ଗୁଳି ବିନିମୟରେ ୨୨ ଯବାନ ସହିଦ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, April 4, 2021

ଗୁଳି ବିନିମୟରେ ୨୨ ଯବାନ ସହିଦ

ରାୟପୁର: ଶନିବାର ନକ୍ସଲ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳିବିନିମୟରେ ୨୨ ଜଣ ଯବାନ ସହିଦ ହୋଇଛନ୍ତି। ୨ ଜଣ ସହିଦ ଯବାନଙ୍କର ମୃତଦେହ ମିଳିଥିବା ବେଳେ ଘଟଣାସ୍ଥଳରେ ଆହୁରି ୨୦ ସହିଦ ଯବାନଙ୍କ ମୃତଦେହ ପଡି ରହିଥିବା ସୂଚନା ମିଳିଛି । ତେବେ ଏହି ଯବାନଙ୍କ ପ୍ରତି ଆକ୍ରମଣରେ ୧୫ରୁ ଅଧିକ ନକ୍ସଲ ନିପାତ ହୋଇଛନ୍ତି । ଏନେଇ ଛତିଶଗଡ଼ ବିଜାପୁର ଏସ୍‌ପି ସୂଚନା ଦେଇଛନ୍ତି।

ଗତକାଲି ଛତିଶଗଡ ସୁକମା ଜିଲ୍ଲା ବିଜାପୁରର ତୋରମ ଥାନା ଜୋନାଗୁଡା ଜଙ୍ଗଲ ରେନକ୍ସଲ ଓ ସୁରକ୍ଷାକର୍ମୀ ମୁହାଁମୁହିଁ ହୋଇଥିଲେ। ଏହି ଘଟଣାରେ ୨୨ ଜଣ ଯବାନ ସହିଦ ହୋଇଥିବା ସୂଚନା ମିଳିଥିବା ବେଳେ ୩୦ଜଣ ଯବାନ ଆହତ ହୋଇଛନ୍ତି। ସେମାନଙ୍କୁ  ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସେଥୁରୁ ୨୩ଜଣଙ୍କୁ ବିଜାପୁର ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ସେଠି ୩ଜଣ ଆଖି ବୁଜିଛନ୍ତି। ୭ ଗୁରୁତର ଯବାନଙ୍କୁ ରାୟପୁର ସ୍ଥାନାନ୍ତର କରାଯାଇଛି, ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି।

ଗତକାଲିର ନକ୍ସଲଙ୍କ ଆମ୍ବୁସ ପରଠାରୁ କିଛି ଯବାନ ନିଖୋଜ ରହିଛନ୍ତି । ସେମାନଙ୍କୁ ଠାବ କରିବାକୁ ବିଜାପୁରରେ ବଡ ଧରଣର ସର୍ଚ୍ଚ ଅପରେସନ୍ ଆରମ୍ଭ ହୋଇଛି ।

ସେଠାକାର ଜଣେ ପୁଲିସ ଅଧିକାରୀଙ୍କ କହିବା ମୁତାବକ, ଶନିବାର ୩ ଘଣ୍ଟା ଧରି ନକ୍ସଲ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳିବିନିମୟ ଚାଲିଥିଲା।ଜଙ୍ଗଲରେ ସୁରକ୍ଷାବାହିନୀର ଯବାନମାନେ ସର୍ଚ୍ଚ ଅପରେସନରେ ବାହାରିଥିଲେ । ସେହି ସମୟରେ ନକ୍ସଲମାନେ ମୋଟର ଲଂଚର ଓ ଅତ୍ୟାଧୁନିକ ଅସ୍ତ୍ର ମାଧ୍ୟମରେ ଆକ୍ରମଣ କରିଥିଲେ । ଏଥିରେ ୯ ଜଣ ନକ୍ସଲ ନିହତ ହୋଇଥିଲେ। ଜଣେ ମହିଳା ନକ୍ସଲଙ୍କ ମୃତଦେହ ଜବତ ହୋଇଛି।

ସୂଚନା ମୁତାବକ,  ଛତିଶଗଡରେ ନକ୍ସଲ ବିରୋଧି ଅଭିଯାନ ପାଇଁ ଗତକାଲି ବିଜାପୁର ଏବଂ ସୁକମା ଜିଲ୍ଲାର କେନ୍ଦିୀୟ ପୁଲିସ ବଳ, କୋବ୍ରା ବାଟାଲିଆନ, ଡ଼ିଆରଜି ଏବଂ ଏସଟିଏଫର ମିଳିତ ଟିମ୍ ଚଢଉ କରିଥିଲେ । ଏହି ସମୟରେ ନକ୍ସଲ ଏବଂ ସୁରକ୍ଷାକର୍ମୀଙ୍କ ମଧ୍ୟରେ ମୁହାଁମୁହିଁ ପରସ୍ଥିତି ସୃଷ୍ଟି ହେବା ସହ ଗୁଳି ବିନିମୟ ହୋଇଥିଲା ।

ସେପଟେ ଗୁଳିବିନିମୟରେ ଯବାନ୍ ସହିଦ ହେବା ଘଟଣାରେ ଶୋକ ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଗୃହମନ୍ତ୍ରୀ ଅମିତ ଶାହା ।  ଟୁଇଟ କରି ମୋଦି କହିଛନ୍ତି, ତାଙ୍କାର ବଳିଦାନକୁ କେବେ ଭୁଲିହେବ ନାହିଁ । ଛତିଶଗଡ଼ରେ ମାଓବାଦୀଙ୍କ ସହ ଲଢ଼େଇ କରି ସହିଦ ହୋଇଥିବା ଯବାନଙ୍କ ପ୍ରତି ମୋର ସମବେଦନା ରହିଛି। ଏଥିସହ ଗୁରୁତର ଯବାନମାନେ ଶୀଘ୍ର ଆରୋଗ୍ୟ କାମନା କରିଛନ୍ତି ମୋଦି। ସେମପଟେ ଅମିତ ଶାହା କହିଛନ୍ତି ଯବାନଙ୍କ ବଳିଦାନକୁ ଦେଶ କେବେବି ଭୁଲିବ ନାହିଁ।

The post ଗୁଳି ବିନିମୟରେ ୨୨ ଯବାନ ସହିଦ appeared first on Odisha Reporter.



from Odisha Reporter https://ift.tt/3fESqJN

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages