ପଶ୍ଚିମବଙ୍ଗର ୪୫ଟି ଆସନରେ ଚାଲିଛି ଭୋଟ ଗ୍ରହଣ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, April 16, 2021

ପଶ୍ଚିମବଙ୍ଗର ୪୫ଟି ଆସନରେ ଚାଲିଛି ଭୋଟ ଗ୍ରହଣ

କୋଲକାତା: ଆଜି ପଶ୍ଚିମବଙ୍ଗରେ ପଞ୍ଚମ ପର୍ଯ୍ୟାୟ ନିର୍ବାଚନ ପାଇଁ ମତଦାନ ଜାରି ରହିଛି।  ପଞ୍ଚମ ପର୍ଯ୍ୟାୟରେ ୬ଟି ଜିଲ୍ଲାର ୪୫ଟି ଆସନରେ ଭୋଟ୍ ଗ୍ରହଣ ଚାଲିଛି। ୩୯ ଜଣ ମହିଳାଙ୍କ ସମେତ ୩୧୯ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରୁଛନ୍ତି ଭୋଟର। ସକାଳ ୭ଟାରେ ଆରମ୍ଭ ହୋଇଥିବା ମତଦାନ ଅପରାହ୍ଣ ୬.୩୦ ପର୍ଯ୍ୟନ୍ତ ଚାଲିବ।

ଏହି ଅବସରରେ ଟୁଇଟ୍‌ କରି ପ୍ରଧାନମନ୍ତ୍ରୀ ମୋଦୀ ପ୍ରଥମ ଥର ପାଇଁ ଭୋଟ୍‌ ଦେବାକୁ ଯୋଗ୍ୟ ହୋଇଥିବା ଭୋଟର୍‌ମାନଙ୍କୁ ନିବେଦନ କରିଛନ୍ତି। ସେ କହିଛନ୍ତି, “ଆଜି ଚାଲିଥିବା ପଶ୍ଚିମବଙ୍ଗ ନିର୍ବାଚନର ପଞ୍ଚମ ପର୍ଯ୍ୟାୟରେ ଭୋଟ୍‌ ଦେବାକୁ ଥିବା ଭୋଟର୍‌ମାନେ ବିପୁଳ ସଂଖ୍ୟାରେ ଭୋଟ୍‌ ଦେବାକୁ ଅନୁରୋଧ କରୁଛି। ବିଶେଷକରି, ପ୍ରଥମ ଥର ପାଇଁ ଭୋଟ୍‌ ଦେବାକୁ ଯୋଗ୍ୟ ହୋଇଥିବା ଭୋଟର୍‌ମାନେ ସେମାନଙ୍କର ମତ ସାବ୍ୟସ୍ତ କରନ୍ତୁ।”

୨୦୧୯ ଲୋକସଭା ନିର୍ବାଚନରେ ଏହି ସବୁ ନିର୍ବାଚନମଣ୍ଡଳୀରେ ବିଜେପି ଭଲ ପ୍ରଦର୍ଶନ କରିଥିଲା। କିନ୍ତୁ  ଏହି ୪୫ଟି ବିଧାନସଭା ଆସନରୁ ଗତ ନିର୍ବାଚନରେ ତୃଣମୂଳ କଂଗ୍ରେସ ୩୨ଟି ଆସନରେ ବିଜୟୀ ହୋଇଥିଲା। ତେଣୁ ଆଜିର ମତଦାନ ମୁଖ୍ୟମନ୍ତ୍ରୀ ମମତାଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ।

ଜଲପାଇଗୁଡ଼ି, କାଲିମପଙ୍ଗ, ଦାର୍ଜିଲିଙ୍ଗ, ନଦିଆ, ଉତ୍ତର ୨୪ ପ୍ରଗଣା ଓ ପୂର୍ବ ବର୍ଦ୍ଧମାନ ଜିଲ୍ଲାରେ ଭୋଟିଂ ପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ମତଦାନ କେନ୍ଦ୍ର ସମ୍ମୁଖରେ କୋଭିଡ୍‌-୧୯ ନିୟମ ପାଳନ କରିବା ସହ ଭୋଟ୍‌ ଦେବା ପାଇଁ ଭୋଟର୍‌ମାନେ ଲମ୍ବା ଧାଡ଼ି ବାନ୍ଧିଛନ୍ତି। ୫ମ ପର୍ଯ୍ୟାୟ ପରେ ପଶ୍ଚିମବଙ୍ଗରେ ଏପ୍ରିଲ ୨୨ରେ ଷଷ୍ଠ, ଏପ୍ରିଲ ୨୬ରେ ସପ୍ତମ ଓ ଏପ୍ରିଲ ୨୯ରେ ଅଷ୍ଟମ ପର୍ଯ୍ୟାୟ ଭୋଟ ଗ୍ରହଣ ହେବ।

ସେପଟେ ପଶ୍ଚିମବଙ୍ଗରେ ବାକିଥିବା ତିନି ପଯର୍ୟାୟ ନିର୍ବାଚନ ଲାଗି ପ୍ରଚାର କାଣ୍ଟଛାଣ୍ଟ କରିଛନ୍ତି ନିର୍ବାଚନ କମିଶନ। କରୋନା ସଂକ୍ରମଣ ବଢୁଥିବାରୁ ଏପ୍ରିଲ ୨୨, ୨୬ ଓ ୨୯ରେ ହେବାକୁ ଥିବା ନିର୍ବାଚନ ଲାଗି ପ୍ରଚାର କାଣ୍ଟଛାଣ୍ଟ କରିଛନ୍ତି। ଏହିସବୁ ପର୍ଯ୍ୟାୟ ପାଇଁ ରାତି ୭ଟାରୁ ସକାଳ ୧୦ଟା ଯାଏ ପ୍ରଚାର କରାଯାଇ ପାରିବ ନାହିଁ। ଅର୍ଥାତ ଏହି ସମୟ ଭିତରେ କୌଣସି ଶୋଭାଯାତ୍ରା କି ନିର୍ବାଚନୀ ସଭା ହୋଇ ପାରିବ ନାହିଁ ।

ଏହାସହ ଭୋଟ୍ ଗ୍ରହଣର ୭୨ ଘଣ୍ଟା ପୂର୍ବରୁ ପ୍ରଚାର ବନ୍ଦ ରହିବ। ପୂର୍ବରୁ ଭୋଟ୍ ଗ୍ରହଣର ୪୮ ଘଣ୍ଟା ପୂର୍ବରୁ ପ୍ରଚାର ବନ୍ଦ ରଖାଯାଉଥିଲା। ହେଲେ କରୋନା ପାଇଁ ଏହାକୁ ୭୨ ଘଣ୍ଟାକୁ ବଢ଼ାଇ ଦିଆଯାଇଛି। ପ୍ରଚାର ବେଳେ ପ୍ରବଳ ଭିଡ଼ ହେଉଥିବାରୁ ନିର୍ବାଚନ କମିଶନ ଏଭଳି ନିଷ୍ପତ୍ତି ନେଇଛନ୍ତି। ଏହାର ଉଲ୍ଲଂଘନ ହେଲେ ଆଇନ ଅନୁସାରେ ଅପରାଧିକ କାର୍ଯ୍ୟାନୁଷ୍ଠାନ ସମେତ କଠୋର ପଦକ୍ଷେପ ଗ୍ରହଣ କରାଯିବ ବୋଲି ନିର୍ବାଚନ କମିଶନ କହିଛନ୍ତି।

The post ପଶ୍ଚିମବଙ୍ଗର ୪୫ଟି ଆସନରେ ଚାଲିଛି ଭୋଟ ଗ୍ରହଣ appeared first on Odisha Reporter.



from Odisha Reporter https://ift.tt/3slLKD3

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages