ଓଡ଼ିଆ ଭାଷାର ସଂରକ୍ଷଣ ପାଇଁ ସଙ୍କଳ୍ପ ନେବା ଦରକାର: ଧର୍ମେନ୍ଦ୍ର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, April 13, 2021

ଓଡ଼ିଆ ଭାଷାର ସଂରକ୍ଷଣ ପାଇଁ ସଙ୍କଳ୍ପ ନେବା ଦରକାର: ଧର୍ମେନ୍ଦ୍ର

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଓଡ଼ିଆ ସାହିତ୍ୟ କୃତିକୁ ଲମ୍ୱା ସମୟ ଧରି ସଂରକ୍ଷଣ କରିବା ପାଇଁ ସଙ୍କଳ୍ପ ନେବା ଦରକାର। ସାରସ୍ୱତ ସାହିତ୍ୟ ପତ୍ରିକା ‘ଝଙ୍କାର’ର ୭୨ତମ ବାର୍ଷିକୀ ‘ବିଷୁବ ମିଳନ’ରେ ଯୋଗଦେଇ ଏହା କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି କହିଛନ୍ତି-“୨୦୩୬ ସୁଦ୍ଧା ଓଡ଼ିଶା ଭାଷାଭିତ୍ତିକ ରାଜ୍ୟ ଗଠନକୁ ୧୦୦ ବର୍ଷ ପୂରିବ। ୨୦୪୭କୁ ଦେଶ ସ୍ୱାଧୀନତାର ୧୦୦ ବର୍ଷ ପୂରିବ। ଏହି ସମୟରେ ଓଡ଼ିଆ ଭାଷା ସାହିତ୍ୟକୁ ଗୁରୁତ୍ୱ ଦେବା ସହ ଆଦିକବି ସାରଳା ଦାସଙ୍କଠାରୁ ଆରମ୍ଭ ହୋଇଥିବା ଓଡ଼ିଆ ପୁସ୍ତକକୁ ବହୁଭାଷାରେ ପ୍ରକାଶିତ କରିବା ଆମର ଦାୟିତ୍ୱ ହେବା ଦରକାର।”

ଶ୍ରୀ ପ୍ରଧାନ କହିଛନ୍ତି-“ସାହିତ୍ୟିକ ପଦ୍ମଶ୍ରୀ ପ୍ରତିଭା ରାୟଙ୍କ ‘ଯାଜ୍ଞସେନୀ’ ପୁସ୍ତକ ବହୁ ଆଞ୍ଚଳିକ ଭାଷାରେ ପ୍ରକାଶିତ ହୋଇ ସମସ୍ତଙ୍କ ଦ୍ୱାରା ଆଦୃତ ହୋଇପାରିଛି। ସେହିପରି ଭାବରେ ଆଗାମୀ ଦିନର ଓଡ଼ିଆ ସାହିତ୍ୟକୁ ବହୁଭାଷାରେ ପହଁଚାଇବା ପାଇଁ ଆମେ ଦାୟିତ୍ୱ ନେବା ଦରକାର। ଟେକ୍ନୋଲୋଜି ଜରିଆରେ ଓଡ଼ିଆ ଭାଷାର ସଂରକ୍ଷଣ ପାଇଁ ସଙ୍କଳ୍ପ ନେବା ଦରକାର। ନିବଉତ୍କଳର ନିର୍ମାତା ଡ଼. ହରେକୃଷ୍ଣ ମହତାବ ସେହି ସମୟରେ ସାମ୍ପ୍ରତିକ ସମାଜର ପ୍ରତିନିଧିତ୍ୱ କରିଥିଲେ। ତାଙ୍କ ଦ୍ୱାରା ଲିଖିତ ଓଡ଼ିଶା ଇତିହାସ ଏହାର ପ୍ରମାଣ। ନିକଟରେ ଏହି ପୁସ୍ତକର ହିନ୍ଦୀ ସଂସ୍କରଣ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କରକମଳରେ ଲୋକାର୍ପିତ ହେବା ଆମ ଓଡ଼ିଆଙ୍କ ପାଇଁ ଗୌରବ ବିଷୟ।

ସେ କହିଛନ୍ତି-“ପ୍ରଜାତନ୍ତ୍ର ପ୍ରଚାର ସମିତିର ତତ୍କାଳୀନ କର୍ଣ୍ଣଧାର ‘ଉତ୍କଳ କେଶରୀ’ ଡ. ହରେକୃଷ୍ଣ ମହତାବ ବିଷୁବ ମିଳନ ଭଳି ଅଭିନବ ଉଦ୍ୟମ ଆରମ୍ଭ କରିଥିଲେ। ପାରମ୍ପରିକ ପର୍ବପର୍ବାଣୀରେ ସାହିତ୍ୟ ଓ ସଂସ୍କୃତି ଓ ପରମ୍ପରା ନିହିତ ରହିଥିବା ବେଳେ ସାହିତ୍ୟିକମାନଙ୍କର ବିରାଟ ପର୍ବ ବିଷୁବ ମିଳନ ପ୍ରତ୍ୟେକ ସାହିତ୍ୟିକକୁ ପ୍ରେରଣା ଦେଇଛି। ସେହିପରି ସମାଜରେ ସାହିତ୍ୟିକଙ୍କର ମର୍ଯ୍ୟାଦାକୁ ବୃଦ୍ଧି କରିବା ପାଇଁ ଡ. ମହତାବଙ୍କର ଝଙ୍କାର ପ୍ରକାଶନ ଅବିସ୍ମରଣୀୟ। ଉଚ୍ଚାଙ୍ଗ ସାହିତ୍ୟ ସୃଷ୍ଟି ଦିଗରୁ ବିଚାର କଲେ ଝଙ୍କାର ହିଁ ପ୍ରଜାତବ-ପ୍ରଚାର-ସମିତିର ଏକ ମହୋଜ୍ଜ୍ୱଳ ସାରସ୍ୱତ କୀର୍ତି। ଓଡ଼ିଆ ସାହିତ୍ୟକୁ ଦୀର୍ଘ ଦିନ ଧରି ଋଦ୍ଧିମନ୍ତ କରି ଆସୁଛି। ଆଗାମୀ ଦିନରେ ଆମର ପୂର୍ବପୁରୁଷଙ୍କ ସାହିତ୍ୟିକ କୃତି ଓ ବିଚାରଧାରାର ପ୍ରଚାରପ୍ରସାର ପାଇଁ ଅଧିକ ଦାୟିତ୍ୱ ନେବା ଦରକାର।”

ସୋମବାର କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଓଡ଼ିଶାର ଅନନ୍ୟ ଦୂରଦୃଷ୍ଟିସମ୍ପନ୍ନ ବ୍ୟକ୍ତିତ୍ୱ ନବଉତ୍କଳର ନିର୍ମାତା ଉତ୍କଳ କେଶରୀ ଡ. ହରେକୃଷ୍ଣ ମହତାବଙ୍କ କଟକ ସ୍ଥିତ ବାସଭବନ ପରିସରରେ ଥିବା ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ପରେ ସାଂସ୍କୃତିକ ପର୍ବ ‘ବିଷୁବ ମିଳନ’ରେ ଓଡ଼ିଶାର ସବୁ ବର୍ଗର ବିଶିଷ୍ଟ ସାହିତ୍ୟିକ, ବୁଦ୍ଧିଜୀବୀ ଓ ସାମାଲୋଚକଙ୍କୁ ଭେଟି ଖୁସିବ୍ୟକ୍ତ କରିଥିଲେ।

The post ଓଡ଼ିଆ ଭାଷାର ସଂରକ୍ଷଣ ପାଇଁ ସଙ୍କଳ୍ପ ନେବା ଦରକାର: ଧର୍ମେନ୍ଦ୍ର appeared first on Odisha Reporter.



from Odisha Reporter https://ift.tt/3mGDbBv

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages