ୍ଥିତିକୁ ଆକଳନ କରାଯିବ ତାହେଲେ ଆଗାମୀ ଦିନରେ ଭାରତରେ ମଧ୍ୟ ଆମେରିକା ଭଳି ସ୍ଥିତି ଉତ୍ପନ୍ନ ହେବ ବୋଲି ଆଶଙ୍କା ରହିଛି।
The post ମୋଟ୍ ନମୁନାରୁ ୬୦ ପ୍ରତିଶତ ୟୁକେ ପ୍ରକରଣ, ବଢ଼ିଲା ଚିନ୍ତା appeared first on Odisha Reporter.
from Odisha Reporter https://ift.tt/2Q0mrt8
No comments:
Post a Comment