ଯାଜପୁର (ଗୁଲାମ ଗସ): ମଦ କାରବାରକୁ ବିରୋଧ କରିବାରୁ ଜଣେ ମହିଳାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ଯାଜପୁର ଜିଲା ମଙ୍ଗଳପୁର ଥାନା ବିରିପଟା ପଞ୍ଚାୟତର ବରେଇ ଗାଁରେ ଘଟିଛି ଏହି ଘଟଣା।
ମୃତ ମହିଳାଙ୍କ ନାଁ ଲକ୍ଷ୍ମୀ ଜେନା। ଅଭିଯୋଗ ଅନୁଯାୟୀ, ଗାଁରେ ବିଜୟ ଜେନା ମଦ କାରବାର କରୁଥିଲେ। ଏହାକୁ ଲକ୍ଷ୍ମୀ ବାରମ୍ବାର ବିରୋଧ କରିଥିଲେ। ଏହା ପରେ ପୁଲିସ୍ କାର୍ଯ୍ୟାନୁଷ୍ଠାନ ନେଇଥିଲା ଓ ବିଜୟଙ୍କ ମଦ କାରବାର ବନ୍ଦ ହୋଇଯାଇଥିଲା। ଏଥିଯୋଗୁ ବିଜୟ ଗତକାଲି ରାଗି ଯାଇ ଲକ୍ଷ୍ମୀଙ୍କ ଉପରକୁ ପଥର ମାଡ଼ କରିଥିଲେ।
ପଥରମାଡ଼ରେ ଲକ୍ଷ୍ମୀ ଗୁରୁତର ଭାବେ ଆହତ ହୋଇଥିଲେ। ତାଙ୍କୁ ପ୍ରଥମେ ଯାଜପୁର ମେଡିକାଲରେ ଭର୍ତ୍ତି କରାଯାଇଥିଲା। ତେବେ ସେଠାରେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଥିଲା। କିନ୍ତୁ ଗତକାଲି ବିଳମ୍ବିତ ରାତିରେ ତାଙ୍କର ମୃତ୍ୟୁ ଘଟିଥିଲା।
ଲକ୍ଷ୍ମୀଙ୍କ ପରିବାର ଲୋକେ ଘଟଣା ସଂପର୍କରେ ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୁଲିସ ଅଭିଯୁକ୍ତ ବିଜୟ ଜେନାଙ୍କୁ ଗିରଫ କରିଛି।
ଅନ୍ୟପକ୍ଷରେ ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖା ଦେଇଛି। ବିଜୟଙ୍କ ସହଯୋଗୀମାନଙ୍କୁ ମଧ୍ୟ ଧରିବାକୁ ଦାବି କରିଛନ୍ତି ଲୋକେ।
The post ମଦ କାରବାରକୁ ବିରୋଧ କରି ଚାଲିଗଲା ମହିଳାଙ୍କ ଜୀବନ appeared first on Odisha Reporter.
from Odisha Reporter https://ift.tt/3h3cPZw
No comments:
Post a Comment