ଆରପାରିରେ ଅଭିନେତା ବିବେକ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, April 16, 2021

ଆରପାରିରେ ଅଭିନେତା ବିବେକ

ଚେନ୍ନାଇ: ସିନେ ଜଗତରୁ ପୁଣି ଆସିଲା ଦୁଃଖଦ ଖବର । ଚାଲିଗଲେ ତାମିଲ ଅଭିନେତା ବିବେକ। ଚେନ୍ନାଇର ଏକ ହସ୍ପିଟାଲରେ ହୃଦ୍‌ଘାତରେ ତାଙ୍କର ମୃତ୍ୟୁ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୫୯ ବର୍ଷ ବୟସ ହୋଇଥିଲା ।

ଗତକାଲି ତାଙ୍କ ଛାତିରେ ଯନ୍ତ୍ରଣା ହେବାରୁ ତାଙ୍କୁ ତୁରନ୍ତ ଚେନ୍ନାଇର ସିମ୍ସ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କୁ ଇସିଏମ୍‌ଓ ରଖାଯାଇଥିଲା। ପରେ ତାଙ୍କର ଏଞ୍ଜିପ୍ଲାଷ୍ଟି କରାଯାଇଥିଲା। ତେବେ ଅଭିନେତା ବିବେକ ଅସୁସ୍ଥ ହେବାର ଗୋଟିଏ ଦିନ ପୂର୍ବରୁ ହିଁ କରୋନା ଟିକାର ପ୍ରଥମ ଡୋଜ୍‌ ନେଇଥିଲେ। ହେଲେ ଆଜି ତାଙ୍କର ଚିକିତ୍ସାଧୀନ ଅବସ୍ଥାରେ ହିଁ ମୃତ୍ୟୁ ହୋଇଛି। ତାଙ୍କ ମୃତ୍ୟୁ ଖବର ସାମ୍ନାକୁ ଆସିବା ପରେ ସିନେ ଜଗତରେ ଶୋକର ଛୟା ଖେଳିଯାଇଛି।

ପ୍ରସିଦ୍ଧ ମ୍ୟୁଜିସିଆନ୍‌ ତଥା ସଙ୍ଗୀତକାର ଏଆର୍‌ ରେହମାନ ଟୁଇଟ୍‌ କରି ବିବେକଙ୍କ ମୃତ୍ୟୁକୁ ନେଇ ଶୋକ ପ୍ରକାଶ କରିଛନ୍ତି। ସେ କହିଛନ୍ତି, “ବିବେକ ଆମ ଗହଣରେ ଆଉ ନାହାନ୍ତି ବୋଲି ବିଶ୍ୱାସ କରି ହେଉନି, ଭଗବାନ ତାଙ୍କ ଆତ୍ମାକୁ ଶାନ୍ତି ଦିଅନ୍ତୁ”।

ସୂଚନା ଯୋଗ୍ୟ ଯେ, ତାମିଲ ଫିଲ୍ମ ଇଣ୍ଡଷ୍ଟ୍ରିର ଜଣାଶୁଣା ଅଭିନେତା ହେଉଛନ୍ତି ବିବେକ। ତାଙ୍କୁ ବିଶେଷ କରି ଫିଲ୍ମରେ କେମଡି ଚରିତ୍ରରେ ଦେଖିବାକୁ ମିଳେ। ସେ ୧୯୮୦ ଦଶକରେ ବାଲାଚନ୍ଦରଙ୍କ ଫିଲ୍ମରୁ ନିଜ କ୍ୟାରିଅର ଆରମ୍ଭ କରିଥିଲେ। ଏହାପରେ ସେ ଅନେକ ହିଟ ତାମିଲ ଫିଲ୍ମରେ କାମ କରିଛନ୍ତି। ରନ୍‌, ପାର୍ଥିବାନ କନଭୁ, ଅନ୍ନିୟନ, ଶିବାଜି ଭଳି ଫିଲ୍ମରେ କାମ କରି ସେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି।

The post ଆରପାରିରେ ଅଭିନେତା ବିବେକ appeared first on Odisha Reporter.



from Odisha Reporter https://ift.tt/32pmSzw

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages