ପ୍ରଥମ ଥର ଭୋଟ୍ ଦେବାକୁ ଆସି ହତ୍ୟାର ଶିକାର ହେଲେ ଯୁବକ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, April 9, 2021

ପ୍ରଥମ ଥର ଭୋଟ୍ ଦେବାକୁ ଆସି ହତ୍ୟାର ଶିକାର ହେଲେ ଯୁବକ

କୋଲକାତା: ପ୍ରଥମଥର ପାଇଁ ମତଦାନ କରିବାକୁ ଆସି ହତ୍ୟାର ଶିକାର ହୋଇଛନ୍ତି ଯୁବ ଭୋଟର। ମତଦାନ କେନ୍ଦ୍ରରେ ୧୮-୨୦ ବର୍ଷୀୟ ଯୁବକ ଧାଡ଼ିରେ ଛିଡ଼ା ହୋଇଥିବା ବେଳେ କେହି ଜଣେ ତାଙ୍କୁ ଗୁଳିକରି ଥିବା ଜଣାପଡ଼ିଛି। କୁଚ ବିହାର ବିଧାନସଭା ନିର୍ବାଚନ ମଣ୍ଡଳୀର ସିତଲକୁଚୀ ବୁଥରେ ଏହି ହତ୍ୟାକାଣ୍ଡ ଘଟିଛି। ମୃତକଙ୍କ ନାମ ଆନନ୍ଦ ବରମାନ ବୋଲି ଜଣାପଡ଼ିଛି। ତିନି ଦିନ ତଳେ ପଶ୍ଚିମବଙ୍ଗ ବିଜେପି ସଭାପତି ଦିଲ୍ଲୀପ ଘୋଷ ଏହି ଅଞ୍ଚଳକୁ ପ୍ରଚାର କରିବାକୁ ଆସି ଆକ୍ରମଣର ଶିକାର ହୋଇଥିଲେ। ଟିଏମସି ସମର୍ଥକମାନେ ଦିଲ୍ଲୀପଙ୍କ କାର ଉପରକୁ ଢ଼େଲା, ପଥର ମାଡ଼ କରିଥିବା ଅଭିଯୋଗ ରହିଛି।

ମୃକକଙ୍କ ପରିବାର ଲୋକେ ହତ୍ୟା ପଛରେ ଟିଏମସିକୁ ଦାୟୀ କରିଛନ୍ତି। ଧାଡ଼ିରେ ଯୁବକ ଜଣଙ୍କ ସାଙ୍ଗମାନଙ୍କ ସହିତ ଛିଡ଼ା ହୋଇଥିବା ବେଳେ ଟିଏମସିର ଗୁଣ୍ଡାମାନେ ପାଖକୁ ଆସି ଗୁଳି କରିଥିବା ମୃତକଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି। ମୃତକ ଜଣଙ୍କ ବିଜେପି ସମର୍ଥକ ବୋଲି ଜଣାପଡ଼ିଛି।

ହତ୍ୟାକାଣ୍ଡ ପରେ ଘଟଣାସ୍ଥଳରେ ଉପସ୍ଥିତ ଥିବା ସ୍ଥାନୀୟ ପୁଲିସ ଯୁବକ ଜଣଙ୍କୁ ହସ୍ପିଟାଲ ନେଇଯାଇଥିଲା। ଏହାପରେ ଏମରଜେନ୍ସି ଓ୍ୱାର୍ଡରେ ଭର୍ତ୍ତି କରିଯାଇଥିବା ବେଳେ ଯୁବକ ଜଣଙ୍କର ମୃତ୍ୟୁ ଘଟିଥିବା  ପୁଲିସ କହିଛି। ହତ୍ୟାକାରୀ ଚିହ୍ନଟ ହୋଇନାହାନ୍ତି। ପୁଲିସ ହତ୍ୟାକାରୀଙ୍କୁ ଖୋଜିବା ପାଇଁ ତଦନ୍ତ ଆରମ୍ଭ କରିଥିବା ସୂଚନା ରହିଛି।

ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁଯାୟୀ ସକାଳ ୭ଟା ପାଖରୁ ମତଦାନ କେନ୍ଦ୍ରରେ ଭୋଟିଂ ଆରମ୍ଭ ହୋଇଯାଇଛି। ହେଲେ ଏହା ପୂର୍ବରୁ ଏହି ବୁଥରେ ଟିଏମସି ଏବଂ ବିଜେପି ସମର୍ଥକଙ୍କ ମଧ୍ୟରେ ଗଣ୍ଡଗୋଳ ଆରମ୍ଭ ହୋଇଥିବା କୁହାଯାଉଛି।

ଏହି ମାମଲାକୁ ନେଇ ବିଜେପି ନିର୍ବାଚନ କମିଶନଙ୍କ ପାଖରେ ଫେରାଦ ହୋଇଛି। ଏହା ପରେ ସ୍ଥାନୀୟ ନିର୍ବାଚନ କମିଶନ ଘଟଣା ବାବଦରେ ଅବଗତ ଅଛନ୍ତି ରିପୋର୍ଟ ଦାଖଲ କରିବାକୁ କୁହାଯାଇଥିବା ସ୍ଥାନୀୟ ନିର୍ବାଚନ କମିଶନ କହିଛନ୍ତି। ସେହିପରି ବିଜେପି ବୁଥ ଗୁଡ଼ିକରେ ଟିଏମସି ଏଜେଣ୍ଟକୁ ପୁରାଇ ଦେଉନି ବୋଲି ଟିଏମସି ନିର୍ବାଚନ କମିଶନଙ୍କ ନିକଟରେ ଫେରାଦ ହୋଇଛି।

ପଶ୍ଚିମବଙ୍ଗରେ ଚତୁର୍ଥ ପର୍ଯ୍ୟାୟ ପାଇଁ ମତଦାନ ଚାଲିଛି। ୫ଟି ଜିଲ୍ଲାର ୪୪ଟି ଆସନ ପାଇଁ କଡ଼ା ସୁରକ୍ଷା ମଧ୍ୟରେ ମତଦାନ ଚାଲିଛି। ଯେଉଁଥିରେ ଦକ୍ଷିଣ ପରଗନା, ହାଓ୍ୱାଡା, ହୁଗୁଳୀ, କୁଚବିହାର, ଅଲିପୁରଦ୍ୱାର ରହିଛି। ମୋଟ୍ ୧୫ ଲକ୍ଷ ୮୧ ହଜାର ୨୨ ଜଣ ମତଦାତା ୩୭୩ ପ୍ରାର୍ଥୀଙ୍କ ମଧ୍ୟରୁ ୪୪ ଜଣ ବିଧାୟକ ବାଛିବେ। ମୋଟ୍ ଭୋଟରଙ୍କ ମଧ୍ୟରୁ ୫୮, ୮୨,୫୧୪ ଜଣ ପୁରୁଷ ଥିବା ବେଳେ ୫୬,୯୮,୨୧୮ ମହିଳା ଏବଂ ୨୯୦ ଜଣ କିନ୍ନର ରହିଛନ୍ତି।

ସକାଳ ୭ଟାରୁ ପାଞ୍ଚଟି ଜିଲ୍ଲାର ୧୫,୯୪୦ ମତଦାନ କେନ୍ଦ୍ରରେ ମତଦାନ ଆରମ୍ଭ ହୋଇଛି। ସଂଧ୍ୟା ୬.୩୦ ପର୍ଯ୍ୟନ୍ତ ଚାଲିବ ଏହି ମତଦାନ। ହାଓ୍ୱାଡାରେ ୯ଟି, ଦକ୍ଷିଣ ୨୪ ପରଗନାରେ ୧୧ଟି, ଆଲିପୁରଦାରରେ ୫ଟି, କୋଚ ବିହାରରେ ୫ଟି ଏବଂ ହୁଗୁଳି ୧୦ଟି ବିଧାନସଭା ନିର୍ବାଚନ ମଣ୍ଡଳୀ ରହିଛି। ଚତୁର୍ଥ ପର୍ଯ୍ୟାୟ ଭୋଟିଂରେ ସୁରକ୍ଷା ଦାୟିତ୍ୱରେ ୭୯୩ କେନ୍ଦ୍ରୀୟ ସୁରକ୍ଷା ବାହିନୀ ନିୟୋଜିତ ରହିଛନ୍ତି।

The post ପ୍ରଥମ ଥର ଭୋଟ୍ ଦେବାକୁ ଆସି ହତ୍ୟାର ଶିକାର ହେଲେ ଯୁବକ appeared first on Odisha Reporter.



from Odisha Reporter https://ift.tt/3s7zRQK

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages