ମନ୍ତ୍ରୀ କହିଲେ-କରୋନା ଚାଲିଗଲାଣି, ମାସ୍କ ପିନ୍ଧିବା ଦରକାର ନାହିଁ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, April 3, 2021

ମନ୍ତ୍ରୀ କହିଲେ-କରୋନା ଚାଲିଗଲାଣି, ମାସ୍କ ପିନ୍ଧିବା ଦରକାର ନାହିଁ

ନୂଆଦିଲ୍ଲୀ: କରୋନା ଚାଲିଗଲାଣି। ଆଉ ମାସ୍କ ପିନ୍ଧିବା ଆବଶ୍ୟକ ନାହିଁ। କାରଣ ରାଜ୍ୟରେ ଆଉ ସେ ମାରାତ୍ମକ ଭୂତାଣୁ ନାହିଁ। କରୋନା ଫେରିଲେ କହିବି। ନିକଟରେ ଏଭଳି କିଛି ବୟାନ ଦେଇଛନ୍ତି ଆସାମ ସ୍ୱାସ୍ଥ୍ୟ ମନ୍ତ୍ରୀ ତଥା ବିଜେପି ନେତା ହିମନ୍ତ ବିଶ୍ୱ ଶର୍ମା।

ଦେଶରେ କରୋନର ଦ୍ୱିତୀୟ ଲହର ଜାରି ରହିଛି। ଦିନକୁ ଦିନ ସଂକ୍ରମଣ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ମୃତ୍ୟୁ ସଂଖ୍ୟା ମଧ୍ୟ ବଢ଼ୁଛି। ଏହାରି ଭିତରେ ଆସାମ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଏଭଳି ମନ୍ତବ୍ୟ ଏବେ ଚର୍ଚ୍ଚାର ବିଷୟ ପାଲଟିଛି।

Assam health minister Himanta Biswa Sarma

ଏକ ସାକ୍ଷାତକାର୍‌ରେ ହିମନ୍ତ ବିଶ୍ୱ ଶର୍ମା କହିଛନ୍ତ, କରୋନା ମହାମାରୀ ଆସାମରୁ ପ୍ରତ୍ୟାବର୍ତ୍ତନ କରି ସାରିଛି। ତେଣୁ ଲେକୋ କାହିଁକି ମାସ୍କ ପିନ୍ଧି ଆତଙ୍କ ସୃଷ୍ଟି କରିବେ। କେନ୍ଦ୍ର ସରକାର କୋଭିଡ ଗାଇଡଲାଇନ ଏବଂ ନିର୍ଦ୍ଦେଶନାମା ଜାରି କରିପାରିବେ। କିନ୍ତୁ ଆସାମରେ ଏବେ ଆଉ କରୋନାର କୌଣସି ବି ମାମଲା ନାହିଁ। ପୁଣି କୋଭିଡ୍‌-୧୯ ଆସିଲେ, ଆମେ ଲୋକଙ୍କୁ ଜଣାଇବା ସହ ‘ମାସ୍କ୍‌’ ପିନ୍ଧିବାକୁ କହିବୁ ବୋଲି ମନ୍ତ୍ରୀ କହିଛନ୍ତି।

ସେ ଆହୁରି କହିଛନ୍ତି ଯେ, ରାଜ୍ୟ ଅର୍ଥନୀତିର ପୁନଃଉଦ୍ଧାର ଉପରେ ସରକାର ଧ୍ୟାନ ଦେଉଛନ୍ତି। ଲୋକେ ‘ମାସ୍କ୍‌’ ପିନ୍ଧିଲେ ବିୟୁଟି ପାର୍ଲର୍‌ କେମିତି ଚାଲିବ? ବିୟୁଟି ପାର୍ଲର୍‌ ଚାଲିବା ଆବଶ୍ୟକ। ତେଣୁ, ‘ମାସ୍କ୍‌’ ନ ପିନ୍ଧିବା ଗୋଟାଏ ଅସ୍ଥାୟୀ ଆଶ୍ୱସ୍ତି ବୋଲି ମୁଁ ଲୋକମାନଙ୍କୁ କହୁଛି। ଯେଉଁ ଦିନ କୋଭିଡ୍‌-୧୯ ସଂକ୍ରମଣଜନିତ ବିପଦ ଅନୁଭବ କରିବି, ପୁଣି ଲୋକମାନଙ୍କୁ ‘ମାସ୍କ୍‌’ ପିନ୍ଧିବାକୁ କହିବି। ସେ ଆହୁରି ମଧ୍ୟ କହିଛନ୍ତି ଯେ, ଆସାମର ପାରମ୍ପରିକ ପର୍ବ ‘ବିହୁ’ ପାଳନ ନିମନ୍ତେ କୌଣସି କଟକଣା ରହିବ ନାହିଁ। ବହୁ ଆଡ଼ମ୍ବରରେ ‘ବିହୁ’ ପାଳନ କରାଯିବ।

The post ମନ୍ତ୍ରୀ କହିଲେ-କରୋନା ଚାଲିଗଲାଣି, ମାସ୍କ ପିନ୍ଧିବା ଦରକାର ନାହିଁ appeared first on Odisha Reporter.



from Odisha Reporter https://ift.tt/2PxPZxR

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages