ଭୁବନେଶ୍ୱର (ଓଡ଼ିଶା ରିପଆର୍ଟର): ଆଜି ଚୈତ୍ର ମାସ ଶୁକ୍ଲ ନବମୀ। ଆଜିର ଦିନକୁ ସବୁଠି ରାମ ନବମୀ ଭାବେ ପାଳନ କରାଯାଏ। ଏହି ଦିନରେ ପ୍ରଭୁ ଶ୍ରୀରାମ ଜନ୍ମ ଗ୍ରହଣ କରିଥିଲେ। ତେଣୁ ଏହି ଦିନଟିକୁ ରାମଚନ୍ଦ୍ରଙ୍କ ଜନ୍ମୋତ୍ସବ ଭାବେ ପାଳନ କରାଯାଏ।
ରାମ ନବମୀ ଉପଲକ୍ଷେ ୯ ଦିନ ବ୍ୟାପୀ ଭଜନ କୀର୍ତ୍ତନ, ଅଖଣ୍ଡ ପାଠ କରାଯାଏ । ବିଶେଷ ଭାବେ ରାମଚରିତ ମାନସ ପାଠ କରାଯାଏ। ହେଲେ କରୋନା ପାଇଁ ଏଥର ଫିକା ଫିକା ପଡିବ ରାମ ନବମୀ। ଲୋକେ ଗୋଟିଏ ସ୍ଥାନରେ ଏକାଠି ହେବା ପାଇଁ ବାରଣ ହୋଇଥିବାରୁ ଯାହା କେବଳ ବିଧି ରକ୍ଷା ପାଇଁ ପୂଜାର୍ଚ୍ଚନା କରାଯିବ।
ସେପଟେ ଆଜି ପବିତ୍ର ରାମ ନବମୀ ଅବସରରେ ଶ୍ରଦ୍ଧାଳୁଙ୍କ ଘରେ ରହି ପୂଜାର୍ଚ୍ଚନ କରିବାକୁ ନିବେଦନ କରିଛନ୍ତି ଅଯୋଧ୍ୟା ହନୁମାନଗଡ଼ିର ମହନ୍ତ । କରୋନା ମହାମାରୀ ସଂକ୍ରମଣ ସ୍ଥିତିକୁ ଦେଖି ହନୁମାନଗଡ଼ି ପଞ୍ଚାୟତରେ ଏହି ନିଷ୍ପତ୍ତି ନିଆଯାଇଛି। ଏହି ସମୟରେ ହନୁମାନଗଡ଼ି ପରିସରରେ ସମସ୍ତ ରୀତିନୀତି ଅନୁସାରେ ଶ୍ରୀରାମଙ୍କ ପୂଜାର୍ଚ୍ଚନା ଅନୁଷ୍ଠିତ ହେବ। ତେବେ ପୂଜା ସମୟରେ ଶ୍ରଦ୍ଧାଳୁଙ୍କ ପ୍ରବେଶକୁ ବାରଣ କରାଯାଇଛି।
ସରକାର ଲାଗୁ କରିଥିବା କୋଭିଡ୍ କଟକଣାକୁ ମାନି ସମସ୍ତ ପୂଜାର୍ଚ୍ଚନା ଅନୁଷ୍ଠିତ ହେବ। ଏହି ସମୟରେ ବ୍ରତ ଓ ଉପବାସ କରୁଥିବା ଶ୍ରଦ୍ଧାଳୁ ଘରେ ରହି ପୂଜାର୍ଚ୍ଚନା କରିବାକୁ ନିବେଦନ କରିଛନ୍ତି ହନୁମାନଗଡ଼ି କର୍ତ୍ତୃପକ୍ଷ।
The post ଆଜି ରାମ ନବମୀ, ବିଧି ରକ୍ଷା ପାଇଁ କରାଯିବ ପୂଜାର୍ଚ୍ଚନା appeared first on Odisha Reporter.
from Odisha Reporter https://ift.tt/3nhaBqN
No comments:
Post a Comment