ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିବାହର ୪ ମାସ ପୂର୍ବରୁ ମୋ ସହ କଥା ହେଲା। ହେଲେ ଚତୁର୍ଥୀ ରାତିରେ କହିଲା, “ମୋଠୁ ଦୂରେଇ ରୁହ, ଆଇ ନିଡ ସ୍ପେଶ। ସ୍ତ୍ରୀକୁ ସମ୍ଭାଳିବାର ଔକାତ ନାହିଁ, ତ ବାହା କ’ଣ ପାଇଁ ହେଲା।” ପାରିବାରିକ ବିବାଦକୁ ନେଇ ମହିଳା କମିଶନରେ ଦ୍ୱାରସ୍ତ ହୋଇଥିବା ମହିଳାଜଣକ ଗତକାଲି ଚିତ୍କାର କରି ସ୍ୱାମୀଙ୍କ ବିରୋଧରେ ଆଣିଥିଲେ ଏପରି ସଙ୍ଗୀନ ଅଭିଯୋଗ।
୪ ବର୍ଷର ବୈବାହିକ ଜୀବନ ଲଭ ଷ୍ଟୋରି ଅପେକ୍ଷା ହେଟ ଷ୍ଟୋରିରେ ଭରପୂର ରହିଛି । ପରସ୍ପରର ଛାଇ ଦେଖିଲେ ଡେଉଁଥିବା ଉଚ୍ଚ ଶିକ୍ଷିତ ପତିପତ୍ନୀ କମିଶନଙ୍କ ପାଖରେ ମାମଲାର ଶୁଣାଣି ଥିବାବେଳେ ସ୍ଥାନ, କାଳ, ପାତ୍ର ଭୁଲି ପିଟାପିଟି ହୋଇଗଲେ। ସ୍ଥିତି ଅଣାୟତ୍ତ ହେବାରୁ ପୁଲିସ୍କୁ ଡକାଇ ମିମାଂସା କରାଯାଇଥିବା ଜଣାଯାଇଛି। ସ୍ୱାମୀ ପଚାରୁ ନ ଥିବା ବେଳେ ନିର୍ଯାତନାର ଶିକାର ହେଉଥିବା ସ୍ତ୍ରୀ ଅଭିଯୋଗ କରୁଥିବା ବେଳେ ସ୍ୱାମୀ ମଧ୍ୟ ଆଣିଛନ୍ତି ମାରପିଟ ଅଭିଯୋଗ।
ସୂଚନା ଅନୁଯାୟୀ, ୨୦୧୬ ମସିହାରେ ସୁରେଶ ବଳଙ୍କ ସହ ଶ୍ରଦ୍ଧାଞ୍ଜଳି ବଳଙ୍କର ବିବାହ ହୋଇଥିଲା । ସ୍ୱାମୀ ୱିପ୍ରୋରେ ଚାକିରି କରିଥିଲେ। ବିବାହର ୪ ମାସ ପୂର୍ବରୁ ଉଭୟ ବେଶ୍ ଭଲ କଥା ହେଉଥିଲେ। ହେଲେ ଚତୁର୍ଥୀ ଦିନ ସୁରେଶ ତାଙ୍କଠୁ ଦୂରେଇ ଯିବା ସହ ସ୍ପେଶ ଦରକାର ବୋଲି କହିଥିବା ଅଭିଯୋଗ କରିଛନ୍ତି ଶ୍ରଦ୍ଧାଞ୍ଜଳି ।
ଶ୍ରଦ୍ଧାଞ୍ଜଳିଙ୍କ ଅଭିଯୋଗ ଅନୁଯାୟୀ, ସୁରେଶ କେବଳ ବାପାମା’ଙ୍କ ଖୁସି ପାଇଁ ତାଙ୍କୁ ବାହା ହୋଇଥିଲା କହିଥିଲେ। ବିବାହର ୧୦ ଦିନ ପରେ ସେ ପୁନେ ପଳାଇଥିବା ବେଳେ ଶ୍ରଦ୍ଧାଞ୍ଜଳି ଶାଶୁ ଘରେ ରହିଥିଲେ। ସେଠାରେ ମଧ୍ୟ ତାଙ୍କୁ ନିର୍ଯାତନାର ଶିକାର ହେବାକୁ ପଡ଼ିଲା। ଶାଶୁ ଘର ଲୋକ ଭିଣୋଇଙ୍କ ଘରେ ଭଡ଼ାରେ ରହୁଥିବାରୁ ଭିଣୋଇ ତାଙ୍କୁ ଖରାପ ବ୍ୟବହାର କରିବା ସହ ଅଶାଳୀନ ମେସେଜ କରୁଥିବା କହିଛନ୍ତି ଶ୍ରଦ୍ଧାଞ୍ଜଳି। ଏନେଇ ସୁରେଶଙ୍କୁ ଜଣାଇବାରୁ ସେ କଥାକୁ ଗୁରୁତ୍ୱ ଦେଉ ନ ଥିବା ସେ କହିଛନ୍ତି।
ଏନେଇ ମହିଳା କମିଶନରେ ଅଭିଯୋଗ ପରେ ସହମତିରେ ଅଲଗା ହେବାକୁ ଉଭୟ ପକ୍ଷ ନିଷ୍ପତ୍ତି ହୋଇଥିଲା । ହେଲେ ଏଥିପାଇଁ କ୍ଷତିପୂରଣ ବାବଦରେ ୧୦ ଲକ୍ଷ ଟଙ୍କା ଦେବାକୁ ନିଷ୍ପତ୍ତି ହୋଇଥିଲେ ମଧ୍ୟ ସ୍ୱାମୀ ସୁରେଶ ଦିନ ଗଡାଇବା ସହ ଟଙ୍କା ଦେବାକୁ ସିଧାସଳଖ ମନା କରିଦେଇଛନ୍ତି ।
ଗତକାଲି ଉଭୟ ମହିଳା କମିଶନଙ୍କ ନିକଟରୁ ଯାଇଥିବା ବେଳେ ସେଠାରେ ମଧ୍ୟ ଉଭୟଙ୍କ ମଧ୍ୟରେ ମାରପିଟ ହୋଇଗଲା। ଶ୍ରଦ୍ଧାଞ୍ଜଳି କହିଲେ, “ସେ ମୋତେ ଦି ଥର ମାରିଲା। ଗୋଟିଏ ମାରିଛି । ବାହାରିଲେ ଆଉ ଗୋଟେ ମାରିବି।”
ଏଥିସହ ଶ୍ରଦ୍ଧାଞ୍ଜଳି ଅଭିଯୋଗ କରିଛନ୍ତି, ମୁଁ ଭୁବନେଶ୍ୱରରେ ଏକୁଟିଆ ମୋ ଝିଅ ସହ ରହୁଥିବା ବେଳେ ବିଭିନ୍ନ ସମୟରେ ଭୁବନେଶ୍ୱର ଆସୁଥିବା ସ୍ୱାମୀ ବିଳମ୍ବିତ ରାତିରେ ଫୋନ୍ କରି ହୋଟେଲକୁ ଡାକୁଛନ୍ତି। ନ ଗଲେ ଧମକାଇବା ସହ ଅଶାନ୍ତି ସୃଷ୍ଟି କରୁଛନ୍ତି।”
ଅପରପକ୍ଷେ ସୁରେଶ ମଧ୍ୟ ପତ୍ନୀଙ୍କ ବିରୋଧରେ ମାରପିଟର ଅଭିଯୋଗ ଆଣିଛନ୍ତି। ଥରେ ନୁହେଁ ବାରମ୍ବାର ପିଟାପିଟି କରୁଛି ସ୍ତ୍ରୀ। ନ୍ୟାୟ ଚାହୁଁଛି ଆଉ କିଛି ନୁହେଁ ବୋଲି ସେ ଗଣମାଧ୍ୟମ ସମ୍ମୁଖରେ କହିଛନ୍ତି।
The post ୪ ମାସ ପୂର୍ବରୁ କଥା ହେଲା, ଚତୁର୍ଥୀରେ କହିଲା ‘ମୋ’ଠୁ ଦୂରେଇ ରୁହ’ appeared first on Odisha Reporter.
from Odisha Reporter https://ift.tt/2OX8USy
No comments:
Post a Comment