ନୂଆଦିଲ୍ଲୀ: ମହାମାରୀ କରୋନା ଯୋଗୁ ଦେଶର ରାଜଧାନୀ ଦିଲ୍ଲୀରେ ହାହାକାର ସ୍ଥିତି ସୃଷ୍ଟି ହୋଇଛି। କରୋନା ଯୋଗୁ କେବଳ ଲୋକେ ସଂକ୍ରମିତ ହେଉନାହାନ୍ତି ବରଂ ପ୍ରାଣ ମଧ୍ୟ ହରାଉଛନ୍ତି। ଦୈନିକ ଦିଲ୍ଲୀରେ ରେକର୍ଡ ସଂଖ୍ୟକ ଲୋକ ପ୍ରାଣ ହରାଉଥିବା ସରକାର ଘୋଷଣା କରୁଛନ୍ତି।
ହେଲେ ସରକାରଙ୍କ ଘୋଷଣା ବାହାରେ ମଧ୍ୟ ଅନେକ ଲୋକ କରୋନାରେ ଆଖି ବୁଜୁଛନ୍ତି। କରୋନାରେ ଲୋକ ଆଖିବୁଜୁ ଥିଲେ ହେଁ ଏହାର ତଥ୍ୟ ସରକାରଙ୍କ ପାଖରେ ନାହିଁ। ଜାତୀୟ ଗଣମାଧ୍ୟମ ଏନଡିଟିଭି ଦିଲ୍ଲୀର ପୌର ପାଳିକା ଅଫିସ ଓ ଏକାଧିକ ଶ୍ମଶାନ ଘାଟରେ ଯାଞ୍ଚ କରିବା ପରେ ୧୧୫୮ କରୋନା ମୃତ୍ୟୁର ତଥ୍ୟ ସରକାରଙ୍କ ଦସ୍ତାବିଜ୍ରୁ ଗାଏବ ହୋଇଯାଇଥିବା ଜାଣିବାକୁ ପାଇଛି। ୧୧୫୮ ଜଣ ଲୋକ କରୋନାରେ ପ୍ରାଣ ହରାଇଥିଲେ ହେଁ ସରକାରଙ୍କ ତାଲିକାରେ ଏମାନଙ୍କ ନାଁ ନାହିଁ।
ମ୍ୟୁନସିପାଲ କର୍ପୋରେସନ ଅଫ ଦିଲ୍ଲୀ ଦ୍ୱାରା ପରିଚାଳିତ ୨୬ଟି ଶ୍ମଶାସନ ଘାଟର ଦସ୍ତାବିଜକୁ ଯାଞ୍ଚ କରାଯାଇଥିଲା। ଏହି ସମୟରେ ଜଣାପଡ଼ିଥିଲା ଯେ ଏପ୍ରିଲ ୧୮ରୁ ୨୪ ମଧ୍ୟରେ ମୋଟ ୩୦୯୬ଟି ଶବ ଶ୍ମଶାନ ଘାଟଗୁଡ଼ିକରେ ସତ୍କାର କରାଯାଇଛି। ତେବେ ସମାନ ସମୟରେ ଦିଲ୍ଲୀ ସରକାର ଜାରି କରିଥିବା ମୋଟ କରୋନା ମୃତ୍ୟୁ ତାଲିକାରେ ୧୯୩୮ ଜଣଙ୍କ ତଥ୍ୟ ରହିଛି। ଏହାର ଅର୍ଥ ୧୧୫୮ ଜଣ କରୋନାରେ ପ୍ରାଣ ହରାଇଥିଲେ ହେଁ ସରକାର ଏହାକୁ ତାଙ୍କ ତାଲିକାରେ ସାମିଲ କରିନାହାନ୍ତି।
ଏମସିଡି କେବଳ ହସ୍ପିଟାଲରୁ କରୋନାରେ ପ୍ରାଣ ହରାଇ ଶ୍ମଶାନ ଘାଟକୁ ଆସୁଥିବା ଶବଗୁଡ଼ିକ ଗଣତି କରିଥାଏ। ଏମସିଡି ଏଯାଏ ୩୦୯୬ ଜଣ କରୋନାରେ ପ୍ରାଣ ହରାଇଥିବା କହୁଥିଲେ ହେଁ ଦିଲ୍ଲୀ ସରକାର ଏହାକୁ ୧୯୩୮ ଦର୍ଶାଇବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଛି।
ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, କରୋନାରେ ଆକ୍ରାନ୍ତ ହୋଇ ଘରେ ପ୍ରାଣ ହରାଉଥିବା ଲୋକଙ୍କୁ ମଧ୍ୟ ସରକାର ତାଙ୍କ କରୋନାଜନିତ ମୃତ୍ୟୁ ତାଲିକାରେ ସ୍ଥାନ ଦେଉନାହାନ୍ତି। ଜଣେ ବ୍ୟକ୍ତି କରୋନାରେ ପ୍ରାଣ ହରାଇବା ପରେ ପରିବାର ଲୋକ ସତ୍କାର ପାଇଁ ଶବକୁ ଗାଜିପୁର ଶ୍ମଶାସନ ଘାଟକୁ ଆଣିଥିଲେ।
ଏଠାରେ ପ୍ରବଳ ଭିଡ଼ ହୋଇଥିବାରୁ ପରିବାର ଲୋକ ଧାଡ଼ି ବାନ୍ଧି କାଗଜପତ୍ର କାମ କରିବାକୁ ଛିଡ଼ା ହୋଇଥିଲେ। ଏହି ସମୟରେ ଜଣେ ଅଧିକାରୀ କହିଥିଲେ ଯେ ଯେଉଁ ଲୋକମାନେ ଘରେ କରୋନାରେ ପ୍ରାଣ ହରାଉଛନ୍ତି, ସେମାନଙ୍କୁ କୋଭିଡ୍ ଶବ ସତ୍କାର ତାଲିକାରେ ସାମିଲ କରାଯିବ ନାହିଁ।
ଅଧିକାରୀ ଜଣଙ୍କ ଆହୁରି କହିଛନ୍ତି, ଏଠାକୁ ଆସୁଥିବା ଶବକୁ ଆମେ କରୋନା କିମ୍ବା ସ୍ୱାଭାବିକ ମୃତ୍ୟୁ ତାଲିକାରେ ସ୍ଥାନ ଦେଉଛୁ। ଯଦି କେହି ହସ୍ପିଟାଲରେ ପ୍ରାଣ ହରାଉଛି, ତା’ହେଲେ ଆମେ ଜାଣୁଛୁ ଯେ ସେମାନେ କରୋନାରେ ପ୍ରାଣ ହରାଇଛନ୍ତି। କିନ୍ତୁ ଘରେ ପ୍ରାଣ ହରାଉଥିବା ଲୋକମାନେ କରୋନାରେ ଯୋଗୁ ଆଖିବୁଜିଛନ୍ତି କି ଅନ୍ୟ କୌଣସି କାରଣ ପାଇଁ ସେକଥା ଆମେ ଜାଣିପାରୁନାହୁଁ। ତେଣୁ ସେଭଳି ଲୋକଙ୍କ ନାଁ ସ୍ୱାଭାବିକ ମୃତ୍ୟୁ ତାଲିକାରେ ରଖାଯାଉଛି।
ଯଦି କୌଣସି ବ୍ୟକ୍ତିଙ୍କ ପରିବାର ଲୋକ ବାରମ୍ବାର କରୋନା ଯୋଗୁ ତାଙ୍କର ପ୍ରିୟଜନ ପ୍ରାଣ ହରାଇଛନ୍ତି ବୋଲି କହୁଛନ୍ତି, ତା’ହେଲେ ଶ୍ମଶାନ ଘାଟରେ ସେମାନଙ୍କୁ ସନ୍ଦିଗ୍ଧ ତାଲିକାରେ ରଖାଯାଇ ସତ୍କାର କରାଯାଉଛି। ଏହି ସମୟରେ କୋଭିଡ୍ ଗାଇଡଲାଇନ ପାଳନ କରାଯାଉଛି ବୋଲି ସେ କହିଛନ୍ତି। ଏପରି ଭାବେ ଶହଶହ ଲୋକଙ୍କ ଶବ ସତ୍କାର କରାଯାଇଛି। ଏହାର ଅର୍ଥ ସରକାରଙ୍କ କରୋନା ମୃତ୍ୟୁ ତାଲିକା ତୁଳନାରେ ଆହୁରି ଅଧିକ ଲୋକ କରୋନା ପ୍ରାଣ ହରାଉଛନ୍ତି।
The post ସରକାରୀ ଦସ୍ତାବିଜ୍ରୁ ୧୧୫୮ କରୋନା ମୃତକଙ୍କ ତଥ୍ୟ ଗାଏବ! appeared first on Odisha Reporter.
from Odisha Reporter https://ift.tt/3dUNWNA
No comments:
Post a Comment