ଫାର୍ମାସି ପିଲାଙ୍କ ପାଇଁ ସୁଯୋଗ, SBI ଜାରି କଲା ବିଜ୍ଞାପ୍ତି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, April 13, 2021

ଫାର୍ମାସି ପିଲାଙ୍କ ପାଇଁ ସୁଯୋଗ, SBI ଜାରି କଲା ବିଜ୍ଞାପ୍ତି

ନୂଆଦିଲ୍ଳୀ: ଫାର୍ମାସି ପିଲାଙ୍କ ପାଇଁ ବଡ ସୁଯୋଗ ଆଣିଛି ଭାରତୀୟ ଷ୍ଟେଟ ବ୍ୟାଙ୍କ। ଏସ୍‌ବିଆଇ ପକ୍ଷରୁ କ୍ଲର୍କ ଫାର୍ମାସିଷ୍ଟ ପାଇଁ ବିଜ୍ଞପ୍ତି ଜାରି ହୋଇଛି। ଏସ୍‌ବିଆରେ ଖାଲିପଡିଥିବା ୬୭ଟି ପଦବୀ ପାଇଁ ଏହି ବିଜ୍ଞପ୍ତି ଜାରି କରାଯାଇଛି। ଇଚ୍ଛୁକ ପାର୍ଥୀ ଆଜିଠାରୁ ଏହି ପଦବୀ ପାଇଁ ଅବେଦନ କରିପାରିବେ।

ମୋଟ ପଦବୀ-୬୭

ଆବେଦନର ଶେଷ ତାରିଖ ମେ’ ୩, ୨୦୨୧। ଏସ୍‌ବିଆଇ ଫାର୍ମାସିଷ୍ଟ ପରୀକ୍ଷା ତିଥି-୨୩ ମେ’ ୨୦୨୧।

କେତେକ ରହିଛି ଦରମା?

ଯୋଗ୍ୟ ବିଚେଚିତ ଆବେଦନକାରୀଙ୍କ ପରୀକ୍ଷାରେ ସେମନାଙ୍କ ମାର୍କ ଅନୁଯାୟୀ ଏବଂ ଏଲିଜିବିଲିଟି କ୍ୟାଟେଗୋରୀ ଅନୁଯାୟୀ ଦରମା ନିର୍ଦ୍ଦାରିତ ହେବ।  ପ୍ରାୟ ୪୭ ହଜାର ଟଙ୍କା ଯାଏଁ ଦରମା ମିଳିପାରିବ।

ଶିକ୍ଷାଗତ ଯୋଗ୍ୟତା: ଏସ୍‌ଏସ୍‌ସି ବା ମାନ୍ୟତାପ୍ରାପ୍ତ ବିଶ୍ୱବିଦ୍ୟାଳୟରୁ ଫାର୍ମାସି ବା ଡିପ୍ଲୋମାରେ କିମ୍ବା ଫାର୍ମାସି ଡିଗ୍ରୀ(ବି ଫାର୍ମା / ଏମ୍ ଫାର୍ମା / ଫାର୍ମା ଡି) କିମ୍ବା କୌଣସି ବି ସ୍ୱୀକୃତିପ୍ରାପ୍ତି ବିଶ୍ୱବିଦ୍ୟାଳରୁ ଫାର୍ମାସିରେ ପାସ୍‌ କରିଥିବା ଉଚିତ।

ବୟସ ସୀମା: ଏସବିଆଇ ଫାର୍ମାସିଷ୍ଟ ପଦବୀ ପାଇଁ ବୟସ ସୀମା ୩୦ ବର୍ଷରେ ସ୍ଥିର କରାଯାଇଛି। ଏଥି ସହିତ ଅନ୍‌ଲାଇନ୍ ଲିଖିତ ପରୀକ୍ଷା ଏବଂ ଇଣ୍ଟରଭ୍ୟୁ ଆଧାରରେ ଯୋଗ୍ୟ ପ୍ରାର୍ଥୀ ଚୟନ କରାଯିବ।

କିଭଳି କରିବେ ଆବେଦନ?

ଇଚ୍ଛୁକ ପ୍ରାର୍ଥୀଙ୍କୁ ଏସବିଆଇ ୱେବସାଇଟ୍ https://ift.tt/2sBlOZR କିମ୍ବା https://ift.tt/2kejxM5 ରେ ଉପଲବ୍ଧ ଲିଙ୍କ୍ ମାଧ୍ୟମରେ ଅନଲାଇନ୍ ରେଜିଷ୍ଟ୍ରେସନ୍ କରିବାକୁ ପଡିବ ଏବଂ ଇଣ୍ଟରନେଟ୍ ବ୍ୟାଙ୍କିଙ୍ଗ୍ / ଡେବିଟ୍ କାର୍ଡ / କ୍ରେଡିଟ୍ କାର୍ଡ ବ୍ୟବହାର କରି ଆବେଦନ ଶୁଳ୍କ ଦେୟ ଦେବାକୁ ପଡିବ।

ଆବେଦନ ଶୁଳ୍କ: ଜେନେରାଲ କ୍ୟାଟେଗୋରୀ, OBC ଏବଂ EWS ପାଇଁ 750 ଟଙ୍କା। SC / ST / PWD ଙ୍କ ପାଇଁ ମାଗଣା ରହିଛି।

The post ଫାର୍ମାସି ପିଲାଙ୍କ ପାଇଁ ସୁଯୋଗ, SBI ଜାରି କଲା ବିଜ୍ଞାପ୍ତି appeared first on Odisha Reporter.



from Odisha Reporter https://ift.tt/32adfom

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages