ମାସ୍କ ଉଲ୍ଲଙ୍ଘନକାରୀଙ୍କୁ ରାସ୍ତାରେ ବେଙ୍ଗ ଡିଆଁ ଦଣ୍ଡ ଦେଇ ଅଡ଼ୁଆରେ ଅଧିକାରୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, May 3, 2021

ମାସ୍କ ଉଲ୍ଲଙ୍ଘନକାରୀଙ୍କୁ ରାସ୍ତାରେ ବେଙ୍ଗ ଡିଆଁ ଦଣ୍ଡ ଦେଇ ଅଡ଼ୁଆରେ ଅଧିକାରୀ

ଭୋପାଲ: କରୋନା ସଂକ୍ରମଣ ବେଳେ ମାସ୍କ ଉଲ୍ଲଙ୍ଘନକାରୀଙ୍କୁ ଅଜବ ଶୈଳୀରେ ଦଣ୍ଡ ଦେଇ ଅନ୍ୟମାନଙ୍କୁ ସେଚତନ କରିବାକୁ ଚେଷ୍ଟା କରିଛି ମଧ୍ୟପ୍ରଦେଶ ପ୍ରଶାସନ। ତେବେ ଏହି ଶୈଳୀ ପ୍ରଶାସନ ପାଇଁ ଅଡ଼ୁଆ ପରିସ୍ଥିତି ସୃଷ୍ଟି କରିଛି। ମାସ୍କ ଉଲ୍ଲଙ୍ଘନକାରୀଙ୍କୁ ଉଚିତ ଶିକ୍ଷା ଦେବା ପାଇଁ ପ୍ରଶାସନ ପକ୍ଷରୁ ନିଆରା ଯୋଜନା କରାଯାଇଥିଲା।

ପ୍ରାୟ ୨୦ରୁ ଅଧିକ ଯୁବକ ଓ ବ୍ୟକ୍ତିଙ୍କୁ ଏକାଠି ରାସ୍ତାରେ ଛିଡ଼ା ହେବାକୁ କୁହାଯାଇଥିଲା। ଏହାପରେ ଗୋଟିଏ ଡ୍ରମ(ବାଦ୍ୟ ଯନ୍ତ୍ର) ଅଣାଯାଇଥିଲା। ସମସ୍ତ ଉଲ୍ଲଙ୍ଘନକାରୀଙ୍କ ଆଗରେ ଡ୍ରମ ବାଜି ଥିଲା ଓ ସେମାନେ ଏହାର ପଛପଛେ ଏକାଠି ବେଙ୍ଗ ଡିଆଁ କରି ଆଗକୁ ବଢ଼ିଥିଲେ। ଯେଉଁମାନେ ଏପରି କରୁ ନଥିଲେ ପୁଲିସ୍ ସେମାନଙ୍କୁ ଲାଠି ମାଡ଼ର ଭୟ ଦେଖାଉଥିଲା।

ତେବେ ଏହି ସମୟରେ କରୋନା ସଂକ୍ରମଣ ପାଇଁ ଜାରି କଟକଣାକୁ ଖୋଲାଖୋଲି ଉଲ୍ଲଙ୍ଘନ କରାଯାଇଥିଲା। ମାସ୍କ ନିୟମ ଉଲ୍ଲଙ୍ଘନ କରିଥିବା ଲୋକମାନେ ବେଙ୍ଗ ଡିଆଁ ଦଣ୍ଡ ପାଇବା ବେଳେ ସାମାଜିକ ଦୂରତା ରକ୍ଷା କରିପାରି ନଥିଲେ। ସେମାନେ ପରସ୍ପର ପାଖରେ ଘଷି ହୋଇ ଆଗକୁ ବଢ଼ିଥିଲେ।

ଡ୍ରମ ବାଜୁଥିବାରୁ ଅନ୍ୟ ଲୋକମାନେ ମଧ୍ୟ ବିପୁଳ ସଂଖ୍ୟାରେ ଏହାକୁ ଦେଖିବା ପାଇଁ ରୁଣ୍ଡ ହୋଇଥିଲେ। ପୁଲିସ୍‌ ଅଧିକାରୀ ଓ ସେଠାରେ ଥିବା ପ୍ରଶାସନିକ ଅଧିକାରୀମାନେ ସାମାଜିକ ଦୂରତାର ଧଜିଆ ଉଡ଼ାଇଥିଲେ।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ବେଙ୍ଗ ଡିଆଁ କରିବାକୁ ଅକ୍ଷମ ହେଉଥିବା ଜଣେ ଯୁବକଙ୍କୁ ପ୍ରଶାସନିକ ଅଧିକାରୀ ଗୋଇଠା ମାରିବାକୁ ମଧ୍ୟ ପଛାଇ ନଥିଲେ। ଏଭଳି ଅଜବ ଦଣ୍ଡକୁ ଦେଖି ଆଖପାଖ ଲୋକ ଆଶ୍ଚର୍ଯ୍ୟ ହୋଇଥିଲେ। ସେମାନେ ମଧ୍ୟ ଡ୍ରମ ବାଜି ଯାଉଥିବା ପ୍ରୋସେସନର ପିଛା କରି ମୋବାଇଲରେ ଏହାକୁ ରେକର୍ଡିଂ କରିଥିଲେ। ଘଟଣାର ଭିଡିଓ ସାମ୍ନାକୁ ଆସିବା ପରେ ବିଭନ୍ନ ମହଲରେ ପ୍ରଶାସନର କାର୍ଯ୍ୟକୁ ନେଇ ପ୍ରଶ୍ନ ଉଠା ଯାଇଥିଲା। ଫଳରେ ଜିଲ୍ଲା ପ୍ରଶାସନ ଏହାପରେ ନିଜର ସଫେଇ ଦେଇଛି।

ଇନ୍ଦୋର ଜିଲ୍ଲାପାଳ ମନୀଷ ସିଂହ କହିଛନ୍ତି, ମାସ୍କ ଉଲ୍ଲଙ୍ଘନକାରୀଙ୍କ ସହ ଏଭଳି ବ୍ୟବହାର ସଂପୂର୍ଣ୍ଣ ଭୁଲ। ଏପରି କାମ କରିଥିବା ଅଧିକାରୀଙ୍କୁ ଏଥିରୁ ନିବୃତ୍ତ ରହିବାକୁ କୁହାଯାଇଛି। ସେହିପରି ଜିଲ୍ଲାପାଳ ଅଧିକାରୀମାନଙ୍କୁ ଘଟଣା ପାଇଁ ତାଗିତ କରିଥିବା ମଧ୍ୟ କହିଛନ୍ତି।

The post ମାସ୍କ ଉଲ୍ଲଙ୍ଘନକାରୀଙ୍କୁ ରାସ୍ତାରେ ବେଙ୍ଗ ଡିଆଁ ଦଣ୍ଡ ଦେଇ ଅଡ଼ୁଆରେ ଅଧିକାରୀ appeared first on Odisha Reporter.



from Odisha Reporter https://ift.tt/3nO1AFU

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages