ରାୟପୁର: ମୋଷ୍ଟ ଓ୍ୱାଣ୍ଟେଡ ମାଓବାଦୀ କମାଣ୍ଡର କୋଶା ହାଁସଦା ନିହତ। ମଙ୍ଗଳବାର ଦାନ୍ତେଓ୍ୱାଡା ଜଙ୍ଗଲରେ ସୁରକ୍ଷାକର୍ମୀଙ୍କ ସହ ଗୁଳିବିନିମିୟ ବେଳେ ଏନକାଉଣ୍ଟରରେ କୋଶା ହାଁସଦା ମୃତ୍ୟୁ ବରଣ କରିଛି। କୋଶା ବାବଦରେ ସୂଚନା ଦେଲେ ୫ ଲକ୍ଷ ଟଙ୍କା ଆର୍ଥିକ ପୁରସ୍କାର ମିଳିବ ବୋଲି ପ୍ରଶାସନ ଘୋଷଣା କରିଥିଲା।
କୋଶା ହାଁସନ୍ଦା ନାଁରେ ୧୫ଟି ମାମଲା ରହିଥିଲା ବୋଲି ଦାନ୍ତେଓ୍ୱାଡା ଏସପି ଅଭିଷେକ ପଲ୍ଲଭ ସୂଚନା ଦେଇଛନ୍ତି। ମଙ୍ଗଳବାର ସକାଳ ୬ଟାରେ ଏହି ଗୁଳିବିନିମୟ ଦାନ୍ତେଓ୍ୱାଡା ଜିଲ୍ଲା ସ୍ଥିତ ନିଲଓ୍ୱୟ ଜଙ୍ଗଲରେ ହୋଇଥିଲା। ମୃତ ଶରୀର ଜବତ ବେଳେ କୋଶା ପାଖରୁ ୩ କିଲୋଗ୍ରାମର ବିସ୍ଫୋରକ ସାମଗ୍ରୀ ଆଇଆଇଡି, ଗୋଟିଏ ୯ ମିମି ପିସ୍ତଲ ଏବଂ ଗୋଟିଏ ବନ୍ଧୁକ ଜବତ ହୋଇଛି।
ଏନକାଉଣ୍ଟରର ତିନି ଘଣ୍ଟା ପରେ କୋଶାର ମୃତ ଶରୀର ସୁରକ୍ଷା କର୍ମୀ ପାଇଥିବା ସୂଚନା ରହିଛି। କୋଶାର ଘର ଛତିଶଗଡ଼ ବସ୍ତର ଜିଲ୍ଲାର। ଦୀର୍ଘ ୧୫ ବର୍ଷ ଧରି ମାଓ କାର୍ଯ୍ୟକଳାପରେ କୋଶା ସକ୍ରିୟ ରହିଥିଲା। ସେ ମାଲନିଗିରି ଅଞ୍ଚଳର ନେତୃତ୍ୱ ନେଉଥିଲା ବୋଲି ଏସପି ସୂଚନା ଦେଇଛନ୍ତି।
ସୂଚନାଯୋଗ୍ୟ, ଚଳିତ ମାସ ଆରମ୍ଭରେ ମାଓବାଦୀ ମାନେ ସୁରକ୍ଷାକର୍ମୀଙ୍କ ଉପରେ ଆକ୍ରମଣ କକିଥିଲେ। ଏଥିରେ ୨୨ ଜଣ ଯବାନ ସହିଦ ହୋଇଥିବାବେଳେ ରାକେଶ୍ୱର ସିଂହଙ୍କ ନାମକ ଯବାନଙ୍କୁ ଅଟକ ରଖିଥିଲେ। ପରେ ୧୦୦ ଘଣ୍ଟା ଅଟକ ରଖିବା ଏପ୍ରିଲ ୮ରେ ମାଓବାଦୀ କୋବ୍ରା କମାଣ୍ଡୋ ରାକେଶ୍ୱର ସିଂହ ମାନହାସଙ୍କୁ ମୁକ୍ତ କରିଥିଲେ।
The post ଏନକାଉଣ୍ଟରରେ ମୋଷ୍ଟ ଓ୍ୱାଣ୍ଟେଡ ମାଓବାଦୀ ନିପାତ appeared first on Odisha Reporter.
from Odisha Reporter https://ift.tt/3elehDK
No comments:
Post a Comment