ପରିବାରର ଗୁମର ଖୋଲିଲେ କ୍ୟାଟ୍ରିନାଙ୍କ ଭଉଣୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, April 4, 2021

ପରିବାରର ଗୁମର ଖୋଲିଲେ କ୍ୟାଟ୍ରିନାଙ୍କ ଭଉଣୀ

ମୁମ୍ବାଇ: ବଲିଉଡ ଇଣ୍ଡଷ୍ଟ୍ରିର ବାର୍ବି ଡଲ୍‌ ରୂପେ ପରିଚିତ ଅଭିନେତ୍ରୀ କ୍ୟାଟ୍ରିନା କୈଫ। ତାଙ୍କ ଲୁକ୍‌ ଏବଂ ଜବରଦସ୍ତ ଅଭିନୟ ପ୍ରଶଂସକଙ୍କୁ ପାଗଳ କରିଦିଏ। ତାଙ୍କ ପ୍ରଶଂସକମାନେ ତାଙ୍କୁ ସଲମାନଙ୍କ ସହ ବଡ ପରଦାରେ ଦେଖିବା ପାଇଁ ଖୁବ୍‌ ପସନ୍ଦ କରନ୍ତି। ତେବେ ନିକଟରେ ବଲିଉଡରେ ଡେବ୍ୟୁ କରିଥିବା ତାଙ୍କ ଉଭଣୀ ଇଜାବେଲ କୈଫ ତାଙ୍କ ପରିବାରର ଗୁମର ଖୋଲିଛନ୍ତି।

ଏକ ସାକ୍ଷାତକାର୍‌ରେ ଇଜାବେଲ ତାଙ୍କ ବଲିଉଡ ଯାତ୍ରା ବିଷୟରେ ବଖାଣିଛନ୍ତି। ଏଥିସହ ପରିବାରର ଏକ ସିକ୍ରେଟକୁ ମଧ୍ୟ ଶେଆର କରିଛନ୍ତି। ସେ କହିଛନ୍ତି, ତାଙ୍କ ବାପା-ମା’ ସେ ଅଭିନୟ କରନ୍ତୁ ବୋଲି ଚାହୁଁନଥିଲେ।  ସେ ଫିଲ୍ମରେ କାମ କରିବା ନେଇ ମଧ୍ୟ ତାଙ୍କ ବାପା-ମା ରାଜି ନଥିଲେ। ଇଜାବେଲ ପାଠ ପଢ଼ାରେ ଡିଗ୍ରୀ ହାସଲ କରିବା ପରେ ଭଲ ଚାକିରୀ କରନ୍ତୁ ବୋଲି ତାଙ୍କ ବାପା ମା’ ଇଚ୍ଛା ପ୍ରକାଶ କରିଥିଲେ।

ଇଜାବେଲ ଯେତେବେଳେ ଫିଲ୍ମରେ କାମ କରିବା ନେଇ ତାଙ୍କ ମା’ଙ୍କୁ କହିଥିଲେ ସେତେବେଳେ ସେ ଚକିତ ହୋଇଯାଇଥିଲେ, ଏଥିସହ ତାଙ୍କ ଉପରେ ରାଗି ଯାଇଥିଲେ। ଏହାପରେ ଭଉଣୀ କ୍ୟାଟ୍ରିନା ତାଙ୍କ ମା’ଙ୍କୁ ଇଜାବେଲ ଫିଲ୍ମରେ ଅଭିନୟ କରିବାକୁ ନେଇ ରାଜି କରାଇଥିଲେ।

ଟାଇମ୍ସ ଅଫ୍‌ ଇଣ୍ଡିଆକୁ ଦେଇଥିବା ସାକ୍ଷାତକାର୍‌ରେ ଇଜାବେଲ କହିଛନ୍ତି, ତାଙ୍କର ହିନ୍ଦୀ ଭଲ ନାହିଁ। ସେ ଏବେ ହିନ୍ଦୀ ଭାଷା ଶିଖୁଛନ୍ତି। ଖୁବଶୀଘ୍ର ସେ ତାଙ୍କ ଟାର୍ଗେଟ ପୂରଣ କରିପାରିବି ସେ ବୋଲି କହିଛନ୍ତି।

ସୂଚନାଯୋଗ୍ୟ ଯେ, ନିକଟରେ `ଟାଇମ୍‌ ଟୁ ଡ୍ୟାନ୍ସ’ ଫିଲ୍ମ ଜରିଆରେ ଇଜାବେଲ କୈଫ ବଲିଉଡରେ ଡେବ୍ୟୁ କରିଛନ୍ତି। ଏଥିରେ ତାଙ୍କ ଅପୋଜିଟ୍‌ରେ ସୁରଜ ପାଞ୍ଚୋଲି ଅଛନ୍ତି।

The post ପରିବାରର ଗୁମର ଖୋଲିଲେ କ୍ୟାଟ୍ରିନାଙ୍କ ଭଉଣୀ appeared first on Odisha Reporter.



from Odisha Reporter https://ift.tt/3cSIcDT

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages