ଉପରେ ପଣସ ଓ କଦଳୀ, ଭିତରେ… - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, May 3, 2021

ଉପରେ ପଣସ ଓ କଦଳୀ, ଭିତରେ…

ଲମତାପୁଟ (ଜଗତ ଜୀବନ): ଟ୍ରକ୍‌ରେ ବୋଝେଇ ହୋଇଥିଲା ପଣସ ଓ କଦଳୀ। ଉପରକୁ ଦେଖିବାକୁ ସବୁ ଠିକ୍‌ଠାକ୍ ଥିଲା। କିନ୍ତୁ ଭିତରେ ଥିଲା ଗଞ୍ଜେଇ। ଏମିତି ଭାବେ ୧ କୋଟି ଟଙ୍କାର ଗଞ୍ଜେଇ ଚାଲାଣ ହେଉଥିବା ବେଳେ ଧରିଛି ମାଛକୁଣ୍ଡ ପୁଲିସ୍‌।

ଜଳାପୁଟର ଜବାଗଡ଼ରୁ ଏକ ଟ୍ରକ୍‌ରେ ଗଞ୍ଜେଇ ଚାଲାଣ ହେଉଥିବା ନେଇ କୋରାପୁଟ ଏସ୍‌ପି କୌଣସି ସୂତ୍ରରୁ ଖବର ପାଇଥିଲେ। ଏହା ପରେ ତାଙ୍କ ନିର୍ଦ୍ଦେଶକ୍ରମେ ନନ୍ଦପୁର ଏସ୍‌ଡିପିଓଙ୍କ ନେତୃତ୍ୱରେ ମାଛକୁଣ୍ଡ, ଲମତାପୁଟ ଓ ଜଳାପୁଟ ପୁଲିସ୍‌ର ଏକ ଟିମ୍‌ ଟିକାପୁଟ ଛକ ନିକଟରେ ସମସ୍ତ ଗାଡ଼ି ଯାଞ୍ଚ କରିଥିଲେ।

ଏହି ସମୟରେ ଉକ୍ତ ଗଞ୍ଜେଇ ବୋଝେଇ ଗାଡ଼ି ବି ସେଠାରେ ପହଞ୍ଚିଥିଲା। ପୁଲିସ୍ ଏହାକୁ ଅଟକାଇ ଯାଞ୍ଚ କରିଥିଲା। ଯାଞ୍ଚ ବେଳେ ପଣସ ଓ କଦଳୀ ବୋଝେଇ ଏହି ଟ୍ରକ୍‌ରୁ ବିପୁଳ ପରିମାଣର ଗଞ୍ଜେଇ ଜବତ କରାଯାଇଥିଲା। ଏହି ଟ୍ରକରୁ ଏକ ଟନ୍ ୮ କେଜି ଗଞ୍ଜେଇ ଜବତ କରାଯାଇଛି, ଯାହାର ମୂଲ୍ୟ ୧ କୋଟିରୁ ଅଧିକ ଟଙ୍କା ହେବ ବୋଲି ନନ୍ଦପୁର ଏସ୍‌ଡିପିଓ ସଞ୍ଜୟ ମହାପାତ୍ର କହିଛନ୍ତି।

ମାଛକୁଣ୍ଡ ପୁଲିସ୍ ଗଞ୍ଜେଇ ଓ ଉକ୍ତ ଟ୍ରକ୍‌କୁ ଜବତ କରିବା ସହିତ ତିନି ଜଣଙ୍କୁ ଗିରଫ କରିଛି। ଗିରଫ ବ୍ୟକ୍ତିମାନେ ହେଲେ ଆନ୍ଧ୍ର ପ୍ରଦେଶର ଗୁଣ୍ଟୁର ଅଞ୍ଚଳର ଭି. ସତ୍ୟା, ଜି. ଶ୍ରୀଧର ଓ ଜି. ଶ୍ରୀମାନ। ସେମାନଙ୍କ ଠାରୁ ୪ଟି ମୋବାଇଲ ଓ ୩,୫୦୦ ଟଙ୍କା ମଧ୍ୟ ଜବତ କରାଯାଇଛି।

ନନ୍ଦପୁର ଏସ୍‌ଡିପିଓ କହିଛନ୍ତି, ଜବାଗଡ଼ ଅଞ୍ଚଳରୁ ଟ୍ରକ୍ ଯୋଗେ ଏହି ଗଞ୍ଜେଇକୁ ସଗର ଓ ପାଡ଼ୁଆ ରାସ୍ତା ଦେଇ ଆନ୍ଧ୍ର ପ୍ରଦେଶର ଗୁଣ୍ଟୁର ଅଞ୍ଚଳକୁ ଚାଲାଣ କରାଯାଉଥିଲା।

The post ଉପରେ ପଣସ ଓ କଦଳୀ, ଭିତରେ… appeared first on Odisha Reporter.



from Odisha Reporter https://ift.tt/2PKZmKD

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages